ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ସିବିଆଇ ଚଢ଼ାଉ: ପିପିଟିର ମେକାନିକାଲ ମୁଖ୍ୟଯନ୍ତ୍ରୀଙ୍କ ସମେତ ୪ ଗିରଫ

M

ଭୁବନେଶ୍ବର: ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ସିବିଆଇ ଚଢ଼ାଉ ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଛି। ଏହି ମାମଲାରେ  ଜଣେ ବରିଷ୍ଠ ଅଧିକାରୀଙ୍କ ସହ ୪ ଜଣଙ୍କୁ ସିବିଆଇ ଗିରଫ କରିଥିବା ଜଣାଯାଇଛି।  ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ପାରାଦୀପ ପୋର୍ଟ ଚିଫ୍ ମେକାନିକାଲ ଇଂଜିନିୟର ସରୋଜ ଦାସ, ଠିକାଦାର ସୁମନ୍ତ ରାଉତ ଓ କେସିଟି ଗ୍ରୁପର ଶଙ୍ଖଶୁଭ୍ର ମିତ୍ର  ଓ ଓଏସଏଲର  ଡିଜିଏମ୍ ସୂର୍ଯ୍ୟ ନାରାୟଣ ସାହୁ ଥିବା ଜଣାଯାଇଛି।

ଏହାଛଡ଼ା କେସିଟି ଗ୍ରୁପର ଦେବପ୍ରିୟ ମହାନ୍ତି, ଓଏସଏଲର ଚର୍ଚ୍ଚିତ ମିଶ୍ରଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି। ଏଯାବତ୍ ସେମାନଙ୍କଠାରୁ ୮୪.୫ ଟଙ୍କା ଜବତ କରାଯାଇଛି।୨୫ ଲକ୍ଷ ଟଙ୍କା ଲାଞ୍ଚ ମାମଲାକୁ ନେଇ ୨୪ ଘଣ୍ଟାର ମାରାଥନ ଚଢ଼ାଉ ପରେ ସିବିଆଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏବେ ବି ମହିମା ମିଶ୍ରଙ୍କୁ ପଚରାଉଚରା ଜାରି ରହିଛି। ଏନେଇ ସିବିଆଇ ନୂଆଦିଲ୍ଲୀ ଅଫିସରେ ୩ ତାରିଖରେ ଏକ ମାମଲା ରୁଜୁ ହୋଇଥିଲା।

ତେବେ ୨୦୧୬ ମସିହାରୁ ମହିମା ମିଶ୍ରଙ୍କୁ ଥାଇଲାଣ୍ଡ୍‌ରୁ ଗିରଫ କରିଥିଲା ପୋଲିସ । ହାଇଦ୍ରାବାଦର ମହେନ୍ଦ୍ର ସ୍ବାଇଁ ନାମକ ଶିଳ୍ପପତି(stevedoring)ଙ୍କ ହତ୍ୟାକାଣ୍ଡରେ ଅଭିଯୁକ୍ତ ରହିଛନ୍ତି ମହିମା ମିଶ୍ର । ତେବେ ୨୦୧୯ରେ ସେ ହାଇକୋର୍ଟରୁ ଜାମିନ ପାଇଥିଲେ ।୨୦୧୬ ମସିହା ଅକ୍ଟୋବର ମାସରେ ପାରାଦୀପ ସିୱେଜ ସିପିଂ କମ୍ପାନୀର ମହାପ୍ରବନ୍ଧକ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ମହିମା ମିଶ୍ରଙ୍କୁ ବ୍ୟାଙ୍କକରୁ ଗିରଫ କରିଥିଲା ଥାଇଲାଣ୍ଡ ପୋଲିସ୍ । ତାଙ୍କ ସହଯୋଗୀ ବସନ୍ତ ବଳ ମଧ୍ୟ ଗିରଫ ହୋଇଥିଲେ । ତେବେ ତିନି ବର୍ଷ ପରେ ଅର୍ଥାତ୍ ୨୦୧୯ ଅକ୍ଟୋବର ମାସରେ ତାଙ୍କୁ ହାଇକୋର୍ଟରୁ ସର୍ତମୂଳକ ଜାମିନ ମିଳିଥିଲା ।

Share this story