ସତ କହିଥିଲେ କି ସୁପ୍ରିୟା! ‘ରାଜା ରଶ୍ମିର ଲଭର୍ ଥିଲା ହେଲେ ରଶ୍ମି ସନ୍ତୋଷ ସହ ରହୁଥିଲା ! ସେ ଯେତେବେଳେ…’ 

753

ଓଡ଼ିଆ ଗସିପ୍ ବ୍ୟୁରୋ: ମୁଁ ତାଙ୍କ ସହ ଗୋଟେ ବର୍ଷ କାମ କରିଛି । ସେ ଯେମିତିଆ ପିଲା ମୋତେ ଲାଗୁନି ସେ ଆତ୍ମହତ୍ୟା କରିଥିବେ ବୋଲି । ମୁଁ ଯେତିକି ଜାଣିଛି ରାଜା ବୋଲି ଜଣେ ବ୍ୟକ୍ତି ଅଛନ୍ତି ତାଙ୍କ ସହ ରଶ୍ମିଙ୍କର ସମ୍ପର୍କ ଥିଲା ହେଲେ ଯେଉଁଠି ସେ ରହୁଥିଲେ ବା ଯେଉଁଠି ତାଙ୍କ ଶବ ଜବତ ହେଇଛି ସେହି ଘରର ଘର ମାଲିକ କହୁଛନ୍ତି ଯେ ସନ୍ତୋଷ ନାମକ ଜଣେ ପିଲାଙ୍କ ସହ ସେ ରହୁଥିଲେ - ଦିନେ ଏମିତି ବୟାନ ଦେଇଥିଲେ ରଶ୍ମିରେଖାଙ୍କ ସାଥୀ କଳାକାର ସୁପ୍ରିୟା । ସୁପ୍ରିୟା କହିଥିଲେ ଯେ, ଆଉ ଆମ ସିରିଏଲର ଜଣେ କଳାକାରଙ୍କ ସହ ସେ ଗତ ଦୁଇ ଦିନ ତଳେ କଥା ହେଉଥିଲେ । ସେ କହୁଥିଲେ ତାଙ୍କ ଆଖିରେ ଗୋଟେ ପୋକ ମାଡ ହେଇଯାଇଛି ଆଉ ସେ ଦେଖି ପାରୁ ନଥିଲେ । ହେଲେ ମୋତେ ଏସବୁରେ ବହୁତ ଡାଉଟ। କାରଣ ଆମ ଆଖିରେ ବି ପିକ ପଡେ ।

ମୋର ଡାଉଟ ଅଛି ଯେ ସେ ଯାହାଙ୍କ ସହ ରହୁଥିଲେ ହୁଏତ ସେ ତାଙ୍କୁ ବାଡିଆ ପିଟା କରିଥିବେ । କାହିଁକି ନା ମୁଁ ଏଇଟା ଆକସେପ୍ଟ କରିପାରିବିନି ଯେ ସେ ସୁସାଇଡ କରିଛନ୍ତି’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ସୁପ୍ରିୟା ଏକ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି । ଆଉ ଆଜି ଯାହା ଘଟିଲା ତାହା ସମସ୍ତେ ଜାଣିଛନ୍ତି । କେମିତି ରଶ୍ମିରେଖାଙ୍କ ଲିଭ୍ ଇନ୍ ପାର୍ଟନର ସନ୍ତୋଷ ପାତ୍ର ଦୁନିଆର ଲୋଭ ଛାଡ଼ି, ମୃତ୍ୟୁର ଆହ୍ୱାନକୁ ଗ୍ରହଣ କରି ପରପାରିକୁ ଚାଲିଯାଇଛନ୍ତି ।....

ସନ୍ତୋଷଙ୍କ ମୃତ୍ୟୁର କାରଣ ଜଣା ପଡ଼ି ନ ଥିବା ବେଳେ ହୁଏତ ମାନସିକ ଚାପ ଯୋଗୁ ସେ ଏପରି ଚରମ ପଦକ୍ଷେପ ଉଠାଇ ଥାଇପାରନ୍ତି, ନଚେତ ଏହା ପଛରେ ଆଉ କିଛି କାରଣ ଅଛି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି। ତେବେ ନୟାପଲ୍‌ ପୁଲିସ୍‌ ଜେରା କରିବା ପରେ ସନ୍ତୋଷ ୩,୪ ଥର ଆତ୍ମହତ୍ୟା ଉଦ୍ୟମ କରିଥିଲେ ମଧ୍ୟ ନିକଟ ସମ୍ପର୍କୀୟ ତାଙ୍କୁ ଉଦ୍ଧାର କରିଦେଇଥିଲେ । ମାତ୍ର ଗତକାଲି ରାତିରେ ସନ୍ତୋଷ ଏପରି ଚରମ ପଦକ୍ଷେପ ନେଇଥିବା ବେଳେ ଭାଙ୍ଗି ପଡ଼ିଛନ୍ତି ତାଙ୍କ ବୃଦ୍ଧ ବାପାମା’  ।

Share this story