କେବଳ କ୍ଷମା ମାଗିଦେଲେ ଚଳିବ ନାହିଁ ଓଡ଼ିଶା ଦାବି କରୁଛି ବହିସ୍କାର; କାର୍ଯ୍ୟାନୁଷ୍ଠାନ ନେବ କି ଉତ୍କଳ ହସ୍ପିଟାଲ?

2

ଓଡ଼ିଆ ଗସିପ୍ ବ୍ୟୁରୋ: ଉତ୍କଳ ହସ୍ପିଟାଲ ନିଯୁକ୍ତି ସଂକ୍ରାନ୍ତୀୟ ଓଡ଼ିଆଙ୍କୁ ଅଣଦେଖା ମାମଲାରେ ପଡ଼ୁଛି ଉଠୁଛି ସାମାଜିକ ଗଣମାଧ୍ୟମ । ଚର୍ଚ୍ଚା ହେଉଛି  ଯେ, ଛାନିଆ ହୋଇ କ୍ଷମା ମାଗିଥିଲେ ବି ନିର୍ଦେଶକମାନେ ଏ ଡା. ଆଲୋକ ଲୋଧଙ୍କୁ ଜାଣିଜାଣି କରିଥିବା ଭୁଲ ପାଇଁ ବିଦା କରିବା ଉଚିତ। ନହେଲେ ଲୋକେ ଏ ଡାକ୍ତରଖାନାକୁ ବିଦା କରିବେ।

ଅନ୍ୟ ଜଣେ ଲେଖିଛନ୍ତି, ତାହେଲେ ତାଙ୍କୁ ଲାଗୁଛି ଯେ ଆମ ଓଡ଼ିଆ ଲୋକ ବାହାର ରାଜ୍ୟର ରୋଗୀଙ୍କୁ ଠିକ୍ ଭବେ ବୁଝେଇ ପାରିବେନି ?ଆରେ ଆମ ଓଡ଼ିଆ ଲୋକ ପରା ଏ ଦେଶ ଚଳାଉଛନ୍ତି । ଆଉ କିଛି ଦିନ ପରେ ଦେଶର ପ୍ରଥମ ନାଗରିକ ଆମ ଓଡ଼ିଆ ଲୋକ ହେବେ । ଏ ହୀନ ମାନସିକତା କାହିଁକି ? ଏବେ ଜାଣନ୍ତୁ ମୂଳ ମାମଲା ସମ୍ପର୍କରେ ସେହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ..

ପ୍ରସଙ୍ଗ ହେଉଛି ନିଯୁକ୍ତି ସଂକ୍ରାନ୍ତୀୟ, ଏଠାରେ ଓପିଡି ମ୍ୟାନେଜର ପଦବୀ ପାଇଁ ସୋସିଆଲ ମିଡିଆ ପ୍ଲାଟଫର୍ମ ଲିଙ୍କଡ ଇନ୍ ରେ ଉତ୍କଳ ହସ୍ପିଟାଲର ସିଇଓ ଡାକ୍ତର ଆଲୋକ ଲୋଧ ଏକ ନିଯୁକ୍ତି ବିଜ୍ଞାପନ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ଆବଶକୀୟ ନିଯୁକ୍ତି ସଂକ୍ରାନ୍ତୀୟ ଜରୁରୀ ତଥ୍ୟ ଓ ସର୍ତ୍ତମାନ ରଖିଥିଲେ । ହେଲେ ଦୁର୍ଭାଗ୍ୟ ସଂପୃକ୍ତ ନିଯୁକ୍ତି ସଂକ୍ରାନ୍ତୀୟ ପୋଷ୍ଟରେ ଓଡ଼ିଶାରୁ ସମ୍ପର୍କ ରଖୁଥିବା ବା ଓଡ଼ିଆଙ୍କୁ ଓପିଡି ମ୍ୟାନେଜର ଭାବେ ନିଯୁକ୍ତି ଦିଆଯିବ ନାହିଁ ଓଡ଼ିଆଙ୍କ ପାଇଁ ଏହି ଆବେଦନ ମନା ବୋଲି କୁହାଯାଇଥିଲା ।

