ସ୍ତୀକୁ ଖୁସି ଦେବା ପରିବର୍ତ୍ତେ ଏମିତି କାଣ୍ଡ ଘଟାଇଲା କଳିଯୁଗର କୁଳାଙ୍ଗାର

1

ଓଡ଼ିଆ ଗସିପ୍ ବ୍ୟୁରୋ: ପାରିବାରିକ କଳହର କରୁଣ ପରିଣତି। ସ୍ତ୍ରୀକୁ ପନିକିରେ ହାଣିଲା ପିଶାଚ ସ୍ୱାମୀ। ଏ ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କାମାକ୍ଷାନଗର ଥାନା ପର୍ଜଙ୍ଗ ବ୍ଲକ ଅନ୍ତର୍ଗତ ପଥରଖମ୍ବ ଗାଁରେ। ଗାଁର ପ୍ରମୋଦ ରାଉତରାୟ ନିଜ ସ୍ତ୍ରୀ ମଲାରୁଣୀ ରାଉତରାୟଙ୍କୁ ପନିକିରେ ହାଣି ଲହୁଲୁହାଣ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି ।

2

ସୂଚନା ଅନୁଯାୟୀ, ପ୍ରମୋଦ ଢେଙ୍କାନାଳରେ ରାଜମିସ୍ତ୍ରୀ କାମ କରି ନିଜ ପରିବାର ଗୁଜୁରାଣ ମେଣ୍ଟାଉଥଲେ। ଗତକାଲି କାମରୁ ଫେରି ପ୍ରମୋଦ ନିଜ ଗାଁ ପଥରଖମ୍ବକୁ ଆସିଥିଲେ। କୌଣସି କାରଣବଶତଃ ଆଜି ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ପ୍ରମୋଦ ନିକଟରେ ଥିବା ଏକ ପନିକିରେ ସ୍ତ୍ରୀ ମଲାରୁଣୀଙ୍କୁ ହାଣି ଦେଇଥିଲେ। ଫଳରେ ତାଙ୍କ ଗୋଡ଼ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା।

ପଡୋଶୀ ମଲାରୁଣୀଙ୍କ ଚିତ୍କାର ଶୁଣି ତାଙ୍କୁ ଉଦ୍ଧାର କରି କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଛନ୍ତିl ଏ ନେଇ ଖବର ପାଇ କାମାକ୍ଷାନଗର ପୁଲିସ ମେଡିକାଲରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଦେଇଛି । ଏହି ଘଟଣା ପରେ ପ୍ରମୋଦ ଫେରାର ହୋଇଯାଇଥିବା ଜଣାପଡ଼ିଛିl

Share this story