44 ଦିନ ପରେ ପରେ ସ୍ୱାମୀଙ୍କ ସହ ରାତି କାଟିରେ ତପସ୍ୱିନୀ: ଖଟ ଉପରେ ସୁମିତ, ତଳେ ଶୋଇବେ ଡିମ୍ପଲ

ଓଡ଼ିଆ ଗସିପ୍ ବ୍ୟୁରୋ : ନ୍ୟାୟ ପାଇଁ ଦୀର୍ଘ ୪୪ଦିନର ସଂଘର୍ଷ ପରେ ଶେଷରେ ବୋହୂ ତପସ୍ବିନୀ ଦାଶ ତାଙ୍କର ହକ୍ ପାଇଛନ୍ତି। ତାଙ୍କ ଦ୍ବାରା ରୁଜୁ କରାଯାଇଥିବା ଏକ ଅପିଲ୍ର ଶୁଣାଣି କରି ଜିଲ୍ଲାଜଜ୍ ଆନନ୍ଦ ଚନ୍ଦ୍ର ବେହେରା ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ଆଇନ ଅନୁସାରେ ତପସ୍ବିନୀ ହେଉଛନ୍ତି ଡା. ସୁମିତ ସାହୁଙ୍କ ପତ୍ନୀ। ଏଣୁ ତପସ୍ବିନୀ ଶ୍ବଶୁରଙ୍କ ଘରେ ରହି ପାରିବେ ବୋଲି ଜିଲ୍ଲାଜଜ୍ ନିର୍ଦ୍ଦେଶ ଦେଇଥିବା ତାଙ୍କର ଓକିଲ ଦୀପକ ପଟ୍ଟନାୟକ କହିଛନ୍ତି।
ଏହା ସହ ତପସ୍ବିନୀଙ୍କ ଦୈନନ୍ଦୀନ ଖର୍ଚ୍ଚ ପାଇଁ ଡା. ସୁମିତ ୧୦ତାରିଖ ସୁଦ୍ଧା ୧୭ହଜାର ଟଙ୍କା ପ୍ରଦାନ କରିବେ। ଟଙ୍କା ଗ୍ରହଣ ବାବଦରେ ତପସ୍ବିନୀ ଏକ ରସିଦ୍ ଦେବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଉଭୟ ପକ୍ଷ ଉଭୟଙ୍କୁ କୌଣସି ପ୍ରକାର ଆକ୍ଷେପ କରିବେ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିବା ଆଇନଜୀବୀ ଶ୍ରୀ ପଟ୍ଟନାୟକ କହିଛନ୍ତି।
ବ୍ରହ୍ମପୁର ଏସ୍ଡିଜେଏମ୍ଙ୍କ କୋର୍ଟରେ ତପସ୍ବିନୀଙ୍କ ତରଫରୁ ରୁଜୁ ହୋଇଥିବା ମୂଳ ପିଟିସନ୍ର ଶୁଣାଣି ସରିବା ପର୍ଯ୍ୟନ୍ତ ଜିଲ୍ଲାଜଜ୍ଙ୍କ ଏହି ନିର୍ଦ୍ଦେଶ ବଳବତ୍ତର ରହିବ।
ଜିଲ୍ଲାଜଜ୍ଙ୍କ ଏହି ନିର୍ଦ୍ଦେଶନାମାର ନକଲ ବ୍ରହ୍ମପୁର ଏସ୍.ପି., ବ୍ରହ୍ମପୁର ଉପଜିଲ୍ଲାପାଳ, ବୈଦ୍ୟନାଥପୁର ଥାନା ଅଧିକାରୀ ଓ ଛତ୍ରପୁର ସ୍ଥିତ ସୁରକ୍ଷା ଅଧିକାରୀଙ୍କୁ ପ୍ରେରଣ କରାଯାଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଥିବା ଆଇନଜୀବୀ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।
ଅନ୍ୟପଟେ ଜିଲ୍ଲାଜଜ୍ଙ୍କ ଏହି ରାୟକୁ ଚାଲେଞ୍ଜ କରି ହାଇକୋର୍ଟରେ ଅପିଲ୍ କରାଯିବ ବୋଲି ଡା. ସୁମିତଙ୍କ ଓକିଲ ସୁରେନ୍ଦ୍ର ବେହେରା ସୂଚନା ଦେଇଛନ୍ତି।