World Odia Language Conferene

ପୁରୁଷ ବନ୍ଧୁଙ୍କ ସହ ବୁଲୁଛନ୍ତି ସୁନା ମାଡାମ୍‌ ;  ପୁରୁଷ ବନ୍ଧୁ ବି କୁଆଡେ ଜଣେ ଅପରାଧୀ 

321

ଓଡ଼ିଆ ଗସିପ୍ ବ୍ୟୁରୋ: ପୁଣି ଚର୍ଚ୍ଚାରେ ଇନସପେକ୍ଟର ସୁନା ମାଡାମ୍‌ । ସ୍ୱାମୀ ଆଣିଲେ ସଙ୍ଗୀନ ଅଭିଯୋଗ । କହିଲେ, ବିବାହ ବିଚ୍ଛେଦ ହୋଇନି ବରଂ ପୁରୁଷ ବନ୍ଧୁଙ୍କ ସହ ବୁଲୁଛନ୍ତି ସୁନା ମାଡାମ୍‌ । ସେ ପୁରୁଷ ବନ୍ଧୁ ବି କୁଆଡେ ଜଣେ ଅପରାଧୀ ।  ଇନସପେକ୍ଟର ସୁନା ମାଡାମ୍‌ଙ୍କୁ ନେଇ ପୁଣି ସାମ୍ନାକୁ ଆସିଲା ନୂଆ କାହାଣୀ । ନିଜ ସ୍ୱାମୀଙ୍କ ସହ ବିବାହ ବିଚ୍ଛେଦ ହୋଇନି କିନ୍ତୁ ପୁରୁଷ ବନ୍ଧୁଙ୍କ ସହ ବୁଲାବୁଲି କରୁଛନ୍ତି ସୁନା ମାଡାମ୍‌ । ଏମିତିକି ତାଙ୍କ ପୁରୁଷ ବନ୍ଧୁଙ୍କ ଉପରେ ତାଙ୍କର ଏତେ ଭରସା ଯେ ରଥଯାତ୍ରାରୁ ଫେରିବା ବେଳେ ତାଙ୍କୁ କୁଆଡେ ଗାଡି ବି ଚଳାଇବାକୁ ଦେଇଥିଲେ ମାଡାମ୍‌ । ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କର କୁଆଡେ ଲାଇସେନ୍ସ ବି ନଥିଲା। ଯାହା ଫଳରେ କାର୍‌ ଦୁର୍ଘଟଣା ହେଲା, ଆଉ ୩ ଜଣ ନିରୀହଙ୍କ ପ୍ରାଣ ଗଲା।

ଖାଲି ସେତିକି ନୁହେଁ ବରଂ ଏବେ ବି ୪ ଜଣ ଗୁରୁତର ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ଆଉ ଜାଣିଶୁଣି ନିଜ ପୁରୁଷ ବନ୍ଧୁ ସହ କୁଆଡେ ଲୁଚିକି ରହିଥିଲେ ସୁନା ମାଡାମ । ଏକଥା ଆମେ ନୁହେଁ ବରଂ ଖୋଦ୍‌ ସୁନା ମାଡାମ୍‌ଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି । ହେଲେ ଦୁର୍ଘଟଣା ପରେ, ଦୁର୍ନାମ ସୁନା ମାଡମଙ୍କ ପିଛା ଛାଡୁନି । ପ୍ରଥମେ ବିନା ଲାଇସେନ୍ସରେ ଅଜୟ ଜେଠୀଙ୍କୁ ଗାଡି ଚଲାଇବାର ଦୁନାର୍ମ ଏବେ ଗାଡି ମାଲିକାଣୀ ଲେଡି ଇନସେପେକ୍ଟଙ୍କ ମୁଣ୍ଡରେ ।

ଏସବୁ ଭିତରେ ଏବେ ସମସ୍ତଙ୍କ ସ୍ୱାଭାବିକ ପ୍ରଶ୍ନ, ଲେଡି ଇନସପେକ୍ଟର ସ୍ନିଗ୍ଧାରାଣୀ ସୁନା ଓ ଅଜୟ ଜେଠୀଙ୍କ ଭିତରେ ସଂପର୍କ କଣ ? ମେ, ୨ ତାରିଖ, ୨୦୨୨,ସୁନ୍ଦରଗଡ ଥାନାରେ ରୁଜୁ ହୋଇଥିଲା ସୁନା ମାଡାମଙ୍କ ନାମରେ ମାମଲା । ଏଥିରେ ଅଭିଯୁକ୍ତ ଅଛନ୍ତି ସ୍ନିଗ୍ଧାରାଣୀ ସୁନା ଓ ଅଜୟ ଜେଠୀ । ଆ.ପି.ସି ଧାରା ୨୯୪/୫୦୬/୩୨୩/୪୯୪ ଓ ୩୪ ଅନୁଯାୟୀ, ଉଭୟଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଆଉ ଏଇଠି ଅଭିଯୋଗକାରୀ ଖୋଦ ସ୍ନିଗ୍ଧାରାଣୀ ସୁନାଙ୍କ ସ୍ୱାମୀ ସୁରେଶ ବାଗ । ସ୍ନିଗ୍ଧାରାଣୀ ସୁରେଶଙ୍କୁ ପ୍ରେମ ବିବାହ କରିଥିଲେ । କିନ୍ତୁ ୨୦୨୦ ମସିହାରେ ସ୍ୱାମୀଙ୍କ ବିରୋଧରେ ନିର୍ଯାତନାର ଅଭିଯୋଗ ଆଣିଥିଲେ ସିଗ୍ଧା।

