ଏତେ ଦିନ ଧରି କେମିତି ଥିଲେ, କଣ ଖାଉଥିଲେ, କି ଖାଇବା ଖାଉଥିଲେ ଯେ, ଏତେ ପତଳା ହେଇଗଲେ! ଦେଖିନିଅନ୍ତୁ ଭିତରେ ଅଛି ଫୋଟ

ଓଡ଼ିଆ ଗସିପ ବ୍ୟୁରୋ: କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ୱେବ୍ ଚ୍ୟାନେଲ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କୁ କ୍ରାଇମବ୍ରାଞ୍ଚ ଓ ପୋଲିସ୍ର ମିଳିତ ଟିମ୍ ଗିରଫ କରିଛି। ଶର୍ମିଷ୍ଠାଙ୍କ ସହ ତାଙ୍କ ସହଯୋଗୀ ଝୁନା ଭୋଇ ମଧ୍ୟ ଗିରଫ ହୋଇଛନ୍ତି। ଉଭୟଙ୍କୁ ଭଦ୍ରକ ଜିଲ୍ଲା ନଳାଙ୍ଗରୁ କ୍ରାଇମବ୍ରାଞ୍ଚ ଗିରଫ କରିଛି।
ଗିରଫ ପରେ ଶର୍ମିଷ୍ଠା ଓ ଝୁନାଙ୍କ ପ୍ରଥମ ଫଟୋ ଏବେ ସାମ୍ନାକୁ ଆସିଛି। ଫଟୋରେ ଦେଖିବାକୁ ମିଳିଛି, ଶର୍ମିଷ୍ଠା ଚେୟାରରେ ବସିଥିବା ବେଳେ ମାସ୍କ ପିନ୍ଧିଛନ୍ତି।
କୋଲକାତାରୁ ଫେରିବା ବେଳେ ଶର୍ମିଷ୍ଠା ଧରାପଡ଼ିଛନ୍ତି। ଆଜି କୋଲକାତାରୁ ଫେରିବା ବେଳେ ନଳାଙ୍ଗ ନିକଟରୁ କ୍ରାଇମବ୍ରାଞ୍ଚ ଓ ପୋଲିସ୍ର ମିଳିତ ଟିମ୍ ଶର୍ମିଷ୍ଠାଙ୍କୁ ଧରିଥିଲେ।
ଚାନ୍ଦବାଲିରୁ ମାନସଙ୍କୁ ଅପହରଣ କରାଯାଇ ଭୁବନେଶ୍ୱରରେ ହତ୍ୟା କରାଯାଇଥିଲା। ଭୁବନେଶ୍ୱରରେ ହତ୍ୟା ପରେ ନୟାଗଡ଼ରେ ଶବ ପୋତା ଯାଇଥିଲା। କେମିତି ହତ୍ୟା କରାଯାଇଥିଲା କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କୁ ?
ଅପରାଧର ପ୍ରତିଟି ପ୍ରମାଣ ସଂଗ୍ରହ କରି କଡ଼ିକୁ କଡ଼ି ଯୋଡୁଛି କ୍ରାଇମବ୍ରାଞ୍ଚ। ଅପହରଣସ୍ଥଳୀରୁ ସାକ୍ଷୀଙ୍କ ବୟାନ ରେକର୍ଡ ପରେ ଗତକାଲି ମର୍ଡର ସ୍ପଟ୍ରେ ଫରେନ୍ସିକ୍ ଟିମ୍ ପହଞ୍ଚି ଯାଞ୍ଚ କରିଥିଲା। ଦୟାଲ୍ ଆଶ୍ରମରେ ଅତ୍ୟାଧୁନିକ ଥ୍ରୀ-ଡି ସ୍କାନର୍ରେ ଚିତ୍ର ଉତ୍ତୋଳନ ସହ ଆଶ୍ରମକୁ ସିଲ୍ କରାଯାଇଥିଲା।