୨୧ ବର୍ଷୀୟା ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ; IAS ଅଫିସର ନିଲମ୍ବିତ, ଫସିବେ ଶ୍ରମ ଅଧିକାରୀ

gangrape by bureaucrats

ଓଡ଼ିଆ ଗସିପ ବ୍ୟୁରୋ: ଚାକିରୀ ଦେବାକୁ କହି ଜଣେ ୨୧ ବର୍ଷୀୟା ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ କେନ୍ଦ୍ର ଗୃହ ବିଭାଗ ଜଣେ IAS ଅଫିସରଙ୍କୁ ନିଲମ୍ବିତ କରିଛନ୍ତି । ଏହି ପ୍ରଶାସନିକ ଅଧିକାରୀ ଜଣଙ୍କ ହେଲେ ଆଣ୍ଡାମାନ ଦ୍ବୀପ ପୁଞ୍ଜର ପୂର୍ବତନ ମୁଖ୍ୟ ଶାସନ ସଚିବ ଏବଂ ତାଙ୍କ ନାମ ଜିତେନ୍ଦ୍ର ନାରାଏନ ।

ଏହି ଘଟଣାରେ ଅନ୍ୟ ଜଣେ ଶ୍ରମ ଅଧିକାରୀ ସାମିଲ ଥିବା ଅଭିଯୋଗ ଫର୍ଦ ରେ ଦର୍ଶାଯାଇଛି । ଆଣ୍ଡାମାନ ଆଣ୍ଡ ନିକୋବର ଡିଜି ପୋଲିସ ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ଟିମ (SIT) ଗଠନ କରିଛନ୍ତି ।

ଅଭିଯୋଗରେ ଲେଖାଯାଇଛି କି ଏହି ଦୁଇ ଅଧିକାରୀ ଯୁବତୀଙ୍କୁ ଚାକିରୀ ଦେବାକୁ କହି ତାଙ୍କୁ ବାରମ୍ବାର ଶାରୀରିକ ନିର୍ଯାତନା ଦେଇଆସୁଥିଲେ । ଖାଲି ଏତିକି ନୁହେଁ ଅଭିଯୁକ୍ତ ମାନେ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିବା ଜଣାପଡିଛି ।

ଅଗଷ୍ଟ ୨୨ରେ ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ ଆଣ୍ଡାମାନ ଆଣ୍ଡ ନିକୋବର ପୋଲିସ ମହାନିର୍ଦ୍ଦେଶକଙ୍କ ନିର୍ଦେଶକ୍ରମେ ଅକ୍ଟୋବର ୧ରେ ପୋର୍ଟ ବ୍ଲେୟାରର ଆବର୍ଡିନ ପୋଲିସ ଷ୍ଟେସନ ଏକ ଏତଲା ଦାୟାର କରି ତଦନ୍ତ ଆରମ୍ଭ କରିଛି । ପରେ ଏହି ମାମଲା ର ତଦନ୍ତ ପାଇଁ ଡିଜି ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଗଠନ କରିଛନ୍ତି ।

ଜଣେ ବରିଷ୍ଠ ପୋଲିସ ଅଧୀକ୍ଷକଙ୍କ ନେତୃତ୍ୱରେ ଏସଆଇଟିକୁ ତଦନ୍ତ ଭରା ଦିଆଯାଇଛି । ଏବଂ ଯୁବତୀଙ୍କୁ ପୋଲିସ ସୁରକ୍ଷା ଯୋଗାଇ ଦିଆଯାଇଛି ।

ନାରାଏନ ବର୍ତ୍ତମାନ ଦିଲ୍ଲୀ ଆର୍ଥିକ ନିଗମର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ । ତାଙ୍କୁ ଏହି ଘଟଣା ବିଷୟରେ ପଚାରିବାରୁ ସେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

ଇତିମଧ୍ୟରେ ଶ୍ରମ ଅଧିକାରୀ ଜଣଙ୍କ “ମେଡିକାଲ ଛୁଟିରେ” ଅଛନ୍ତି । ଅଭିଯୋଗ ରେ ଯୁବତୀଙ୍କ ଦ୍ୱାରା ଉଲ୍ଲେଖ କରାଯାଇଥିବା କାରର ଲାଇସେନ୍ସ ପ୍ଲେଟ୍ ଯେଉଁଠାରେ ସେମାନେ ତାଙ୍କୁ ଉଠାଇନେଇଥିଲେ ସେହି କାର ଶ୍ରମ ଅଧିକାରୀଙ୍କ ନାମ ରେ ପଞ୍ଜିକୃତ ଥିବା ପୋଲିସ ଜାଣିବାକୁ ପାଇଛି ।

ଏଫ୍ଆଇଆର୍ (ନମ୍ବର 165/2022) ରେ ଅଭିଯୋଗକାରୀ କହିଛନ୍ତି ଯେ IAS ଅଫିସରଙ୍କ ଘରୁ ସିସିଟିଭି ଫୁଟେଜ୍ ସଂଗ୍ରହ କରାଯାଉ ଏବଂ ସେ ତାଙ୍କ କର୍ମଚାରୀଙ୍କୁ ଚିହ୍ନଟ କରିବେ ଯାହାକୁ ମଧ୍ୟ ପୋଲିସ ପଚରାଉଚରା କରିବ ।

ମହିଳାଙ୍କ ଅଭିଯୋଗ ଅନୁଯାୟୀ, ଏପ୍ରିଲ୍ ଏବଂ ମେ ମାସରେ ସେମାନେ ଯୁବତୀଙ୍କୁ ସରକାରୀ ଚାକିରୀ ଦେବାକୁ କହି ତାଙ୍କୁ IAS ଅଫିସରଙ୍କ ସରକାରୀ ବାସଭବନକୁ ନେଇଯାଇ ଦୁଇ ଦୁଇ ଥର ଗଣଦୁଷ୍କର୍ମ କରିଛନ୍ତି । ଯଦି ପୀଡିତା ଏହି ବିଷୟରେ କାହା ସହ କଥା ହୁଅନ୍ତି ତେବେ ତାଙ୍କୁ ଜୀବନରେ ମାରିଦେବା ପାଇଁ ଅଭିଯୁକ୍ତ ମାନେ ଧମକ ଦେଇଥିଲେ ।

Share this story