ଦିଲ୍ଲୀ ଶ୍ରଦ୍ଧା ୱକରକୁ ୩୫ ଖଣ୍ଡ ମର୍ଡର ମାମଲାରେ କେମିତି ମାରିଥିଲା ପୋଲିସକୁ କହିଲା ପ୍ରେମିକ ଅଭିଯୁକ୍ତ, ଛାନଭିନ୍ ବେଳେ ଜଙ୍ଗଲ ଭିତରୁ ମିଳିଲା ୧୦ ଖଣ୍ଡ ମାଂସ

murder2

ଓଡ଼ିଆ ଗସିପ ବ୍ୟୁରୋ: ଶ୍ରଦ୍ଧା ୱକର ହତ୍ୟା ମାମଲାରେ କ୍ରାଇମ ସିନ୍ ରିକ୍ରିଏଟ କରିଛି ଦିଲ୍ଲୀ ପୁଲିସ । ଅଭିଯୁକ୍ତ ଆଫତାବ ଅମୀନ ପୁନାୱାଲାକୁ ମେହରୁଲି ଜଙ୍ଗଲକୁ ନେଇ ପୁଲିସ କ୍ରାଇମ ସିନ୍ ରିକ୍ରିଏଟ କରିଛି ।

ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ଖଣ୍ଡବିଖଣ୍ଡିତ ଶରୀରକୁ କେଉଁକେଉଁ ସ୍ଥାନରେ ଆଫତାବ ଫିଙ୍ଗିଥିଲା ତା’ର ତଦନ୍ତ ଚାଲିଛି । ଛାନଭିନ୍ ବେଳେ ଜଙ୍ଗଲ ଭିତରୁ ୧୦ ଖଣ୍ଡ ମାଂସ ମିଳିଥିବା ପୁଲିସ କହିଛି ।

ଉଦ୍ଧାର ହୋଇଥିବା ସମସ୍ତ ମାଂସଖଣ୍ଡକୁ ପୁଲିସ ଫରେନ୍‌ସିକ୍ ଲ୍ୟାବ୍‌କୁ ପଠାଇଛି । ସମସ୍ତ ମାଂସଖଣ୍ଡ ମାନବ ଅଙ୍ଗ ବୋଲି କୁହାଯାଉଛି । ଏଥିସହ ଏହି ମାଂସଖଣ୍ଡର ଶ୍ରଦ୍ଧାଙ୍କ ବାପାଙ୍କ ସହ ଡିଏନ୍ ମେଳ ପାଇଁ ନମୁନା ପଠାଯିବ ।

ଅନ୍ୟ ମାଂସ ଖଣ୍ଡର ସନ୍ଧାନ ଜାରି ରହିଥିବା ପୁଲିସ କହିଛି । ବର୍ତ୍ତମାନ ପର୍ଯ୍ଯନ୍ତ ଗାର୍ଲଫ୍ରେଣ୍ଡ ଶ୍ରଦ୍ଧାଙ୍କ ମୁଣ୍ଡକୁ ଉଦ୍ଧାର କରିପାରିନାହି ଦିଲ୍ଲୀ ପୁଲିସ । ମୁଣ୍ଡକୁ ଖୋଜିବାକୁ ଅଭିଯୁକ୍ତକୁ ଧରି ଆଖପାଖ ଜଙ୍ଗଲରେ ପୁଲିସର ଖୋଜାଖୋଜି ଜାରି ରହିଛି ।

ଏହି ଲିଙ୍କରେ କ୍ଲିକ କରି ଅଧିକ ପଢ଼ନ୍ତୁ : ଲଭ-ସେକ୍ସ-ଧୋକା: ପ୍ରେମିକାକୁ ୩୫ ଖଣ୍ଡ କରି ଜଙ୍ଗଲରେ ନୃଶଂସ ପ୍ରେମିକ ରାତି ଅଧାରେ କରୁଥିଲା ଅମାନବୀୟ କାଣ୍ଡ...

ଶ୍ରଦ୍ଧା ଓ ଆଫତାବ୍ ପରସ୍ପରକୁ ଭଲ ପାଉଥିଲେ । କିଛି ଦିନ ଲିଭି-ଇନ୍‌ରେ ରହିଥିଲେ । ପରେ ଶ୍ରଦ୍ଧା ବିବାହ କରିବାକୁ ଅଫତାବଙ୍କ ଉପରେ ଚାପ ପକାଇଥିଲେ ।

ଏଥିରେ ଉତ୍ତେଜିତ ହୋଇ ପ୍ରେମିକ ଶ୍ରଦ୍ଧାକୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା । ପରେ ମୃତଦେହକୁ ୩୫ ଖଣ୍ଡ କରିଥିଲା । ଏହାକୁ ସେ ଫ୍ରିଜ୍‌ରେ ଦୀର୍ଘ ୧୮ ଦିନ ରଖି ପ୍ରତ୍ୟେକ ଦିନ କିଛି ଅଂଶ ଦିଲ୍ଲୀସ୍ଥିତ ମେହରୋଲି ଜଙ୍ଗଲରେ ଫିଙ୍ଗୁଥିଲା ।

Share this story