ଚାନ୍ଦବାଲି ନୁହେଁ, ସେଦିନର କାଳ ରାତି ପାଇଁ ଭଦ୍ରକରୁ ଲଢ଼ିବେ ମନମୋହନ, ଦେଖନ୍ତୁ ଏହି ଭିଡିଓ

Not Chandbali Manmohan will fight from Bhadrak for that night, watch this video
 
ଚାନ୍ଦବାଲି ନୁହେଁ, ସେଦିନର କାଳ ରାତି ପାଇଁ ଭଦ୍ରକରୁ ଲଢ଼ିବେ ମନମୋହନ, ଦେଖନ୍ତୁ ଏହି ଭିଡିଓ

ଓଡ଼ିଆ ଗସିପ୍ ବ୍ୟୁରୋ: ସାଧାରଣ ନିର୍ବାଚନର ଧାର୍ଯ୍ୟ ତାରିଖ ପୂର୍ବରୁ ଓଡ଼ିଶାରେ ହୋଇପାରେ ନିର୍ବାଚନ। ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଏବେ ପ୍ରାର୍ଥୀ ସନ୍ଧାନରେ। କେତେକ ଆସନରେ ପ୍ରାର୍ଥୀତ୍ବକୁ ନେଇ ଟଣାଓଟରା ଲାଗିଥିବା ବେଳେ ଆଉ କେତେକ ସ୍ଥାନରେ ପ୍ରାୟତଃ ଚୂଡାନ୍ତ ହୋଇସାରିଲାଣି । ଏହାରି ଭିତରେ ପାୱାରଫୁଲ ସିଟ ଭାବେ ନଜରକୁ ଆସିଛି ଚାନ୍ଦବାଲି ନିର୍ବାଚନମଣ୍ଡଳୀ। 

୨୦୦୯ ନିର୍ବାଚନରେ ସୀମା ନିର୍ଦ୍ଧାରଣ ପରେ ଚାନ୍ଦବାଲି ସରଂକ୍ଷିତ ହେବା ପରେ ବିଜେଡିର ବିଜୟ ନାୟକ ୫୮, ୪୬୭ ଖଣ୍ଡ ଭୋଟ ପାଇଁ କଂଗ୍ରେସ କୁ ହରାଇଥିଲେ। ୨୦୧୪ ରେ ଯୁବ ନେତା ବ୍ୟୋମକେସ ରାୟ ମାରିଥିଲେ ଗ୍ରାଣ୍ଡ ଏଣ୍ଟ୍ରି। ୬୮ ହଜାର ୫୫୭ ଖଣ୍ଡ ଭୋଟ ପାଇଁ ବୃହତ ବିଜୟ ପାଇଥିଲେ ବାପି । ୨୦୧୯ ରେ ପୁଣି ବ୍ୟୋମକେଶ ଙ୍କୁ ଭରସି ଥିଲା ଦଳ । ଆଉ ସେ ମଧ୍ୟ ରଖିଥିଲେ ଦଳର ଇଜ୍ଜତ । ୭୭  ହଜାର ୩୧୩ ଖଣ୍ଡ ଭୋଟ ପାଇ ବୃହତ ବିଜୟ ପାଇଥିଲା ବିଜେଡି। ତତ୍କାଳୀନ ସାଂସଦ ଅର୍ଜୁନ ସେଠୀ ଙ୍କ ପ୍ରତିନିଧି ପ୍ରତାପ ଧଳ ନିଜର ହଜାରେ ସମର୍ଥକ ବିଜେପିରେ ଯୋଗ ଦେଇଥିଲେ ମଧ୍ୟ ତାର କୌଣସି ପ୍ରଭାବ ପଡିନଥିଲା । 

ଅଧିକ ପଢ଼ନ୍ତୁ: ବିଭୀଷଣ ହୋଇ କାହାକୁ ଫାଇଦା ପହଞ୍ଚାଉଛନ୍ତି ସୁବିଧାବାଦୀ ସୌମ୍ୟ?

୨୦୨୪ ରେ ପୁଣିଥରେ ହାଇଭୋଲ୍ଟେଜ ଲଢେଇ ପାଇଁ ଚାନ୍ଦବାଲି ଲୋକେ ଅପେକ୍ଷା କରିଥିବା ବେଳେ ସେଭଳି ସ୍ଥିତି ବୋଧ ହୁଏ ଆସିବ ନାହିଁ। କାରଣ ମନମୋହନ ସାମଲ ରାଜ୍ୟ ସଭାପତି ହେବା ପରେ ପରାଜୟ ଭୟରେ ଏବେ ଭଦ୍ରକ ମୁହାଁଇଲେଣି। ବଡ଼ ବଡ଼ ବ୍ୟବସାୟୀଙ୍କ ସହ ଫଣ୍ଡିଂ ନେଇ ଆଲୋଚନା କଲେଣି।  ଭଦ୍ରକ ଭଳି ସାମ୍ପ୍ରଦାୟିକ ଆସନରୁ ହିନ୍ଦୁ ମୁସଲିମଙ୍କୁ ଲଢେଇ କ୍ରିମ ଖାଇବା ଚକ୍କର ରେ ଅଛନ୍ତି ମନମୋହନ । କିନ୍ତୁ ଲୋକେ ଜାଣନ୍ତି ୟାଙ୍କ ପାରିବାପଣିଆ, ଦୋଷ ଓ ଦୁର୍ବଳତା। ଚାନ୍ଦବାଲିରୁ ୨୦୧୪ ରେ ଭାଜପା ପ୍ରାର୍ଥୀ ଥିଲେ ମନମୋହନ। ୩୮ ହଜାର ୯୫୨ ଖଣ୍ଡ ଭୋଟ ପାଇ ତିନି ନମ୍ବର ରେ ରହିଲେ । 

ଅଧିକ ପଢ଼ନ୍ତୁ: ଖୋର୍ଦ୍ଧା ରାଜନୀତିର ଭିତିରି କଥା: ଜିତୁ-ଗଣେଶଙ୍କ ଚକ୍ରବ୍ୟୁହରେ ଫସିଯିବେ କି ରାଜେନ୍ଦ୍ର ?

