କ୍ରାଇମ କ୍ୟାପିଟାଲରେ ଫିଲ୍ମ ଷ୍ଟାଇଲରେ ଲୁଟ: ଯା ଆସ ବେଳେ ସତର୍କ ରୁହନ୍ତୁ

ସୂଚନାଯୋଗ୍ୟ, ରାଜଧାନୀ ଭୁବନେଶ୍ବର ଯେମିତି ଅପରାଧୀଙ୍କ ଆଡ୍ଡା ସ୍ଥଳରେ ପରିଣତ ହୋଇଛି । ପ୍ରାୟ ପ୍ରତିଦିନ କିଛି ନା କିଛି ଅପରାଧ ସ୍ମାର୍ଟ ସିଟିରେ ଘଟୁଛି । ମୋବାଇଲ ଓ ସୁନା ଚେନ ଲୁଟ ପରି ଅପରାଧ ସାଧାରଣ ଘଟଣାରେ ପରିଣତ ହୋଇଛି । ଗୋଷ୍ଠୀ ସଂଘର୍ଷ ମଧ୍ୟ ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । କିଛି ଦିନ ବ୍ୟବଧାନରେ ହତ୍ୟା, ହତ୍ୟା ଉଦ୍ୟମ ଭଳି ଘଟଣା ମଧ୍ୟ ଘଟୁଛି ।
ବିଶେଷ କରି ରାତି ହେଲେ ଅସାମାଜିକ ଯୁବଗୋଷ୍ଠୀଙ୍କ ଦୌରାତ୍ମ୍ୟ ଉଗ୍ର ରୂପ ନେଉଛି । ରାଜଧାନୀ ରାଜରାସ୍ତାରେ ହାତରେ ମାରଣାସ୍ତ୍ର ଧରି ଏହି ନିଶାଶକ୍ତ ଯୁବଗୋଷ୍ଠୀ କରୁଛନ୍ତି ହଙ୍ଗାମା । ସୋସିଆଲ ମିଡିଆରେ ମଧ୍ୟ ଫଟୋ ପୋଷ୍ଟ କରୁଛନ୍ତି । ସତେ ଯେମିତି ପୋଲିସର କାର୍ଯ୍ୟାନୁଷ୍ଠାନକୁ ଏମାନଙ୍କର ଖାତିର ନାହିଁ ।
ଅନ୍ୟପକ୍ଷରେ ରାଜଧାନୀକୁ ଅପରାଧ ମୁକ୍ତ କରିବାକୁ କମିଶନରେଟ ପୋଲିସ ବିଭିନ୍ନ ପଦକ୍ଷେପ ନେଉଛି । ବଡ ଅଭିଯାନରେ ଅସାମାଜିକ ବ୍ୟକ୍ତିଙ୍କୁ କାବୁ କରାଯାଉଛି । ଅପରାଧର କେନ୍ଦ୍ର ପାଲଟି ଥିବା ବସ୍ତିରେ କରାଯାଉଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ । ବସ୍ତିକୁ ଚାଲ ଅଭିଯାନ ମଧ୍ୟ ଚାଲୁ ରଖିଛି କମିଶନରେଟ ପୋଲିସ । ଏହି ଅଭିଯାନ ମାଧ୍ୟମରେ ବସ୍ତିର ଯୁବବର୍ଗଙ୍କ ସହ ପୋଲିସ ସାମିଲ ହୋଇ ଅପରାଧ ରୋକିବାକୁ ସଚେତନ କରାଉଛି । ହେଲେ, ଏତେ ସବୁ ସଚେତନତା ପରେ ବି ରାଜଧାନୀରେ ଅପରାଧ ଆଶା ଅନୁସାରେ କମୁ ନଥିବା ପରି ମେନ ହେଉଛି ।