ରାଉରକେଲାରେ ଚାକିରୀ କରୁଥିବା ସୁରେଶ ଗତ ମେ ୨ ତାରିଖରେ ଘରକୁ ଆସି ଯାହା ଦେଖିଥିଲେ ତାହା ଅତି ଲଜ୍ୟାଜନକ ଥିଲା ବୋଲି କହିଛନ୍ତି ସୁରେଶ । ତାଙ୍କ ଘରେ ତାଙ୍କ ସ୍ତ୍ରୀଙ୍କ ସହିତ ଅଜୟ ଜେଠୀ ରହୁଥିଲା ଏବଂ ସୁରେଶଙ୍କୁ ଦେଖି ମୁଁ ଅଜୟକୁ ବାହା ହୋଇଛି କହି ସୁରେଶକୁ ଧମକ ଦେଇଥିଲେ ସ୍ନିଗ୍ଧାରାଣୀ। ଆଉ ସୁରେଶଙ୍କ ଅଭିଯୋଗ ଅନୁଯାୟୀ, ଉଭୟ ସ୍ନିଗ୍ଧାରାଣୀ ଓ ତାଙ୍କ ପୁରୁଷ ବନ୍ଧୁ ଅଜୟ ଜେଠୀଙ୍କ ନାଁରେ ରୁଜୁ ହୋଇଛି ମାମଲା ।

ସୁରେଶଙ୍କ ଅଭିଯୋଗ ଅନୁଯାୟୀ, ଅଜୟ ଜେଠୀ ଜଣେ ଅପରାଧି । ତେବେ ଆଜି ପର୍ଯ୍ୟନ୍ତ ନିଜ କାର୍ଯ୍ୟରେ ଯୋଗଦେଇ ନାହାନ୍ତି ଲେଡି ଇନସେପେକ୍ଟର । ଜଣେ ଅପରାଧିଙ୍କ ସହିତ ସଂପର୍କ ଥିବା ଲେଡି ଇନସପେକ୍ଟର ସ୍ନିଗ୍ଧାରାଣୀ ଏବେ ସୁନ୍ଦରଗଡ ଜିଲ୍ଳାର ଶିଶୁ ଓ ମହିଳା ଡେକ୍ସ ଦାୟିତ୍ୱରେ । କିନ୍ତୁ ଏ ସଂର୍ପକରେ ଫୋନ ଯୋଗେ ସ୍ନିଗ୍ଧାରାଣୀଙ୍କୁ ବାରମ୍ବାର ସଂପର୍କ କରିଥିଲେ ମଧ୍ୟ, ସେ ଫୋନ ଉଠାଉନାହାନ୍ତି । ଏପରିକି ସୁନ୍ଦରଗଡ ଏସ୍‌.ପି କି ବିଭାଗୀୟ ଡି.ଏସ୍‌.ପି ଏନେଇ କୌଣସି ପ୍ରତିକ୍ରୀୟା ଦେବାକୁ ବି ମନା କରିଦେଇଛନ୍ତି ।

ବର୍ତ୍ତମାନ ପ୍ରଶ୍ନ ଉଠୁଛି, ସିଗ୍ଧାରାଣୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଡରୁଛି କାହିଁକି ପୋଲିସ? ଦୁର୍ଘଟଣା ଦିନ ଦୁର୍ଘଟଣାସ୍ଥଳରେ ଲୋକଙ୍କ ସହିତ ସୋନପୁର ଏସ୍‌.ପି ଏମିତି କଥାବାର୍ତ୍ତା ହେଉଥିଲେ...ସେ କହିଛନ୍ତି ଯାହା କହୁଛ କରିଦେବି । ସୁନା ମାଡାମ ବିରୋଧିରେ ବି କାଯ୍ୟାର୍ନୁଷ୍ଠାନ ନେବି । ମୁଁ କୌଣସି ଇନସପେକ୍ଟର ଫିନସପେକ୍ଟର ଜାଣେ ନାହିଁ । ମୁଁ କଣ କାହା ଅଣ୍ଡରରେ ଚାକିରୀ କରୁଛି । ଏମିତି କେତେ କଣ କହି ନିରୀହ ଲୋକଙ୍କୁ ବୁଝାଇ ଦେଇଥିଲେ। ହେଲେ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କଲେନି ଏସପି । କେହି ବି ଏ ପର୍ଯ୍ୟନ୍ତ ସୁନା ମାଡାମଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ବି ନେଲେନି। ଯାହାକୁ ନେଇ ଏବେ ଚାଲିଛି ଚର୍ଚ୍ଚା ।

Share this story