ସହମତି ଭିତ୍ତିରେ ଯୌନ ସମ୍ପର୍କକୁ ବଳାତ୍କାର କୁହାଯାଇପାରିବ ନାହିଁ : କୋର୍ଟ

1

ଓଡ଼ିଆ ଗସିପ ବ୍ୟୁରୋ: ସହମତି ଭିତ୍ତିରେ ଯୌନ ସମ୍ପର୍କକୁ ବଳାତ୍କାର କୁହାଯାଇପାରିବ ନାହିଁ। ଏହା ଆଇପିସିର ଦଫା ୩୭୬ର ଉଲ୍ଲଙ୍ଘନ। କିନ୍ତୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଯୌନ ସମ୍ପର୍କ ରଖିଥିଲେ, ତାହାକୁ ବଳାତ୍କାର କୁହାଯିବ ବୋଲି କହିଛନ୍ତି କେରଳ ହାଇକୋର୍ଟ।

ବିଚାରପତି ବିଚୁ କୁରିଏନ ଥୋମସଙ୍କ ଖଣ୍ଡପୀଠ ଗତମାସରେ ଗିରଫ ହୋଇଥିବା ଜଣେ ଯୁବ ଆଇନଜୀବୀଙ୍କୁ ପ୍ରେମ ବ୍ୟାପାର ମାମଲାରେ ଜାମିନ ପ୍ରଦାନ କରିବା ବେଳେ ମୌଖିକ ଭାବେ ଏହା କହିଛନ୍ତି।

ଉକ୍ତ ଯୁବ ଓକିଲ ଜଣକ ଜଣେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଯୌନ ସମ୍ପର୍କ ରଖିଥିଲେ। ୪ ବର୍ଷ ଧରି ଉଭୟଙ୍କ ସମ୍ପର୍କ ରହିଥିଲା। ପରେ ଆଉ ଜଣେ ମହିଳାଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ଓକିଲ। ଘଟଣା ଜାଣିବା ପରେ ପ୍ରେମିକା ଜଣକ ହାତର ଶିରା କାଟି ଦେଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ।

ମାମଲା କୋର୍ଟରେ ପହଞ୍ଚିବା ପରେ ପୁଲିସ ଉକ୍ତ ଓକିଲଙ୍କୁ ଗିରଫ କରିଥିଲା। ହେଲେ କୋର୍ଟ ନିଜ ମତ ସ୍ପଷ୍ଟ କରିଛନ୍ତି। ସହମତି ଭିତ୍ତିରେ ଯୌନ ସମ୍ପର୍କ ରହିଥିବାରୁ ଏହାକୁ ଆଦୌ ବଳାତ୍କାର ପର୍ଯ୍ୟାୟଭୁକ୍ତ କରାଯିବ ନାହିଁ। ଏହି ମାମଲାରେ ପ୍ରଥମେ ଉଭୟ ବିବାହ କରିବାକୁ ମନସ୍ତ କରିଥିବାରୁ ଏକାଠି ହୋଇଥିଲେ। ହେଲେ ଭିନ୍ନ ଧର୍ମର ହୋଇଥିବାରୁ ଉଭୟଙ୍କ ବିବାହ ହୋଇପାରିଲାନାହିଁ। ଉଭୟ ପ୍ରାପ୍ତ ବୟସ୍କ ହୋଇଥିବାରୁ ଏହାକୁ ଆଦୌ ବଳାତ୍କାର ବୋଲି କୁହାଯାଇପାରିବ ନାହିଁ।

Share this story