ଏମିତି ବି ହୁଏ ଡଙ୍ଗା ଦୁର୍ଘଟଣା; ଆଖି ପିଛୁଳାକେ ଚାଲିଯାଏ ଜୀବନ, କ୍ଷୋଭଭରା କାହାଣୀ ପଢନ୍ତୁ

Boat

ଓଡ଼ିଆ ଗସିପ ବ୍ୟୁରୋ: ଉତ୍ତରପ୍ରଦେଶର ଗାଜିପୁରରେ ହୋଇଥିବା ଡଙ୍ଗା ଦୁର୍ଘଟଣାର ପୁରା କାହାଣୀ ଏବେ ସାମ୍ନାକୁ ଆସିଛି । ଯାହାକି ଅତ୍ୟନ୍ତ ଦୁଃଖ ଦାୟକ । ପୁରା ଘଟଣା ଜାଣିଲେ ଆପଣ ବି କହିବେ, ଏମିତି ବି ଆସିପାରେ ମୃତ୍ୟୁ । ଯେତେବେଳେ ଡଙ୍ଗାଟି ପାଣିରେ ରାସ୍ତା କାଟି ଆଗକୁ ବଢ଼ୁଥିଲା, ସେତେବେଳେ ଏକ ସାପ ଆସି ପହଞ୍ଚିଥିଲା । ଯାହାକୁ ଦେଖି ଡଙ୍ଗାରେ ଥିବା ସମସ୍ତ ଯାତ୍ରୀ ଛାନିଆ ହୋଇଯାଇଥିଲେ । ଆଉ ଏଣେତେଣେ ଦୌଡ଼ିବାକୁ ଲାଗିଲେ ।

 

ସାପଠାରୁ ବର୍ତ୍ତିବା ପାଇଁ ଯିଏ ଯେମିତି ପାରିଲେ ବଞ୍ଚିବାକୁ ଚେଷ୍ଟା କଲେ । ଯାହାଫଳରେ ଡଙ୍ଗାଟି ଲେଉଟି ପଡ଼ିଥିଲା । ଏହି ଘଟଣାରେ ୧୭ ଜଣ ପାଣିରେ ବୁଡ଼ିଯାଇଥିଲେ । ସେଥିମଧ୍ୟରୁ ଏବେ ସୁଦ୍ଧା ୭ ଜଣଙ୍କର ମୃତ୍ୟୁ ହୋଇସାରିଛି । ଆଜି ସକାଳୁ ୫ ଜଣଙ୍କର ମୃତଦେହ ପାଇଥିଲା NDRF ଟିମ୍ 

 

ସୂଚନାଯୋଗ୍ୟ, ଗାଜିପୁର ସେବରାଇ ତହସିଲର ଅଠହଠା ଗାଁରେ ଦିନକ ପୂର୍ବରୁ ସନ୍ଧ୍ୟା ସମୟରେ ଏକ ଡଙ୍ଗା ଦୁର୍ଘଟଣା ହୋଇଥିଲା । ଏଥିରେ ୧୭ ଜଣ ବୁଡ଼ିଯାଇଥିଲେ । ୩ ଜଣଙ୍କୁ ଗତକାଲି ବିଳମ୍ବିତ ରାତିରେ ଉଦ୍ଧାର କରାଯାଇଥିଲା । ସେଥିରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଯାଇଛି । ଅନ୍ୟ ଜଣଙ୍କ ଚିକିତ୍ସା କରାଯିବା ପରେ ସେ ସୁସ୍ଥ ଅନୁଭବ କରିଥିଲେ । ପରେ ତାଙ୍କୁ ଘରକୁ ଛଡ଼ାଯାଇଛି । ପରେ ଆଜି ସକାଳୁ ଆଉ ୫ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ଏହି ଉଦ୍ଧାର କାର୍ଯ୍ୟ ସମୟରେ ଗ୍ରାମବାସୀଙ୍କ ସହ ଜିଲ୍ଲା ପ୍ରଶାସନ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହିଛି । ଏହି ଘଟଣା ବିଷୟରେ ଗ୍ରାମବାସୀଙ୍କ ସହ କଥାବାର୍ତ୍ତା ପରେ ପୁରା ଘଟଣା ସାମ୍ନାକୁ ଆସିଛି ।

ଏଥିସହ ସେମାନେ କହିଛନ୍ତି ଯେ, ସାପ ଯୋଗୁଁ ଏହି ଘଟଣା ଘଟିଛି । ଜିଲ୍ଲା ପ୍ରଶାସନ ଦ୍ୱାରା କରାଯାଉଥିବା କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ଗ୍ରାମବାସୀ । ଏନେଇ ଏଡିଏମ ଅରୁଣ କୁମାର ସିଂ କହିଛନ୍ତି ଯେ, ଏନଡିଆରଏଫ, ପିଏସସି ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବୁଡ଼ିଯାଇଥିବା ସମସ୍ତ ଲୋକଙ୍କୁ ଉଦ୍ଧାର ସରିଛି । ମୃତକଙ୍କ ସମ୍ପର୍କୀୟଙ୍କୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ଏଡିଏମ ଅରୁଣ କୁମାର ସିଂ କହିଛନ୍ତି ।

Share this story