ଭିତରେ ଦେଖନ୍ତୁ Exclusive ଭିଡ଼ିଓ: 'ମୁଁ କିଛି କରିନି' ଏମିତି କହି କାନ୍ଦି ପକାଇଲେ ସେକ୍ସ ଗାର୍ଲ ଅର୍ଚ୍ଚନା ନାଗ...

archana nag

ଓଡ଼ିଆ ଗସିପ ବ୍ୟୁରୋ: ଭୁବନେଶ୍ୱର ସ୍ଥିତ କୋର୍ଟରେ ଅର୍ଚ୍ଚନା କାନ୍ଦି କାନ୍ଦି ଜର୍ଜଙ୍କ ଆଗରେ ଗୋଟି ଗୋଟି କରି କହିଲେ ଆଉ ତାହା ସବୁ ଶୁଣିଲେ ଜର୍ଜ । କିନ୍ତୁ ଏବେ କାନ୍ଦି କାନ୍ଦି ଅର୍ଚ୍ଚନା ଫେରିଛନ୍ତି ଝାଡପଡା ଜେଲକୁ । ଆଉ ଜେଲରେ ପଶି ଅନୁତାପ କରି କାନ୍ଦୁଛନ୍ତି ଅର୍ଚ୍ଚନା ।

ଆଉ ତାଙ୍କ କଥାକୁ କେହି ଯେମିତି କିଛି ବି ବିଶ୍ବାସ କରୁ ନାହାନ୍ତି । ଆଉ ସମସ୍ତେ ପ୍ରମାଣକୁ ଅପେକ୍ଷା କରୁଛନ୍ତି । ଯାହା ବି କିଛି ଅର୍ଚ୍ଚନାଙ୍କ ବିପକ୍ଷରେ ରହିଛି ପ୍ରମାଣ ତାକୁ ନେଇ ଚାଲିଛି ତଦନ୍ତ ।

ଗତ 26 ତାରିଖ ରେ କୋର୍ଟରେ ପହଞ୍ଚିଥିଲେ ଅନ୍ୟ ଙ୍କୁ ନିଜ ସେକ୍ସ ଜାଲରେ ଫସାଉଥିବା ଅର୍ଚ୍ଚନା ନାଗ । ଝାରପଡ଼ା ଜେଲରୁ ସିଧା ବାହାରି କି କୋର୍ଟ ଯାଇଥିଲେ ଅର୍ଚ୍ଚନା । ଗଲା ବେଳେ ବାରମ୍ବାର ସେ ଗଣମାଧ୍ୟମକୁ କହୁଥିଲେ ମୋ ଖବର ପ୍ରସାରଣ କରନ୍ତୁ ନାହିଁ ।

"ମୋ ବାବଦରେ ମିଛ ଖବର ପ୍ରସାରଣ କରନ୍ତୁ ନାହିଁ, ତଥ୍ଯ ଓ ପ୍ରମାଣ ବିନା ଖବର ପ୍ରକାଶ କରନ୍ତୁ ନାହିଁ । ତଦନ୍ତକୁ ଅପେକ୍ଷା କରନ୍ତୁ, ତେବେ ଯାହା କିଛି ପ୍ରମାଣ ଲାଗି ଥିଲା ସେହି ଆଧାର ରେ ବହୁତ ଖବର ପ୍ରସାରଣ ହୋଇଥିଲା ।

ଏମିତିକି ଅଭିଯୋଗ ଯାହା ଥାନାରେ ହୋଇଥିଲା ଅର୍ଚ୍ଚନା କିଭଳି ନିଜ ରୁମରେ ସିସି ଟିଭି ଲଗେଇ ଥିଲେ । ଆଉ ଶା-ରୀ-ରି-କ ସମ୍ପର୍କ ର ଗୋଟି ଗୋଟି ଦୃଶ୍ଯ କୁ କଏଦ୍ କରୁ ଥିଲେ । ଏହି ସବୁକୁ ନେଇ ସେ ଭାଇରାଲ କରିଦେବେ ବୋଲି ଧମକ ଦେଇ ଟଙ୍କା ଆଦାୟ କରୁ ଥିଲେ । ଏ ସବୁ ଅଭିଯୋଗ ଆସିବା ପରେ ସବୁ ସତ ସାମ୍ନାକୁ ମଧ୍ୟ ଆସି ଥିଲା ।

ବହୁତ ଚର୍ଚ୍ଚିତ ହନିଟ୍ରାପ୍ ବ୍ଲାକମେଲିଂ ମାମଲା ରେ ଛନ୍ଦି ହୋଇ ଥିବା ଅର୍ଚ୍ଚନା ନାଗ ବୁଧବାର ଦିନ କୋର୍ଟ ରେ ହାଜିର ହୋଇ ଥିଲେ । ତାଙ୍କୁ କଡା ସୁରକ୍ଷା ମଧ୍ୟରେ କୋର୍ଟ ରେ ହାଜିର କରା ଯାଇ ଥିଲା ଖଣ୍ଡଗିରି ଥାନା ମାମଲା ସହ ନୟାପଲ୍ଲୀ ଥାନା ରେ ହୋଇ ଥିବା ପ୍ରଜୋଜକ ଅକ୍ଷୟ ପରିଜା ଙ୍କୁ ବ୍ଲା-କ-ମେ-ଲିଂ ମାମଲା ରେ ତାଙ୍କୁ ହାଜର କରା ଯାଇଥିଲା ।

ଏହି ଦୁଇଟି ମାମଲାରେ ଅର୍ଚ୍ଚନା ଙ୍କ ପକ୍ଷରୁ ତାଙ୍କ ଓକିଲ ଜାମିନ ଆବେଦନ୍ କରି ଥିଲେ । କୋର୍ଟ ଏହି ଜାମିନ ଆବେଦନ୍ କୁ ସ୍ବକାର କରି ଏହି ଏହାର ସୁଣାଣି କରି ଥିଲେ ।

ଏବେ ଏହି ଶୁଣାଣି ସଂରକ୍ଷିତ ରହିଛି କିନ୍ତୁ ଅର୍ଚ୍ଚନାଙ୍କୁ ଝାରପଡା ଜେଲକୁ ଫୁଣି ପଠାଇ ଦିଆ ଯାଇଛି । ଆଉ ସେ କୁଆଡେ ସେହି ସମୟରେ କାନ୍ଦି କାନ୍ଦି ଜେଲକୁ ଯାଉଥିଲେ ।

ତେବେ ଅର୍ଚ୍ଚନାଙ୍କୁ ଚଳିତ ମାସ 6 ତାରିଖରେ ଖଣ୍ଡଗିରି ଥାନା ତରଫରୁ ଗିରଫ କରା ଯାଇଥିଲା । ପ୍ରାୟ 20 ଦିନ ଧରି ସେ ଝାରପଡା ଜେଲରେ ରହିବା ପରେ ଗତ କାଲି କୋର୍ଟରେ ହାଜିର ହୋଇଥିଲେ । ତାଙ୍କୁ ସେଇଥି ପାଇଁ ଜେଲରୁ ବାହାର କରା ଯାଇଥିଲା ।

Share this story