ଉତ୍କଳ ହସ୍ପିଟାଲର ସିଇଓ ଆଲୋକ ଲୋଧଙ୍କ ଏହି ନିଯୁକ୍ତ ସଂକ୍ରାନ୍ତୀୟ ପୋଷ୍ଟରେ ସ୍ପଷ୍ଟ ଲେଖାଯାଇଛି ଯେ, କ୍ୟାଣ୍ଡିଡେଟ୍ ଫ୍ରମ ଆଉଟ ସାଇଡ ଓଡ଼ିଶା (ନଟ ବିଲଙ୍ଗିଙ୍ଗ ଟୁ ଓଡ଼ିଶା) ଅର୍ଥାତ ଓଡ଼ିଶାର ପ୍ରାର୍ଥୀଙ୍କ ପାଇଁ ଏହା ପ୍ରଜୁଜ୍ୟ ନୁହେଁ ।  ଡାକ୍ତର ବାବୁଙ୍କ ଏଭଳି ସୋସିଆଲ ମିଡିଆ ପୋଷ୍ଟ ପରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ରାଗ ଗର ଗର ସୋସିଆଲ ମିଡିଆ ୟୁଜର୍ସ କହିଥିଲେ ଯେ, ଏହିପରି ଅଜ୍ଞାନ ମନୋଭାବ ହେତୁ ତୁରନ୍ତ ଏହି ହସ୍ପିଟାଲ୍ ଲାଇସେନ୍ସ ବାତିଲ୍ କରାଯିବା ଉଚିତ୍। ଓଡ଼ିଶା ମାଟିର ଅସ୍ମିତା ପାଇଁ, ଓଡିଆ ଚୁପ୍ ରହିବ ନାହିଁ ।

ଅନ୍ୟ ଜଣେ ସାମ୍ବାଦିକ ଗିରିଜା ଶଙ୍କର ଦାସଙ୍କୁ ଏହି ପ୍ରସଙ୍ଗକୁ ଅତି ଗଭୀର ଭାବେ ଆଘାତ ଲାଗିବାରୁ ସେ ସାମାଜିକ ଗଣମାଧ୍ୟମରେ କିଛି ଏଭଳି ଭାବେ ନିଜ ଅସନ୍ତୋଷ ଜାହିର କରିଥିଲେ, ଆଉ କେତେ ଦିନ ନିରବ ରହିବା ବୋଲି ପ୍ରଶ୍ନ କରିବା ସହ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ #NaveenPatnaik , ଏଇ ଅଭିଯୋଗ ଟି ଗୁରୁତ୍ବର ସହ ବିଚାର କରିବେ ବୋଲି ମୋର ବିଶ୍ୱାସ ।

ଓଡ଼ିଆ ଜାତି ଓ ଓଡ଼ିଆଙ୍କ ଗାଲରେ ଜାବୁଡା ମାରିବା ଭଳି ଦୁଃଶାହସ କରିଛନ୍ତି ଉତ୍କଳ ହସ୍ପିଟାଲର ପରିଚାଳନା କର୍ତ୍ତୃପକ୍ଷ । ଓଡ଼ିଶାରେ ହସ୍ପିଟାଲ କରିବେ , ଓଡ଼ିଆଙ୍କୁ ଅପମାନିତ କରିବେ ଖୋଲାଖୋଲି । କାହିଁକି ଏପରି ଓଡ଼ିଆ ବିରୋଧୀ ମାନସିକତା ? ଏ ସାହସ କେଉଁଠୁ ପାଉଛନ୍ତି ସେମାନେ । ଏଇଟା କେବଳ ଆମ ନିପପାରିବାରପଣିଆ ଓ ସରକାରଙ୍କ ଆଶ୍ଚର୍ଯ୍ୟଜନକ ନୀରବତା କାରଣରୁ ସମ୍ଭବ ।

