ରାହୁଲ ଗାନ୍ଧି ଙ୍କ କାନ୍ଧରେ କୁଲି ବ୍ୟାଜ୍, ଷ୍ଟେସନରେ ବୋହିଲେ ଯାତ୍ରୀଙ୍କ ଆଟାଜି
 

Rahul Gandhi interacts with porters at Anand Vihar railway station
 
 
Rahul Gandhi interacts with porters at Anand Vihar railway station
ରାହୁଲ ଗାନ୍ଧି ଷ୍ଟେସନରେ ବୋହିଲେ ଯାତ୍ରୀଙ୍କ ଆଟାଜି
 

ଓଡ଼ିଆ ଗସିପ୍ ବ୍ୟୁରୋ: କୁଲି ଡ୍ରେସ ପିନ୍ଧି ନଜରକୁ ଆସିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି । ଲାଲ୍ ରଙ୍ଗର ୟୁନିଫର୍ମ ପିନ୍ଧିବା ସହ ରାହୁଲଙ୍କ କାନ୍ଧରେ କୁଲି ବ୍ୟାଜ୍ ଥିଲା । ଷ୍ଟେସନରେ ଯାତ୍ରୀଙ୍କ ଆଟାଜି ବୋହୁଥିବାର ଫଟୋ ମଧ୍ୟ ଭାଇରାଲ ହେଉଛି । 

ସୂଚନା ଅନୁସାରେ, ସାଂସଦ ରାହୁଲ ଗାନ୍ଧି ଗୁରୁବାର ହଠାତ୍ ଦିଲ୍ଲୀର ଆନନ୍ଦ ବିହାର ରେଳ ଷ୍ଟେସନ ଯାଇ ସେଠାରେ କୁଲିମାନଙ୍କୁ ଭେଟିଛନ୍ତି । ସେ କୁଲି ମାନଙ୍କ ସହ ବେଶ୍ କିଛି ସମୟ କଥାବାର୍ତ୍ତା କରିଥିଲେ ଓ ସେମାନଙ୍କ ସମସ୍ୟା ପଚାରି ବୁଝିଥିଲେ ।

ଅଧିକ ପଢ଼ନ୍ତୁ: ଖୋର୍ଦ୍ଧା ରାଜନୀତିର ଭିତିରି କଥା: ଜିତୁ-ଗଣେଶଙ୍କ ଚକ୍ରବ୍ୟୁହରେ ଫସିଯିବେ କି ରାଜେନ୍ଦ୍ର ?

କୁଲିମାନେ କ’ଣ ସବୁ ସମସ୍ୟା ଭୋଗୁଛନ୍ତି ଓ ସେମାନେ କ’ଣ ସବୁ ଦାବି କରୁଛନ୍ତି, ସେକଥା ରାହୁଲ ଗାନ୍ଧି ବେଶ କିଛି ସମୟ ଧରି ରାହୁଲ ଶୁଣିଥିଲେ। ସେମାନଙ୍କ ଭଲ ମନ୍ଦ କଥା ମଧ୍ୟ ପଚାରି ବୁଝିଥିଲେ। ଏହାପରେ ସେ କୁଲିଙ୍କ ଭଳି ନାଲି ଶାର୍ଟ ଓ କଳା ବ୍ୟାଚ୍‌ ପିନ୍ଧି ଗୋଟିଏ ସୁଟକେସକୁ ମୁଣ୍ଡରେ ରଖି ବେଶ କିଛି ବାଟ ଚାଲିଥିଲେ।

ଅଧିକ ପଢ଼ନ୍ତୁ: ମଉଳି ଯିବ କି ଧର୍ମେନ୍ଦ୍ର ପ୍ରଧାନଙ୍କ ସିଏମ୍ ହେବାର ସ୍ୱପ୍ନ ? ପାରିବ ତ ବିଜେପି ନିଜ କଥା ରଖି?

ସୂଚନାଯୋଗ୍ୟ, ଗତ କିଛି ମାସ ମଧ୍ୟରେ ଏହି କଂଗ୍ରେସ ନେତା ହଠାତ୍ ଲୋକଙ୍କ ଗହଣରେ ଯାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ଏହାପୂର୍ବରୁ ଅଗଷ୍ଟ ମାସରେ ରାହୁଲ ଦିଲ୍ଲୀର ଆଜାଦପୁର ପରିବା ମଣ୍ଡି ପରିଦର୍ଶନ କରି ସେଠାରେ ବେପାରୀଙ୍କ ସହ ଦରଦାମ୍ ବୃଦ୍ଧି ଜନିତ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।

ଅଧିକ ପଢ଼ନ୍ତୁ: ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