୨୦୦୯ ରେ ଭଣ୍ଡାରୀପୋଖରୀରୁ ପ୍ରାର୍ଥୀ ହେଲେ । ତିନି ନମ୍ବର ରେ ରହି ୨୧ ହଜାର ୧୬୦ ଖଣ୍ଡ ଭୋଟ ପାଇଲେ। ୨୦୦୮ ରେ ତାଙ୍କ ବିରୋଧରେ ଆସିଥିବା ଦୁଷ୍କର୍ମ ଅଭିଯୋଗର ଛିଟା ଏଯାଏଁ ଲିଭିନାହିଁ। ମହିଳା ଭୋଟ ଦେବା ପୂର୍ବରୁ ୨ ଥର ଚିନ୍ତା କରୁଛନ୍ତି । ସେପଟେ ଧାମରା ପୋର୍ଟ ଅଦାନୀ ଗ୍ରୁପ ଦ୍ୱାରା ପରିଚାଳିତ ହେବା ପରେ ମନମୋହନ ଙ୍କ ଇଙ୍ଗିତରେ ରେ ଟଙ୍କା ଆଦାୟ, ଟ୍ରାନ୍ସପୋର୍ଟ ଗାଡିରୁ ବଟି ନେଉଥିବା ଭଳି ସାଙ୍ଘାତିକ ଅଭିଯୋଗ ଆସିଛି। 

ଏଭଳି ସ୍ଥିତିରେ ରାଜ୍ୟ ସଭାପତି ଥାଇ ତୃତୀୟ ସ୍ଥାନରେ ରହିବା ଅପେକ୍ଷା ନିର୍ବାଚନମଣ୍ଡଳୀ ପରିବର୍ତ୍ତନ କରିବାକୁ ଶ୍ରେୟସ୍କର ଭାବିଛନ୍ତି ମନମୋହନ । ନିଜର ନେତୃତ୍ୱ, ସାଂଗଠନିକ ଦକ୍ଷତା, କାମ କରିବାର ଶୈଳୀ ପାଇଁ ପାୱାର୍ କରିଡର ର ଗୁଡ଼ ବୁକ ରେ ଥିବା ବ୍ୟୋମକେଶ ରାଜ୍ୟ ଯୁବ ବିଜେଡି ସଭାପତି ସହ ଭଦ୍ରକ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରହିଛନ୍ତି । ବିକାଶ କ୍ଷେତ୍ରରେ ପୁରା ଜିଲ୍ଲାରେ ରେକର୍ଡ କରିଛନ୍ତି ବ୍ୟୋମକେଶ । 

ଦେଖନ୍ତୁ ଏହି ଭିଡିଓ:

<a href=https://youtube.com/embed/09p6e1dzhOc?autoplay=1&mute=1><img src=https://img.youtube.com/vi/09p6e1dzhOc/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" title="YouTube video player" width="560">

ଅଧିକ ପଢ଼ନ୍ତୁ: ମଉଳି ଯିବ କି ଧର୍ମେନ୍ଦ୍ର ପ୍ରଧାନଙ୍କ ସିଏମ୍ ହେବାର ସ୍ୱପ୍ନ ? ପାରିବ ତ ବିଜେପି ନିଜ କଥା ରଖି?

୧୦୦ କୋଟି ଟଙ୍କା ବ୍ୟୟରେ ପାଇକରାପୁର ଠାରେ ନୂତନ ଗ୍ରୀଡ଼, ବହୁ ପ୍ରତୀକ୍ଷିତ ବାଂସଡ଼ା ସେତୁ, ଭଦ୍ରକ ଚାନ୍ଦବାଲି ରାଜ୍ୟ ରାଜପଥ, ୧୦୦୦ କୋଟି ଟଙ୍କାର ମେଗା ପାଣି ପ୍ରକଳ୍ପ, ଶତାଧିକ ଫୁଟ ଓଭର ବ୍ରିଜ, ଚାନ୍ଦବାଲି କୁ ଏନଏସି ର ମାନ୍ୟତା, ଆଖଣ୍ଡଳମଣି ମନ୍ଦିର ର ପୁନରୁଦ୍ଧାର, ଧାମରେଇ ମନ୍ଦିର ଭଳି ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ରେ ବିକାଶ ଶୀର୍ଷ ରେ ପହଞ୍ଚିଛି। ଏଣୁ ଏଭଳି ସ୍ଥିତିରେ ଯୁଦ୍ଧ ପୂର୍ବରୁ ପଳାୟନ ଚିନ୍ତାରେ ରହିଛନ୍ତି ମନମୋହନ । ମୋଟାମୋଟି ଦେଖିଲେ ୨୦୨୪ ରେ ବିଜେଡି ଦଖଲରେ ଚାନ୍ଦବାଲି ଯେ ରହିବ, ଏଥିରେ କୌଣସି ସନ୍ଦେହ ନାହିଁ ।