ଚିଟଫଣ୍ଡ ଘୋଟାଲା: ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ରଙ୍କ ଘରେ ସିବିଆଇ ରେଡ

ଚିଟଫଣ୍ଡ ଘୋଟାଲା: ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ରଙ୍କ ଘରେ ସିବିଆଇ ରେଡ
ଚିଟଫଣ୍ଡ ଘୋଟାଲା: ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ରଙ୍କ ଘରେ ସିବିଆଇ ରେଡ

ଓଡ଼ିଆ ଗସିପ ବ୍ୟୁରୋ: ବହୁ ମାସର ବ୍ୟବଧାନ ପରେ ରାଜ୍ୟରେ ସିବିଆଇ ଟିମ କୋଟି କୋଟି ଟଙ୍କାର ଚିଟଫଣ୍ଡ ଘୋଟାଲାରେ ପୁଣି ସକ୍ରିୟ ହୋଇଉଠିଛି । ଚିଟଫଣ୍ଡ ମାମଲାରେ ଆଜି ସିବିଆଇର ଏକ ଟିମ ଶାସକ ଦଳର ଜଣେ ପୂର୍ବତନ ମନ୍ତ୍ରୀଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ ଚଢ଼ାଉ କରିଥିବା ଜଣାପଡିଛି । ଅଧିକ ଖୋଳତାଡ ପାଇଁ ଚଢ଼ାଉ ଜାରି ରହିଥିବା ଜଣାପଡିଛି ।

ସୂଚନା ମୁତାବକ, ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ରଙ୍କ ଘରେ ସିବିଆଇ ଚଢ଼ାଉ ଜାରି ରଖିଛି । ସିସୋର ଚିଟଫଣ୍ଡ (Seashore Chit Fund) ମାମଲାରେ ବଡ଼ମ୍ବା ବିଧାୟକଙ୍କ ୟୁନିଟ-1 ସରକରୀ ବାସଭବନରେ ସକାଳ 8ଟାରୁ ଚଢ଼ାଉ ଚାଲିଛି ।

ଶ୍ରୀ ମିଶ୍ର ପର୍ଯ୍ୟଟନ ମନ୍ତ୍ରୀ ଥିବା ବେଳେ ସି ସୋରକୁ ଅନୁକମ୍ପା ଦେଖାଇଥିବା ନେଇ ଅଭିଯୋଗ ଉଠିଥିଲା । ମହାନଦୀ ପଠାରେ ସିସୋରକୁ ବୋଟିଂ ପାଇଁ ଅନୁମତି ଦେବା ଠାରୁ ଏକାଧିକ ପର୍ଯ୍ୟଟନ ପ୍ରକଳ୍ପକୁ ଏହି ସଂସ୍ଥାକୁ ଦିଆଯାଇଥିଲା । ଏହି ଘଟଣାରେ ପୂର୍ବରୁ ଦେବୀଙ୍କ ଦୁଇ ଅନୁଗତ ପ୍ରଫୁଲ୍ଲ ସିଂହ ଓ ଦିଲ୍ଲୀପ ମିଶ୍ରଙ୍କୁ ସିବିଆଇ ଡାକି ଜେରା କରିଥିଲେ । ହେଲେ ପରବର୍ତୀ ସମୟରେ ସିବିଆଇ ତଦନ୍ତରେ ଶିଥିଳ ପଡ଼ିଯାଇଥିଲା ।

ସିବିଆଇର ଏହି ଚଢଉ ବିଜେଡି ଶିବିରରେ କମ୍ପନ ସୃଷ୍ଟି କରିଛି । ପୁଣି ଥରେ ସିବିଆଇ ଫେରି ତନାଘନା କରିବ ବୋଲି ଖବର ଆସି ପହଞ୍ଚିଛି । ଆଗକୁ ଦୁଇ ଦୁଇ ଉପ ନିର୍ବାଚନ ଥିବା ବେଳେ ଏହା ପୂର୍ବରୁ ସିିବିଆଇ ପୁଣି ଥରେ ତଦନ୍ତକୁ ଫେରିବା ଘଟଣା ରାଜନୈତିକ ମହଲ ମଧ୍ୟ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି ।

Share this story

World Odia Language Conferene