ସ୍ୱାମୀ ସାମ୍ନାରେ ସ୍ତ୍ରୀକୁ ଗଣଦୁଷ୍କର୍ମ: ମନ ଭରିଲାନି ଯେ ଗୁପ୍ତାଙ୍ଗରେ ମଦ ବୋତଲ ଭର୍ତ୍ତି କରିଦେଲେ...

ଓଡ଼ିଆ ଗସିପ୍ ବ୍ୟୁରୋ: ମଣିଷ ଏତେ ଯେ ତଳସ୍ତର କୁ ଯାଇପାରିବ ତାହା ଘଟିଥିବା ଘଟଣା ରୁ ଅନୁମୟ । କାହିଁକି ନା ନିଜ ମନର ଭୋକ ମେଣ୍ଟେଇବା ପାଇଁ ସେ ପିଚାସ ବି ସାଜିଛି । ସବୁ ସୀମାକୁ ଟପି ଘଟାଇଲେ ନାରକୀୟ କାଣ୍ଡ । ଜଣେ ମହିଳାଙ୍କୁ ୩ ଜଣ ବ୍ୟକ୍ତି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।
ଏତିକିରେ ଅତ୍ୟାଚାର ଥମି ନଥିଲା ଯେ, ମହିଳାଙ୍କ ଗୁପ୍ତାଙ୍ଗରେ ମଦ ବୋତଲ ଭର୍ତ୍ତି କରିଦେଲେ । ଶନିବାର ବିଳମ୍ବିତ ରାତିରେ ଉତ୍ତରପ୍ରଦେଶର ବାନ୍ଦା ଜିଲ୍ଲାରେ ଭଳି ନୃଂଶସ, ଅମାନବୀୟ କାଣ୍ଡ ଘଟିଛି । ପୀଡ଼ିତାଙ୍କ ମୁହଁରୁ ଏହି ବର୍ବରତାର କାହାଣୀ ଶୁଣି ପୋଲିସ୍ର ମଧ୍ୟ ହୋସ୍ ଉଡ଼ି ଯାଇଛି ।
ମହିଳା ଜଣକ ସ୍ୱାମୀଙ୍କ ସହ ବାପ ଘରୁ ଶ୍ୱଶୁର ଘରକୁ ଫେରୁଥିବା ବେଳେ ରାସ୍ତାରେ ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି । ସବୁଠାରୁ ବଡ଼ କଥା, ମହିଳାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୁକ୍ତମାନେ କୌଣସି ଅଜଣା ବ୍ୟକ୍ତି ନୁହଁନ୍ତି ବରଂ ସମ୍ପୃକ୍ତ ମହିଳାଙ୍କ ସ୍ୱାମୀଙ୍କ ସାଙ୍ଗ ବୋଲି ଜଣାପଡ଼ିଛି ।
ଅଭିଯୋଗ ଅନୁସାରେ, ଶନିବାର ଦିନ ସ୍ୱାମୀଙ୍କ ସହ ସେ ବାପ ଘରୁ ଶ୍ୱଶୁର ଘରକୁ ଯାଉଥିଲେ । ଏହି ସମୟରେ କୋଟୱାଲି ଦେହାତ୍ର ଗୁରେହ ଗାଁ ନିକଟରେ ମହିଳାଙ୍କ ସ୍ୱାମୀଙ୍କ ୩ ଜଣ ସାଙ୍ଗ ଦେଖା ହୋଇଥିଲେ । ଏମାନେ ସମ୍ପୃକ୍ତ ମହିଳା ଓ ତାଙ୍କ ସ୍ୱାମୀଙ୍କୁ ଅଟକାଇଥିଲେ ।
ବ୍ୟକ୍ତି ଜଣକ ମଦ୍ୟପାନ କରିଥିବାରୁ ସାଙ୍ଗମାନେ ଏହାର ଫାଇଦା ଉଠାଇ ମହିଳାଙ୍କ ସହ ଗଣଦୁଷ୍କର୍ମ କରିଥିଲେ । ୩ ଜଣଙ୍କ ମଧ୍ୟରୁ ୨ ଜଣ ଗଣଦୁଷ୍କର୍ମ କରିଥିଲେ । ହେଲେ ଅନ୍ୟ ଜଣେ ବ୍ୟକ୍ତି ଦୁଷ୍କର୍ମ କରିବାରେ ଅସଫଳ ହେବାରୁ ମହିଳାଙ୍କ ଗୁପ୍ତାଙ୍ଗରେ ମଦ ବୋତଲ ଭର୍ତ୍ତି କରିଦେଇଥିବା ଅଭିଯୋଗ ହୋଇଛି ।