ରୋଜଗାରିଆ ଭେଣ୍ଡିଆ ପୁଅକୁ ହରାଇବା ପରେ ବେସାହାରା ମା

Crime

ଓଡ଼ିଆ ଗସିପ ବ୍ୟୁରୋ: ମାନସ ମର୍ଡର ପଛରେ ସଂପୃକ୍ତ କୁହାଯାଉଥିବା କିଏ ଏହି ଲେଡି ? ମାନସଙ୍କୁ ଅପହରଣ ଓ ହତ୍ଯା ପରେ କାହିଁକି ଷଡ଼ଯନ୍ତ୍ର ରଚାଯାଇଥିଲା ? ପୋଲିସର କହିବା କଥା, ପ୍ରଫେସନାଲ୍ ଫଟୋଗ୍ରାଫର ମାନସ ସାହୁ କାମ କରୁଥିଲେ ଭୁବନେଶ୍ୱରର ଏକ ୱେବ ପୋର୍ଟାଲରେ କୌଣସି କାରଣରୁ ଛାଡ଼ିଦେଇଥିଲେ ସଂସ୍ଥା । ହେଲେ ମାନସଙ୍କ ପାଖରେ ରହିଯାଇଥିଲା ଏକ ମେମୋରିକାର୍ଡ। ସେହି କାର୍ଡକୁ ଫେରାଇବା ପାଇଁ ଏହି ୱେବ ପୋର୍ଟାଲର ମାଲିକାଣି ଅନେକ ଥର କହିବା ସତ୍ତ୍ୱେ ମାନସ ଦେଇନଥିଲେ।

 

ଶେଷରେ ଫେବୃୁୟାରୀ ୭ରେ ଚାନ୍ଦବାଲି ଅଞ୍ଚଳକୁ ଏହି ବାହାଘରକୁ କାର୍ଯ଼୍ୟକ୍ରମକୁ ଯାଇଥିବା ମାନସଙ୍କୁ କିଡନାପ କରି ଭୁବନେଶ୍ୱରର ଏହି ବୃଦ୍ଧାଶ୍ରମକୁ ଆଣିଥିଲେ ସଂପୃକ୍ତ ମହିଳା। ଆଉ ଏଠାରେ ଅକଥନୀୟ ନିର୍ଯାତନା ଦେଇ ତାଙ୍କ ସହଯୋଗୀ ହତ୍ୟା କରିଥିଲେ ମାନସଙ୍କୁ।ପରେ ନୟାଗଡ ରାଜସୁନାଖଳା ବଧିପାଟଣା ପାଖ ପାହାଡ଼ ନିକଟରେ ପୋତି ଦେଇଥିଲେ। ତେବେ ପୁଅର ନିଖୋଜ ସମ୍ପର୍କରେ ମାନସଙ୍କ ବାପା ଫେବୃୟାରୀ ୧୪ରେ ଚାନ୍ଦବାଲି ଥାନାରେ ଏତଲା ଦେବା ପରେ ତଦନ୍ତ କରି ହତ୍ଯାର ଖୁଲାସା କରିଥିଲା ପୋଲିସ ।

ମାନସ-ମର୍ଡର-ମେମୋରିକାର୍ଡ ପଛର ରହସ୍ଯ କଣ ? ସେହି ମେମୋରୀ କାର୍ଡରେ ଥିଲା କି କୌଣସି ଗୁପ୍ତ ଭିଡ଼ିଓ ? ବୃଦ୍ଧାଶ୍ରମର ଜଣେ କେୟାରଟେକରଙ୍କ କହିବା କଥା, ଏହି ଦୟାଲ ଆଶ୍ରମ ହେଉଛି ସଂପୃକ୍ତ ମହିଳାଙ୍କର। ତଳେ ନିରାଶ୍ରୟ ରହୁଛନ୍ତି, ଉପରେ ଚାଲୁଥିଲା ୱେବ ପୋର୍ଟାଲ। ଯେଉଁଠି ସୁଟିଂ ଚାଲେ । ହେଲେ କି ସୁଟିଂ ହେଉଥିଲା ଏହି ସ୍ଥାନରେ ? ସେହି ସୁଟିଂର କ୍ଲିପ୍କୁ ନେଇ ଥିଲା କି କୌଣସି ବିବାଦ ? ଏଭଳି ନାନା ପ୍ରଶ୍ନ ଉଠୁଥିବାବେଳେ ଆଜି ଏହି ଆଶ୍ରମକୁ ଯାଇ ଖୋଳତାଡ଼ କରିଛି। ତାସହ ରକ୍ତ ଛିଟା ଦେଖିବାକୁ ମିଳିଥିବା କୁହାଯାଉଛି । ତେବେ ସନ୍ଧାନ ମିଳୁନଥିବା ସଂପୃକ୍ତ ମହିଳାଙ୍କୁ ଠାବ ପାଇଁ ଉଦ୍ୟମ ଜାରି ରଖିଛି ପୋଲିସ। ତାସହ ଘଟଣାରେ ସଂପୃକ୍ତ ଆଉ ୪-୫ ଜଣଙ୍କୁ ଧରିବାକୁ ପୋଲିସ ତନାଘନା ଜାରି ରଖିଛି।

ଘଟଣା ସଂପର୍କରେ ସଂପୃକ୍ତ ମହିଳା କିମ୍ବା ଏହି ୱେବ ପୋର୍ଟାଲ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନଥିବାବେଳେ ରାଜଧାନୀରେ ସଂଘଟିତ ଏହି ଲୋମଟାଙ୍କୁରା ଅପରାଧ ପଛର ସତ କଣ, ପୋଲିସର ଫାଇନାଲ୍ ରିପୋର୍ଟକୁ ଅପେକ୍ଷା ।

Share this story