ଏମିତି ବାପାମା’ଙ୍କ କୋଷରୁ କେହି ଜନ୍ମ ନ ନିଅନ୍ତୁ ! ମା’ ମୁହଁ ବନ୍ଦ କଲେ, ବାପା ଦୁଷ୍କର୍ମ କଲେ !

Mother shut mouth of daughter and father raped her

ଓଡ଼ିଆ ଗସିପ୍ ବ୍ୟୁରୋ: ସନ୍ତାନକୁ ସୁରକ୍ଷା ଦେବା ବଦଳରେ ପିଶାଚ ସାଜି ଇଜ୍ଜତ ଲୁଟିଲେ ନିଜ ବାପା । ଆଉ ଏଥିରେ ଦ୍ୱିତୀୟ ପତ୍ନୀ ତାଙ୍କର ସାଥ୍‌ ଦେଇଥିଲେ ।

୭ ବର୍ଷର ଝିଅକୁ ନିଜ ବାପା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ସନ୍ତାନକୁ ସୁରକ୍ଷା ଦେବା ବଦଳରେ ପିଶାଚ ସାଜି ଇଜ୍ଜତ ଲୁଟିଲେ ନିଜ ବାପା । ଆଉ ଏଥିରେ ଦ୍ୱିତୀୟ ପତ୍ନୀ ତାଙ୍କର ସାଥ୍‌ ଦେଇଥିଲେ । ଏଭଳି ଅମାନବୀୟ, ଲଜ୍ଜାକର ଘଟଣା ଉତ୍ତରପ୍ରଦେଶର ବରେଲିରେ ଘଟିଛି ।

ଦ୍ୱିତୀୟ ପତ୍ନୀ ସହ ମିଶି ଜଣେ ବ୍ୟକ୍ତି ନିଜ ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଘଟଣା ପରେ କୁନି ଝିଅର ସମ୍ପର୍କୀୟଙ୍କ ଅଭିଯୋଗ ଆଧାରରେ ପୋଲିସ୍‌ ଅଭିଯୁକ୍ତ ବାପା ଓ ସାବତ ମା’ଙ୍କୁ ଗିରଫ କରିଛି । ଏହାସହ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ।

କୁନି ଝିଅର ମୁହଁ ବନ୍ଦ କରିଥିଲେ ସାବତ ମା’...କରୋନା ସମୟରେ POCSO ଆକ୍ଟ ଆଧାରରେ ଏକ ମାମଲାରେ ବ୍ୟକ୍ତି ଜଣକ ଜେଲ୍‌ ଯାଇଥିଲେ । ଜେଲ୍‌ରୁ ବାହାରିବା ପରେ ସେ ନିଜ ଝିଅ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ସବୁଠାରୁ ଲଜ୍ଜାକର କଥା, ଏସବୁ ପଛରେ କୁନି ଝିଅର ସାବତ ମା’ଙ୍କ ମଧ୍ୟ ହାତ ଅଛି । ଏସବୁ କାମ ପାଇଁ ମହିଳା ଜଣକ ସ୍ୱାମୀଙ୍କ ସାଥ୍‌ ଦେଇଥିଲେ । ଯେଭଳି ଝିଅର ଚିତ୍କାର କାହାକୁ ନଶୁଭିବ, ଏଥିପାଇଁ ତାଙ୍କର ମୁହଁ ବନ୍ଦ କରି ଦେଇଥିଲେ ସମ୍ପୃକ୍ତ ମହିଳା ।

ପୋଲିସ୍‌ ସୂଚନା ଅନୁସାରେ, ବହେଡିର ଏକ ଗାଁରେ ଜଣେ ବ୍ୟକ୍ତିଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇଛି । ୭ ବର୍ଷ ଝିଅକୁ ତାଙ୍କ ବାପା ଦୁଷ୍କର୍ମ କରିଥିବା ଝିଅର ସମ୍ପର୍କୀୟ ଅଭିଯୋଗ କରିଥିଲେ ।

ଅଭିଯୋଗ ଆଧାରରେ ଅଭିଯୁକ୍ତ ଓ ତାଙ୍କ ପତ୍ନୀଙ୍କୁ ଗିରଫ କରାଯାଇଛି । ଏଭଳି ମାମଲାରେ ଉକ୍ତ ବ୍ୟକ୍ତି ଜଣକ ପୂର୍ବରୁ ଜେଲ୍‌ ମଧ୍ୟ ଯାଇସାରିଛନ୍ତି । ପୁରା ଘଟଣା ସମ୍ପର୍କରେ ପରିବାର ଲୋକ ଜାଣିବା ପରେ ପୋଲିସ୍‌କୁ ସୂଚନା ଦେଇଥିଲେ । ଏହାପରେ ପୋଲିସ୍‌ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।

Share this story