ଯାଜପୁର ଖରସ୍ରୋତାରେ ୭ ଜଣ ଭାସିଯିବା ଘଟଣା: ଉଦ୍ଧାର ହେଲା ଆଉ ଜଣଙ୍କ ମୃତଦେହ, ଏବେବି ୩ ଜଣ ନିଖୋଜ 

Death

ଓଡ଼ିଆ ଗସିପ ବ୍ୟୁରୋ: ଯାଜପୁର ବଡ଼ସୁଆର ଖରସ୍ରୋତା ଅଘଟଣରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ନଦୀରୁ ଆଜି ଆଉ ଜଣକର ମୃତଦେହ ଉଦ୍ଧାର ହୋଇଥିବା ବେଳେ ଆହୁରି ୩ ଜଣଙ୍କ କିଛି ପତ୍ତା ମିଳୁନାହିଁ । ସେମାନଙ୍କୁ ଖୋଜାଖୋଜି କରୁଛନ୍ତି ସ୍ଥାନୀୟ ଲୋକ ଓ ଅଗ୍ନିଶମ ବାହିନୀ ।

 

 

ଗତକାଲି ଦୋଳ ପୂର୍ଣ୍ଣିମା ଥିବାବେଳେ ସମସ୍ତେ ରଙ୍ଗ ଖେଳରେ ମଜିଥିଲେ । ହୋଲିଖେଳ ପରେ ବନ୍ଧମୁଣ୍ଡ ଗାଁର ରଶ୍ମିରଂଜନ ଜେନା, କରଣ ଜେନା, କ୍ରିଷ୍ଣଆ ଜେନା, ଶୁଭମ୍ ଜେନା, ଅମିତ ଜେନା, ଜାଲପୁରର ବିଶ୍ୱଜିତ ଜେନା ଓ ଯାଜପୁର ଟାଉନ୍‌ର ସମ୍ୱିତ ଜେନା ଗାଧୋଇବା ପାଇଁ ଖରସ୍ରୋତା ନଦୀକୁ ଯାଇଥିଲେ। ହେଲେ ଗାଧଉଥିବା ବେଳେ ଗଣ୍ଡ ଭିତରକୁ ଚାଲି ଯାଇଥିଲେ । ହେଲେ ଆଉ ବାହାରି ପାରିନଥିଲେ।

ପରିବାର ଲୋକ ଖୋଜି ଖୋଜି ଆସି ନଦୀ କୂଳରେ ପହଞ୍ଚିଥିଲେ । ହେଲେ କାହାର ଦେଖା ମିଳିନଥିଲା । କିନ୍ତୁ ନଦୀ ପଠାରେ ସେମାନଙ୍କ ଲୁଗା ଓ ଚପଲ୍‌ ପଡ଼ିଥିବା ଦେଖିପରିବାର ଲୋକଙ୍କ ମନରେ ପାପ ଛୁଇଁଥିଲା। ଏ ନେଇ ଅଗ୍ନିଶମ ବିଭାଗକୁ ଖବର ଦେବା ସହିତ ସାହି ଭାଇଙ୍କୁ ସାହାଯ୍ୟ ପାଇଁ କହିଥିଲେ । ତେବେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ଜଣକୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ । ବାକି ୩ ଜଣଙ୍କୁ ନେଇ ଏବେ ମଧ୍ୟ ଆଶଙ୍କା ଲାଗି ରହିଛି ।

Share this story