ଦେଖନ୍ତୁ ଭିଡ଼ିଓ: ଅମାନିଆ ଅପରାଜିତା ସଡ଼ଙ୍ଗୀ, କରୋନାକୁ ନାହିଁ ଡର!, କୋଭିଡ୍ ନିୟମ ଭାଙ୍ଗି ଅଡୁଆରେ ସାଂସଦ

ଦେଖନ୍ତୁ ଭିଡ଼ିଓ: ଅମାନିଆ ଅପରାଜିତା ସଡ଼ଙ୍ଗୀ, କରୋନାକୁ ନାହିଁ ଡର!, କୋଭିଡ୍ ନିୟମ ଭାଙ୍ଗି ଅଡୁଆରେ ସାଂସଦ
ଦେଖନ୍ତୁ ଭିଡ଼ିଓ: ଅମାନିଆ ଅପରାଜିତା ସଡ଼ଙ୍ଗୀ, କରୋନାକୁ ନାହିଁ ଡର!, କୋଭିଡ୍ ନିୟମ ଭାଙ୍ଗି ଅଡୁଆରେ ସାଂସଦ

ଓଡ଼ିଆ ଗସିପ ବ୍ୟୁରୋ: ପୁରା ବିଶ୍ୱରେ ମହାମାରୀ କରୋନା ଲକ୍ଷାଧିକ ଜୀବନ ନେଉଥିବା ବେଳେ ଏହାକୁ ହାଲୁକା ଭାବେ ନେଉଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ସଡ଼ଙ୍ଗୀ । ବାରମ୍ବାର କୋଭିଡ୍ ନିୟମ ଭାଙ୍ଗି ଚାଲିଛନ୍ତି ମ୍ୟାଡାମ୍ ଅପରାଜିତା । ଯେମିତି କି ମ୍ୟାଡାମ୍‌ଙ୍କୁ କରୋନାର ଆଦୌଂ ଭୟ ନାହିଁ । ଜଣେ ଜନପ୍ରତିନିଧି ହୋଇ ଏପରି ବାରମ୍ବାର ଭୁଲ କରିବା କ’ଣ ଠିକ୍ ବୋଲି ଲୋକେ ପ୍ରଶ୍ନ କରିଛନ୍ତି ।

ଖାଲି ଏତିକି ନୁହେଁ, ସାଂସଦ ଅପରାଜିତାଙ୍କ ଜନ୍ମଦିନ ପାଳନରେ କୋଭିଡ୍ ନିୟମ ଉଲ୍ଲଘଂନକୁ ନେଇ ବର୍ଷିଛନ୍ତି ଗୃହ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର । ସେ ଲଗାତର ଭାବେ ନିୟମ ଭାଙ୍ଗୁଛନ୍ତି । ୩ଟି ମାମଲା ହେବା ସତ୍ତ୍ୱେ ବିଶୃଙ୍ଖଳିତ ଆଚରଣ କରୁଛନ୍ତି । ତାଙ୍କର ଏଭଳି ଅଭାବନୀୟ ଆଚରଣ କୋଭିଡ୍ ଯୋଦ୍ଧାଙ୍କ ମନୋବଳ ଭାଙ୍ଗୁଛି । ମନ୍ତ୍ରୀ ଶ୍ରୀ ମିଶ୍ର ଦୁଇ ଦିନ ତଳେ ଏଭଳି ଅଭିଯୋଗ ଆଣିବା ସହ ହସ୍ତକ୍ଷେପ ପାଇଁ କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କୁ ଚିଠି ଲେଖି ଫେରାଦ ହୋଇଛନ୍ତି ।

ମନ୍ତ୍ରୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ୮ତାରିଖରେ ଅପରାଜିତା ଶତାଧିକ ମହିଳାଙ୍କ ଉପସ୍ଥିତିରେ ତାଙ୍କ ଜନ୍ମଦିନ ପାଳିଥିଲେ । ସେମାନଙ୍କ ଭିତରୁ ଜଣଙ୍କୁ ଛାଡି ବାକି କେହି ମାସ୍କ ପିନ୍ଧିନଥିଲେ । ନାଚ, ଗୀତର ଆସର ଜମାଇ କୋଭିଡ୍ ନିୟମର ଖୋଲାଖୋଲି ଉଲ୍ଲଂଘନ କରିଥିଲେ ।

ଏଭଳି ଘଟଣା ପ୍ରଥମ ନୁହେଁ, ପୂର୍ବରୁ ବି ସାଂସଦଙ୍କ ଏଭଳି ବିଶୃଙ୍ଖଳିତ ଆଚରଣ ସାମ୍ନାକୁ ଆସିଛି । ୩ଟି ମାମଲା ଥିବା ବେଳେ ତାଙ୍କ ବେପାରୁଆ ମନୋଭାବ ବଦଳୁନି । ନିଜ ଜୀବନ ସମେତ ଅନ୍ୟମାନଙ୍କ ଜୀବନକୁ ସାଘାଂତିକ ବିପଦରେ ପକାଉଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ମିଶ୍ର ଚିଠିରେ ଲେଖିଛନ୍ତି ।

ଗୋଟିଏ ପଟେ କୋଭିଡ୍ ନିୟମାବଳୀ ମାନିବାକୁ ପ୍ରଧାନମନ୍ତ୍ରୀ ବାରମ୍ବାର ଦେଶବାସୀଙ୍କୁ ନିବେଦନ କରୁଛନ୍ତି । ହେଲେ ଜଣେ ଲୋକପ୍ରତିନିଧି ଓ ବିଜେପିର ଜାତୀୟ ମୁଖପାତ୍ର ଦାୟିତ୍ୱରେ ରହିବା ସତ୍ତ୍ୱେ ତାଙ୍କ ଆଚରଣ ଦୁର୍ଭାଗ୍ୟଜନକ ବୋଲି ମନ୍ତ୍ରୀ ଶ୍ରୀ ମିଶ୍ର ଲେଖିଛନ୍ତି ।

ଲୋକଙ୍କ ଜୀବନକୁ ବିପଦରେ ପକାଉଥିବା ସାଂସଦଙ୍କ କାମକୁ ଅନୁଧ୍ୟାନ କରିବାକୁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କୁ ସେ ଅନୁରୋଧ କରିଛନ୍ତି ।

Share this story

World Odia Language Conferene