ଶ୍ୱେତା ଉତ୍କଳ କୁମାରୀ ଆତ୍ମହତ୍ୟା କରିବାର ୭ ଦିନ ପରେ ସାମ୍ନାକୁ ଆସିଛି ହ୍ୱାଟ୍ସଆପ୍‌ ଚାର୍ଟ

Sweta

ଓଡ଼ିଆ ଗସିପ ବ୍ୟୁରୋ: ସଫ୍ଟୱେର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀ ଆତ୍ମହତ୍ୟା କରିବାର ୭ ଦିନ ପରେ ସାମ୍ନାକୁ ଆସିଛି ହ୍ୱାଟ୍ସଆପ୍‌ ଚାର୍ଟ। ଯେଉଁଥିରେ ଶ୍ୱେତା ତାଙ୍କ ପ୍ରେମିକ ସୌମ୍ୟଜିତ ମହାପାତ୍ରଙ୍କ ମାଆଙ୍କ ପାଖକୁ ମେସେଜ୍‌ କରିଛନ୍ତି। ମେସେଜରେ ଶ୍ୱେତା ଲେଖିଛନ୍ତି, ଆଉ ଯଦି ହେବ ଆପଣଙ୍କ ପୁଅ ଯେଉଁ ମୋ’ ପଇସାରେ କପଡା ଓ ଯୋତା ପିନ୍ଧୁଛି, ସେହି ପଇସା ମୋତେ ଦେଇଦେବ।…. ତା’ର ସରମ ନାହିଁ ପଇସା ନେଲା ପରେ ମଧ୍ୟ ବ୍ରେକ୍‌ଅପ୍‌ କଲା… ପଇସା ଦେଇଦେବ… ବୋଲି ଶ୍ୱେତା ଲେଖିଛନ୍ତି।

ଆଉ ଏକ ଚାର୍ଟ ଶ୍ୱେତା ଲେଖିଛନ୍ତି,… ଆଉ ମୋତେ ଧମକ ଦେଉଛି ମୋ’ ଫଟୋ ଭାଇରାଲ୍‌ କରିଦେବ…। ତାକୁ କହିଦେବ, ମୋର ପଇସାରେ ଯେଉଁ ୩ ବର୍ଷ ଅୟସ୍‌ ଆରାମ କରୁଥିଲା। ସେହି ପଇସା ଦେଇଦେଉ|

ଏନେଇ ନାନା କଥା ଶୁଣିବାକୁ ମିଳୁଥିବା ବେଳେ ଆଜି ସାମ୍ନାକୁ ଆସିଛି ଶ୍ୱେତାଙ୍କ ହାତ ଲେଖା ଡାଏରୀ। ଯେଉଁଥିରେ ଗୋଟିଏ ପୃଷ୍ଠାରେ ଲେଖାଯାଇଛି, ଶ୍ୱେତା ଓ ସୌମ୍ୟଜିତଙ୍କ ପ୍ରେମ ସଂପର୍କର ଭାବବିହ୍ୱଳ ଲେଖା। କୁହାଯାଉଛି, ଏହି ଡାଏରୀ ଶ୍ୱେତାଙ୍କର। ଏହି ଡାଏରୀରେ କେବେ ଓ କେଉଁ ପରିସ୍ଥତିରେ ଲେଖାଯାଇଛି, ତାହା ଜଣାପଡ଼ିନି। ତେଣେ ଗଣମାଧ୍ୟମରେ ସାମ୍ନାକୁ ଆସି ଶ୍ୱେତା ଓ ସୌମ୍ୟଜିତଙ୍କ ପ୍ରେମ ପ୍ରତାରଣାର କାହାଣୀ ବଖାଣିଛନ୍ତି ଜଣେ ବନ୍ଧୁ।

ସେ କହିଛନ୍ତି, ଗତ ୬ ମାସ ତଳୁ ଉଭୟଙ୍କ ସଂପର୍କରେ ଫାଟ ହୋଇଥିଲା। ସୌମ୍ୟଜିତଙ୍କୁ ବିବାହ କରିବା ପାଇଁ ଚାହୁଁଥିଲେ ଶ୍ୱେତା। ଏହି ସର୍ତ୍ତରେ ସୌମ୍ୟଜିତଙ୍କ ସହ ପ୍ରେମ ସଂପର୍କ ମଧ୍ୟ ଗଢ଼ିଥିଲେ। କିନ୍ତୁ ସୌମ୍ୟଜିତ MBA ପଢ଼ିବାକୁ XIMB ଗଲା ପରେ ପରେ ଶ୍ୱେତାକୁ ଅଣଦେଖା କରିଦେଇଥିଲେ। କେତେବେଳେ ସୌମ୍ୟଜିତ ନିଜର ୩୦ ଲକ୍ଷ ଟଙ୍କାର ଷ୍ଟଡ଼ି ଲୋନ ଥିବା କଥା କହୁଥିଲେ ତ ଆଉ କେବେ ବଡ଼ଭାଇ ଥାଉ ଥାଉ କେମିତି ବିବାହ କରିବି ବୋଲି କହୁଥିବା ଶ୍ୱେତାଙ୍କ ଜଣେ ବନ୍ଧୁ କହିଛନ୍ତି।

Share this story