ବାବୁସାନଙ୍କ ପାଇଁ ପ୍ରକୃତି ମିଶ୍ର ବିଡି ଭଳି; ଜାଣନ୍ତୁ କାହିଁକି?

ପ୍ରକୃତି ମିଶ୍ର
ଓଡ଼ିଆ ଗମ ବ୍ୟୁରୋ: ସିଗାରେଟ ଯଦି ସ୍ତ୍ରୀ ହୁଏ, ବିଡ଼ି ହେଉଛି ପ୍ରେମିକା । ହଁ ଆଜ୍ଞା, ଆପଣ ଠିକ ଶୁଣିଲେ, ବାବୁଶାନ ଏବଂ ପ୍ରକୃତି ମିଶ୍ରଙ୍କୁ ନେଇ ଏବେ ଲୋକେ କିଛି ଏମିତି କମେଣ୍ଟ ମାରୁଛନ୍ତି । ଆଉ ସୋସିଆଲ ମିଡିଆରେ ଲେଖୁଛନ୍ତି ଯେ, ପ୍ରକୃତି ମିଶ୍ର କୁଆଡେ ବାବୁସାନଙ୍କ ପାଇଁ ବିଡି ସଦୃଶ୍ୟ । କାହିଁକି ଜାଣନ୍ତୁ...

ଜଣେ ସୋସିଅଲ ମିଡ଼ିଆ ୟୁଜର୍ସ ଲେଖିଛନ୍ତି ଯେ, ଗତକାଲି କେନ୍ଦ୍ର ସାହିତ୍ୟ ଅକାଦେମି ପକ୍ଷରୁ ବିଶିଷ୍ଟ ସାହିତ୍ୟିକ ସୁରେନ୍ଦ୍ର ମହାନ୍ତିଙ୍କ ଜନ୍ମଶତବାର୍ଷିକୀ ଅବସରରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ସେଠାରେ ତାଙ୍କ ସହ ସମୟ ଅତିବାହିତ କରିଥିବା ଅନେକ ବିଜ୍ଞ ଲୋକ ଉପସ୍ଥିତ ଥିଲେ। ସେ ତାଙ୍କ ବିଷୟରେ ବିଭିନ୍ନ ସ୍ମୃତିକୁ ଆଲୋକପାତ କରୁଥିଲେ। ଏହି ପରିପ୍ରେକ୍ଷୀରେ ଜଣେ ଆଲୋଚକ କହିଲେ, ସେ ପ୍ରଚୁର ସିଗାରେଟ୍ ଓ ବିଡ଼ି ଟାଣୁଥିଲେ। ସିଗାରେଟର ଗନ୍ଧ ଯଦିଓ ସହ୍ୟ କରି ହେଉଥିଲା ବିଡ଼ିର ଗନ୍ଧ ସହ୍ୟ କରି ହେଉନଥିଲା।

ଫଳରେ ଆମେମାନେ ଅଭିଯୋଗ କଲୁ ଯେ, ସାର୍ ଆପଣ ସିଗାରେଟ ଟାଣନ୍ତୁ ପଛେ, ବିଡ଼ି ଟାଣନ୍ତୁନି। କାରଣ ବିଡ଼ି ଧୂଆଁର ଗନ୍ଧ ଅସହ୍ୟ ହୋଇପଡୁଛି। ଏଇ କଥା ଶୁଣି ସ୍ବର୍ଗତ ମହାନ୍ତି ଉତ୍ତର ଦେଲେ ସିଗାରେଟ ଯଦି ସ୍ତ୍ରୀ ହୁଏ, ବିଡ଼ି ହେଉଛି ପ୍ରେମିକା। ସିଗାରେଟରେ ଥରେ ନିଆଁ ଲଗାଇଲେ, ନ ସରିବା ପର୍ଯ୍ୟନ୍ତ ଲିଭିବ ନାହିଁ। ହେଲେ ବିଡ଼ିରେ ନିଆଁ ଲଗାଇ ଯଦି ତମେ ତାକୁ ନ ଟାଣିବ ତେବେ ସେ ଲିଭିଯିବ। ତେଣୁ ସ୍ତ୍ରୀକୁ ଛାଡ଼ିଦେଲେ ଚଳିବ କାରଣ ଜୀବନ ଥିବା ପର୍ଯ୍ୟନ୍ତ ସେ କେବେ ଲିଭିବ ନାହିଁ। ହେଲେ ପ୍ରେମିକାକୁ ମଝିରେ ମଝିରେ ନ ଟାଣିଲେ ସେ ସଂପୂର୍ଣ୍ଣ ଲିଭିଯିବ। ତେଣୁ ପ୍ରେମିକାକୁ କ’ଣ ଛାଡ଼ି ହେବ!

 ସେହିଭଳି ବର୍ତ୍ତମାନ ସମୟରେ ଗଣମାଧ୍ୟମର ଶିରୋନାମା ପାଲଟିଥିବା ସିନେ ତାରକାଙ୍କ କ୍ଷେତ୍ରରେ ଏହା ମଧ୍ୟ ପ୍ରାଜୁଯ୍ୟ। ବାବୁସାନଙ୍କ ପତ୍ନୀ ହେଉଛି ତୃପ୍ତି। ତୃପ୍ତିଙ୍କ କହିବାନୁସାରେ, ବାବୁସାନଙ୍କ ପ୍ରେମିକ ହେଉଛନ୍ତି ପ୍ରକୃତି। ସେ ଦେଢ଼ ବର୍ଷ ହେବ ସ୍ତ୍ରୀକୁ ଛାଡ଼ି ବାହାରେ ରହୁଛନ୍ତି। ହେଲେ ସ୍ତ୍ରୀ ତାଙ୍କୁ ଛାଡ଼ପତ୍ର ଦେଇନାହାନ୍ତି। ଏଥିସହ ତାଙ୍କର ଯାବତୀୟ ବଦଭ୍ୟାସ ବିଷୟରେ ଜାଣି ମଧ୍ୟ ତାଙ୍କୁ ବିବାହ କରିଛନ୍ତି।

ଆଉ ଏବେ ବି ସେ ଗ୍ରହଣ କରିବା ପାଇଁ ରାଜି ଅଛନ୍ତି। ଯାହାକି ସିଗାରେଟ୍ ଭଳି ଥରେ ଲାଗିଛନ୍ତି ନ ସରିବା ପର୍ଯନ୍ତ ଲିଭୁନାହାନ୍ତି। ହେଲେ ତୃପ୍ତିଙ୍କ କହିବାନୁସାରେ, ପ୍ରକୃତିଙ୍କଠାରୁ ବାବୁସାନ୍ ଦୂରେଇ ଯିବାକୁ ଚେଷ୍ଟା କଲା ବେଳେ ସେ ତାଙ୍କ ବ୍ଲାକ୍ ମେଲ୍ କରିଛନ୍ତି। ଠିକ୍ ବିଡ଼ି ଭଳି ତୁ ଯଦି ମୋତେ ଛାଡ଼ି ଦେଉ ତାହାଲେ ମୁଁ ଲିଭିଯିବ। ଆତ୍ମହତ୍ୟା କରିଦେବି। 

ବି.ଦ୍ର: ଏହି ପୋଷ୍ଟ କେବଳ ମନୋରଂଜନ ଭିତ୍ତିକ ଏହାକୁ କେହି ଗୁରୁତର ଭାବେ ନ ନେବାକୁ ଅନୁରୋଧ।

Share this story