ଦୂରରେ ଥିବା ସାଥୀଙ୍କୁ ଝୁରୁଛନ୍ତି କି? ଫିଲ୍ କରାଆନ୍ତୁ ରିୟଲ କିସ୍; ମାର୍କେଟକୁ ଆସିଲା ଡିଭାଇସ୍

 

ଓଡ଼ିଆ ଗସିପ ବ୍ୟୁରୋ : ଡିଜିଟାଲ୍ ଯୁଗରେ ଟେକ୍ନୋଲୋଜି ଏବଂ ବିଜ୍ଞାନ ବହୁତ ଅଗ୍ରଗତି କରିଛି । ଏସବୁ ମାମଲାରେ ଟପରେ ଆସୁଛି ଚୀନ ଦେଶ । ଏଥର ଏମିତି ଏକ ଡିଭାଇସ ଆଣିଛି, ଯାହାକୁ ଦେଖି ସାଧାରଣ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଚୀନର ବୈଜ୍ଞାନିକମାନେ ଦେଶର ସବୁଠାରୁ ଭିନ୍ନ । ସେମାନେ ପ୍ରତି ଦିନ କିଛି ନା କିଛି ଏମିତି ଡିଭାଇସ ଲଞ୍ଚ କରନ୍ତି, ଯାହାକୁ ଦେଖି ସାଧାରଣ ଲୋକଙ୍କ ମୁଣ୍ଡ ବୁଲାଇ ଦିଏ । ଏଥର ମଧ୍ୟ ଚୀନ ଏମିତି ଏକ ଡିଭାଇସ ଆଣିଛି, ଯାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ।

ଆହୁରି ପଢ଼ନ୍ତୁ : ସରିଲା ନିର୍ବନ୍ଧ, ଦ୍ୱିତୀୟ ବିବାହ କରିବେ ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ର

କଥାଟି ହେଲା ଯେ ଚୀନର ଏକ ବିଶ୍ୱବିଦ୍ୟାଳୟରେ ଏକ ଉପକରଣ ଆବିଷ୍କୃତ ହୋଇଛି, ଯାହା ସାହାଯ୍ୟରେ ଯେକୌଣସି ବ୍ୟକ୍ତି ନିଜ ସାଥୀକୁ ଦୂରରେ ରହିକି ମଧ୍ୟ କିସ୍ ଦେଇ ପାରିବେ । ଏହି ଡିଭାଇସର ନାମ ହେଲା କିସ୍ ଡିଭାଇସ (Kiss Device) ।

ଆଜ୍ଞା ହଁ, ଆପଣ ଶୁଣିକି ଆଶ୍ଚର୍ଯ୍ୟ ହୋଇଯାଇଥିବେ ନିଶ୍ଚିତ ହେଲେ ଏହା ଏକଦମ ସତ କଥା । ଡିଭାଇସଟି ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହୋଇଛି । କିସ୍ ଡିଭାଇସ ସାହାଯ୍ୟରେ ଆପଣ ବାସ୍ତବ କିସ୍‌ର ଅନୁଭବ ପାଇପାରିବେ ।

କଥାଟି ହେଲା ଯେ ମିଡ଼ିଆ ରିପୋର୍ଟ ଅନୁଯାୟୀ ପୂର୍ବ ଚିନର ଜିୟାଙ୍ଗସୁ ଅଞ୍ଚଳର ଏକ ବିଶ୍ବବିଦ୍ୟାଳୟରେ କିସିଂ ଡିଭାଇସ ଲଞ୍ଚ କରିଛି । ପରସ୍ପରଠୁ ଦୂରରେ ରହୁଥିବା ସାଥୀ ରିୟଲ କିସିଂର ଫିଲିଙ୍ଗସ୍ ପାଇପାରିବେ ।

ଆହୁରି ପଢ଼ନ୍ତୁ : ପାର୍ଟନରଙ୍କ ସହ ମସ୍ତି ଭରା ରାତି କାଟିବାକୁ ଯଦି ଚାହାନ୍ତି ତେବେ ଗ୍ରୀନ୍ ଟି ସେବନ କରନ୍ତୁ ଅଧଘଣ୍ଟା ମଧ୍ୟରେ ଆପଣଙ୍କୁ ମିଳିବ ଶତସିଂହର ବଳ; କିନ୍ତୁ ଏହି ଟିପ୍ସ ସବୁ ମନେ ରଖନ୍ତୁ...

ସେନ୍ସର ସାହାଯ୍ୟରେ, ଏଥିରେ ଅନେକ ପ୍ରକାରର କୌଶଳ ଯୋଗ କରାଯାଇଛି, ଯାହା ଆପଣଙ୍କୁ ଅନୁଭବ କରାଇବ ଯେ ଆପଣ ଏକ ପ୍ରକୃତ କିସ୍ କରୁଛନ୍ତି । ଚାଙ୍ଗଜୋ Changzhou Vocational Institute of Mechatronic Technology ଦ୍ୱାରା ଏହାକୁ ବିକଶିତ କରାଯାଇଛି । ଏହାର ସାହାଯ୍ୟରେ, ଦୂର ଦୂରତା ସମ୍ପର୍କରେ ରହୁଥିବା ସାଥୀ ଏକ ସମୟରେ ସହଜରେ ଯୋଗାଯୋଗ ଏବଂ ଚୁମ୍ବନ କରି ପାରିବେ ।

ସୋସିଆଲ ମିଡ଼ିଆରେ ଏହି ଡିଭାଇସକୁ ନେଇ ବହୁତ ଲୋକ ଅସନ୍ତୋଷ ମଧ୍ୟ ପ୍ରକାଶ ମଧ୍ୟ କରିଛନ୍ତି । କେହି କେହି ଏହାକୁ ଖରାପ ବୋଲି କହୁଥିବା ବେଳେ କେହି କେହି ଅଜବ ଡିଭାଇସ ବୋଲି କହିଛନ୍ତି । ଲୋକ ଏହି ଉପକରଣକୁ ନେଇ ବର୍ତ୍ତମାନ ସମସ୍ତେ ଚକିତ ।