‘କାଳୀ’ର ପୋଷ୍ଟ୍ର ବିବାଦ: ନିର୍ମାତା ଲୀନା ମାନିମେକଲାଇଙ୍କ ବିରୋଧରେ ମାମଲା ରୁଜୁ

ଓଡ଼ିଆ ଗସିପ ବ୍ୟୁରୋ: ଡକ୍ୟୁମେଣ୍ଟାରି ଚଳଚ୍ଚିତ୍ର ‘କାଳୀ’ର ପୋଷ୍ଟ୍ରକୁ ନେଇ ବିବାଦ ଉପୁଜିିବା ପରେ ସିନେ ନିର୍ମାତା ଲୀନା ମାନିମେକଲାଇଙ୍କ ବିରୋଧରେ ଦିଲ୍ଲୀ ଓ ଉତ୍ତରପ୍ରଦେଶରେ ମାମଲା ରୁଜୁ ହୋଇଛି। ନିର୍ମାତା ହିନ୍ଦୁ ଧର୍ମୀମାନଙ୍କ ଦେବୀ କାଳୀଙ୍କ ହାତରେ ସିଗାରେଟ୍ ଥିବାର ଏକ ପୋଷ୍ଟ୍ର ରିଲିଜ୍ କରିବା ପରେ ଏହା ହିନ୍ଦୁ ଧର୍ମୀମାନଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛି ବୋଲି ଅଭିଯୋଗ ହୋଇଛି।
ଗତ ୨ ତାରିଖରେ ନିର୍ମାତା ପୋଷ୍ଟର୍ଟିକୁ ରିଲିଜ୍ କରିବା ପରେ ବିବାଦ ଉପୁଜିଥିଲା। ପୋଷ୍ଟ୍ରରେ ମାଆ କାଳୀ ସିଗାରେଟ୍ ପିଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହାକୁ ନେଇ ବିବାଦ୍ ଜୋର୍ ଧରିଛି। କେବଳ ସିଗାରେଟ୍ ନୁହେଁ, ମାଆ କାଳୀ ଗୋଟାଏ ହାତରେ ତ୍ରିଶୁଳ ତ ଅନ୍ୟ ହାତରେ ଏଲ୍ଜିବିଟି ସମୁଦାୟର ପତାକା ଧରିଥିବାର ଦେଖିବାକୁ ମିଳିଥିଲା। ମାଆ କାଳୀଙ୍କ ହାତରେ ଏହି ଦୁଇଟି ଜିନିଷକୁ ଦେଖି ବିବାଦ ଉପୁଜିବା ପରେ ସୋସିଆଲ୍ ମିଡିଆ ବ୍ୟବହାରକାରୀମାନେ ସିନେ ନିର୍ମାତା ଲୀନା ମାନିମେକଲାଇଙ୍କୁ ଗିରଫ କରିବାକୁ ଦାବି କରିଥିଲେ।
ஒரு மாலைப்பொழுது, டோரோண்டோ மாநகரத்தில காளி தோன்றி வீதிகளில் உலா வரும்போது நடக்கிற சம்பவங்கள் தான் படம். படத்தைப்பார்த்தா “arrest leena manimekalai” hashtag போடாம “love you leena manimekalai” hashtag போடுவாங்க.✊🏽 https://t.co/W6GNp3TG6m
— Leena Manimekalai (@LeenaManimekali) July 4, 2022
ଏବେ ସିନେ ନିର୍ମାତା ଲୀନା ମାନିମେକଲାଇଙ୍କ ବିରୋଧରେ ବିଭିନ୍ନ ମାମାଲା ରୁଜୁ ହୋଇଛି। ସୋସିଆଲ୍ ମିଡିଆରେ ‘ଆରେଷ୍ଟ୍ଲୀନାମାନିମେକଲାଇ’ ଟ୍ରେଣ୍ଡ୍ କରିଥିବା ବେଳେ ନିର୍ମାତା ଏକ ଟ୍ବିଟ୍ କରି ହ୍ୟାସଟ୍ୟାଗ୍ ‘ଆରେଷ୍ଟ୍ଲୀନାମାନିମେକଲାଇ’ ନଲେଖି ହ୍ୟାସଟ୍ୟାଗ୍ ‘ଲଭୟୁ ଲୀନାମନିମେକଲାଇ’ ଲେଖନ୍ତୁ ବୋଲି କହିଛନ୍ତି। ସେ ଟ୍ବିଟ କରି ଲେଖିଛନ୍ତି ଯେ, ଘଟଣାଟି ସେହି ସନ୍ଧ୍ୟାର ଯେତେବେଳେ କାଳୀ ପ୍ରକଟ ହୋଇ ଟରୋଣ୍ଟୋ ରାସ୍ତାରେ ବୁଲନ୍ତି। ଫିଲ୍ମଟି ସେହି ଘଟଣାକୁ ନେଇ ଆଧାରିତ।