ମହଙ୍ଗା ପଡ଼ିଲା ମାଡ଼ିବସି ସେକ୍ସ କରିବା; ନିର୍ଘାତ ପିଟିଲେ ଛେଚି ଛେଚି ଘାଇଲା କଲେ

258

ଓଡ଼ିଆ ଗସିପ୍ ବ୍ୟୁରୋ: ଜନୈକା ନାବାଳିକାକୁ ଦୁଷ୍କର୍ମ କରିଥିବା ଦୁଇ ଜଣ ଅଭିଯୁକ୍ତ ଦୁଷ୍କର୍ମକାରୀଙ୍କୁ ଧରିବା ପରେ ଉତ୍ୟକ୍ତ ଗ୍ରାମବାସୀ ସେମାନଙ୍କୁ ନିର୍ଘାତ ମାଡ଼ ମାରିବା ପରେ ସେମାନଙ୍କ ଦେହରେ ନିଆଁ ଲଗାଇ ଦେଇଛନ୍ତି। ଏହି ଅଭାବନୀୟ ଘଟଣା ଘଟିଛି ଝାଡ଼ଖଣ୍ଡର ଗୁମଲା ଜିଲ୍ଲାରେ। ଗ୍ରାମବାସୀ ମାନେ ପିଟି ପିଟି ନିଆଁ ଲଗାଇ ଦେବା ପରେ ଜଣେ ଦୁଷ୍କର୍ମକାରୀର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛି ବୋଲି ଗୁରୁବାର ଦିନ ପୁଲିସ କହିଛି।   ରିପୋର୍ଟରୁ ପ୍ରକାଶ, ବୁଧବାର ରାତିରେ ସଦର ପୁଲିସ ଷ୍ଟେସନ ଅଞ୍ଚଳର ଏକ ଗ୍ରାମରେ ଏହି ଘଟଣା ଘଟିଛି। ଆହତ ଜଣକ ଏବେ ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍‌ସ (ଆରଆଇଏମଏସ)ରେ ଚିକିତ୍ସିତ ହେଉଛନ୍ତି ବୋଲି ଗୁମଲା ସବଡିଭିଜନାଲ ପୁଲିସ ଅଫିସର (ଏସଡିପିଓ) ମନୀଷ ଚନ୍ଦ୍ର ଲାଲ ଗଣମାଧ୍ୟମକୁ କହିଛନ୍ତି। 

 

ଏହି ଦୁଇ ଅଭିଯୁକ୍ତ ବୁଧବାର ଦିନ ନାବାଳିକା ଜଣକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଯେତେବେଳେ ଝିଅର ପରିବାର ସଦସ୍ୟ ଏବଂ ଅନ୍ୟ ଗ୍ରାମବାସୀ ଏହି ଘଟଣା ବିଷୟରେ ଜାଣିବାକୁ ପାଇଲେ, ସେମାନେ ପଡ଼ୋଶୀ ଗାଁର ଅଭିଯୁକ୍ତମାନଙ୍କୁ ଯାଇ ଧରିଥିଲେ। ପରେ ସେମାନେ ଅଭିଯୁକ୍ତ ଦୁଇ ଦୁକେର୍ମକାରୀ ଯୁବକଙ୍କୁ ସେମାନଙ୍କ ଗାଁକୁ ନେଇ ଆସିବା ସହ ସେମାନଙ୍କୁ ପିଟିଥିଲେ ଏବଂ ସେମାନଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ ବୋଲି ଏସଡିପିଓ ଲାଲ କହିଛନ୍ତି।

 

ଜଣେ ଦୁଷ୍କର୍ମକାରୀର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ ବୋଲି ସେ କହିଛନ୍ତି। ଅଭିଯୁକ୍ତଙ୍କ ମୋଟରସାଇକେଲରେ ମଧ୍ୟ ଉତ୍ୟକ୍ତ ଗ୍ରାମବାସୀ ନିଆଁ ଲଗାଇ ଦେଇଥିଲେ। ଏଘଟଣାରେ ପୀଡ଼ିତାର ପରିବାର ସଦର ପୁଲିସ ଷ୍ଟେସନରେ ଏଫଆଇଆର ଦାଖଲ କରିଛନ୍ତିଏବଂ ଆହତ ଥିବା ଅଭିଯୁକ୍ତ ଦୁଷ୍କର୍ମକାରୀକୁ ଡାକ୍ତରୀ ପରୀକ୍ଷା ପାଇଁ ପଠାଯିବ ବୋଲି ପୁଲିସ ଅଧିକାରୀ କହିଛନ୍ତି।

Share this story