ଉତ୍କଳ ହସ୍ପିଟାଲର ସିଇଓ ଡ଼ ଆଲୋକ ଲୋଧ ଲିଙ୍କଡ଼ ଇନ ରେ ଦେଇଥିବା ବିଜ୍ଞାପନରୁ ତାଙ୍କର ଓ ଉତ୍କଳ ହସ୍ପିଟାଲର ଓଡିଶା ଓ ଓଡ଼ିଆ ବିରୋଧୀ ମାନସିକତା ସ୍ପଷ୍ଟ ହୋଇଯାଇଛି । ଓପିଡ଼ି ମ୍ୟାନେଜର ପଦବୀ ପାଇଁ ଆବେଦନ ଆହ୍ୱାନ କରି ଉତ୍କଳ ସିଇଓ ଶ୍ରୀ ଲୋଧ ଉଲ୍ଲେଖ କରିଛନ୍ତି " ଓପିଡ଼ି ମ୍ୟାନେଜର ପଦ ପାଇଁ 5 ବର୍ଷ ଅଭିଜ୍ଞତା ଥିବା ପ୍ରାର୍ଥୀଙ୍କ ଠାରୁ ଆବେଦନ ଆହ୍ୱାନ କରାଯାଉଛି । ପ୍ରାର୍ଥୀ ଓଡିଶା ବାହାରୁ ହୋଇଥିବେ(ଖାସ କରି ଓଡ଼ିଶାର ହୋଇନଥିବେ)" ଓପିଡ଼ି ମ୍ୟାନେଜର ପଦବୀ ହାଣ୍ଡଲ କରିବା ପାଇଁ କଣ ଓଡ଼ିଆ ଅଯୋଗ୍ୟ ? ଓଡ଼ିଶାରେ କଣ ମିଳିବେ ନାହିଁ ଯୋଗ୍ୟ ଓଡ଼ିଆ । ଠିକ ଅଛି , ଆପଣଙ୍କ ଓଡ଼ିଆଙ୍କୁ ନ ବାଛନ୍ତୁ, ହେଲେ କାଟାଗୋରିକାଲି ଲିଙ୍କଡ଼ ଇନରେ "ପ୍ରାର୍ଥୀ ଓଡିଶା ବାହାରୁ ହୋଇଥିବେ(ଖାସ କରି ଓଡ଼ିଶାର ହୋଇନଥିବେ)" ବୋଲି ଲେଖିଲେ । ଏହା ଓଡ଼ିଆ ଜାତି ଓ ଓଡ଼ିଆଙ୍କ ପାଇଁ ଅପମାନ ନୁହେଁ କି...

କେବଳ ଗିରିଜା ଶଙ୍କର ଦାସ କାହିଁକି, ଅନ୍ୟ ଜଣେ ସୋସିଆଲ ମିଡିଆ ଉଲ୍ଲେଖ କରିଛନ୍ତି ଯେ, ଓଡ଼ିଶା ସରକାରଠୁଁ ଜାଗା ନେବେ। ସରକାର ଏମାନଙ୍କ ପାଇଁ ରାସ୍ତା ଦେବେ, ଅନ୍ୟାନ୍ୟ ସୁବିଧା ଦେବେ। ଓଡ଼ିଆ ଲୋକଙ୍କୁ ଚିକିତ୍ସା ଦେଇ ରୋଜଗାର କରିବେ , ଆଉ ଓଡ଼ିଆ ଲୋକଙ୍କୁ ହତାଦର କରିବେ । ଏ ମହାଶୟ ଅଣ - ଓଡ଼ିଆ ହୋଇଥିବା ସତ୍ତ୍ୱେ ଓଡ଼ିଶା ତାଙ୍କୁ କର୍ମ ସଂସ୍ଥାନ ଦେଲା, ବିନା ଦ୍ବିଧାରେ ଗ୍ରହଣ କଲା। ଅଥଚ ଏ ମହାଶୟ ଓଡ଼ିଶାରେ ଓଡ଼ିଆ ହୋଇଥିଲେ ଚାକିରୀରେ ଅଗ୍ରାଧିକାର ଦିଆଯିବ ନାହିଁ ବୋଲି ବିଜ୍ଞାପନ ଦେଇଛନ୍ତି । ଏ ସାହାସ ପାଇଲେ କେଉଁଠୁ ? ଲୁହା ନରମ ପଡିଗଲେ ବିଲେଇ କାମୁଡିବାକୁ ସାହାସ କରେ, ନୁହେଁ କି ? ଉତ୍କଳ ହସ୍ପିଟାଲ କ୍ଷମା ପ୍ରାର୍ଥନା କରୁ, ନଚେତ୍ ବିରୋଧ ହେବ ।

ଏହା ପରେ ବିବାଦ ବଢ଼ିବାରୁ ମେଡିକାଲ କତ୍ତୃପକ୍ଷ ନିଜ ଭୁଲ୍ ମାନିଥିଲେ ଏବଂ ନିଜେ ଡାକ୍ତର ଆଲୋକ ଲୋଧ ସଫେଇ ଦେଇ ପୁଣି ଏକ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ଦୁଃଖ ପ୍ରକାଶ କରିବା ସହ ନୂଆ ନିଯୁକ୍ତି ସଂକ୍ରାନୀୟ ବିଜ୍ଞାପନ ପୋଷ୍ଟ କରିଥିଲେ । 

ଏହି ପୋଷ୍ଟ ପରେ ଗିରିଜା ଶଙ୍କର ଅନ୍ୟ ଏକ ପୋଷ୍ଟରେ ଲେଖିଛନ୍ତି ଯେ, ଧନ୍ୟବାଦ ଆପଣମାନଙ୍କୁ । ଓଡ଼ିଆ ଜାତି ପ୍ରତି ଓ ଓଡ଼ିଆଙ୍କ ପ୍ରତି ଉତ୍କଳ ହସ୍ପିଟାଲ ଦ୍ୱାରା ହୋଇଥିବା ଅପମାନସୂଚକ ପୋଷ୍ଟ ଉପରେ ମୁଁ ଆଜି ଉଠାଇଥିବା ଉଦବେଗଜନକ ପ୍ରସଙ୍ଗ ପ୍ରତି ଆପଣଙ୍କ ସମୟୋଚିତ ତତ୍କାଳ ବିପୁଳ ସମର୍ଥନ #UtkalHospital କର୍ତ୍ତୃପକ୍ଷଙ୍କୁ ସେମାନେ କରିଥିବା ଭୁଲ ସୁଧାରିବା ପାଇଁ ବାଧ୍ୟ କରିଛି । ଦୁଃଖ ପ୍ରକାଶ କରିବା ସହ ଡ଼ ଲୋଧ ତାଙ୍କ ସଂଶୋଧିତ ପୋଷ୍ଟ ଜାରି କରିଛନ୍ତି । ଧନ୍ୟବାଦ ଦେଉଛି ତାଙ୍କୁ ଦୁଃଖ ପ୍ରକାଶ କରିଥିବା ଯୋଗୁ ।

କାହାକୁ ଆଘାତ ଦେବା ତାଙ୍କ ଉଦ୍ଦେଶ୍ୟ ନଥିଲା ବୋଲି ବି ଉଲ୍ଲେଖ କରିଛନ୍ତି । ହେଲେ ସେ ଜଣେ ଅଭିଜ୍ଞ ଲୋକ । ସେ କେମିତି ଜାଣିପାରିଲେନି ଯେ ଏପରି ଶବ୍ଦ ପ୍ରୟୋଗ ଓଡ଼ିଆ ଓ ଓଡିଶା ପ୍ରତି ଘୋର ଅପମାନ ବୋଲି । ଓଡ଼ିଶାରେ ଜନ୍ମିତ ଓ ପ୍ରତିପାଳିତ ହୋଇଛନ୍ତି ବୋଲି କହୁଛନ୍ତି , ହେଲେ ଓଡ଼ିଆଙ୍କ ପ୍ରତି ଏ ହୀନମାନ୍ୟତା ସୂଚକ ପୋଷ୍ଟ କଲେ କେମିତି ? ଏମିତି ଭୁଲ ଅଜାଣତରେ ନା ଉଦ୍ଦେଶ୍ୟ ମୂଳକ ତାହା ସେ ଜାଣିଥିବେ । ମୁ ୨ଟିଯାକ ପୋଷ୍ଟ ଆପଣଙ୍କ ଆଗରେ ରଖି ଦେଉଛି ।

ଏଠି ଆମର ପ୍ରଶ୍ନ ଏଭଳି ମାନସିକତା ସବୁ ଏମାନଙ୍କର ଆସୁଛି କାହିଁକି, ଏଥିପାଇଁ କାହାର ଛତ୍ରଛାୟା ରହିଛି ? କାହିଁକି ବାରମ୍ବାର ଏମିତି ଘଟଣାମାନ ଘଟୁଛି ।....

Share this story