୪୫୦୦ କୋଟି ନୁହେଁ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଖର୍ଚ୍ଚ ହୋଇଛି ଏତିକି କୋଟି ଟଙ୍କା: ବିଜେଡି
 

Not 4500 crores 325 crores have been spent on the shreemandir parikrama project
 
Not 4500 crores 325 crores have been spent on the shreemandir parikrama project
ଶ୍ରୀମନ୍ଦିରକୁ ନେଇ ବିଜେପିର ଆଉ ଏକ ମିଛର ମୁଖା ଖୋଲିଲା ବିଜେଡି
 

ଓଡ଼ିଆ ଗସିପ୍ ବ୍ୟୁରୋ: ଅପମାନସୂଚକ ଓ ଅଶାଳୀନ ଶଦ୍ଦ ପ୍ରୟୋଗ କରି ଓଡିଶାବାସୀଙ୍କୁ ଅପମାନିତ କରିବା, ଓଡିଶାର ସଂସ୍କୃତିକୁ ନଷ୍ଟ କରିବା ହେଉଛି ବିଜେପିର ସଂସ୍କୃତି। ବିଜେଡି କେବେ ମଧ୍ୟ ଏଭଳି ଶଦ୍ଦ ପ୍ରୟୋଗ କରେନାହିଁ। ମୁଖ୍ୟମନ୍ତ୍ରୀ କଦାପି ଏହାକୁ ପ୍ରଶ୍ରୟ ବି ଦିଅନ୍ତି ନାହିଁ। ଓଡିଶାର ସଂସ୍କୃତିକୁ ହିଁ ବିଜେଡି ସବୁବେଳେ ଅନୁକରଣ କରେ ବୋଲି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେଡିର ବରିଷ୍ଠ ନେତା  ଭୃଗୁ ବକ୍ସିପାତ୍ର ଓ ବିଜେଡି ମୁଖପାତ୍ର  ସ୍ୱୟଂପ୍ରକାଶ ମହାପାତ୍ର।

ଶ୍ରୀ ଭୃଗୁ ବକ୍ସିପାତ୍ର କହିଛନ୍ତି, ଅଭ୍ୟାସଗତ ଭାବେ ମିଛ କହୁଥିବା ବିଜେପି ନେତାମାନେ ଶ୍ରୀମନ୍ଦିରକୁ ନେଇ ହୀନ ରାଜନୀତି କରୁଛନ୍ତି। ଜଗନ୍ନାଥପ୍ରେମୀଙ୍କ ଭାବାବେଗ ସହ ଖେଳୁଛନ୍ତି। ପ୍ରତିଦିନ ନୂଆ ନୂଆ ଡ୍ରାମା କରୁଛନ୍ତି। ସୁପର ମିଛୁଆ ନେତା, ଫେକ୍‌ ନ୍ୟୁଜ ଫ୍ୟାକ୍ଟ୍ରୀ ଖୋଲିଦେଇଛନ୍ତି। ଟୁରିଷ୍ଟ ନେତାଙ୍କୁ ଯାହା ଲେଖା ଧରାଇ ଦିଆଯାଉଛି, ସେମାନେ ଘୋଷା ଶୁଆ ଭଳି ଗାଉଛନ୍ତି।

ଅଧିକ ପଢନ୍ତୁ : ଏହି ୬ ଟି ଖାଦ୍ୟ ବଢ଼ାଉଛି ଡାଇବେଟିସ୍ ହୋଇଯାଆନ୍ତୁ ସାବଧାନ! ନଚେତ୍... 

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ହୋଇଥିବା ଖର୍ଚ୍ଚକୁ ନେଇ ସୁପର ମିଛୁଆ ନେତା ଆଉ ତାଙ୍କ ଅନୁଗତ ମାନେ ଲଗାତର ଭାବେ ମିଛ କହି ଚାଲିଛନ୍ତି। କାରଣ ଆରମ୍ଭ ଦିନରୁ ସେମାନେ ଭକ୍ତଙ୍କ ସୁବିଧା ପାଇଁ ହେଉଥିବା ପ୍ରକଳ୍ପ ବିରୋଧୀ ଥିଲେ। କେତେବେଳେ କହୁଥିଲେ ଟାଇଲ୍‌ସ ପକାହୋଇଛି, କେତେବେଳେ କହୁଥିଲେ ୪ଟି ପାଇଖାନା ନିର୍ମାଣ ହୋଇଛି ଆଉ କିଛି କାମ ହୋଇନାହିଁ। ଏଏସଆଇ, ଏନଏମଏ, ସୁପ୍ରିମକୋର୍ଟ ସବୁ ଜାଗାରେ ଚେଷ୍ଟା କରି ବିଫଳ ହେଲେ ବୋଲି ଶ୍ରୀ ଭୃଗୁ ବକ୍ସିପାତ୍ର କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେତେବେଳେ ଆମେ ଆହ୍ୱାନ ଦେଲୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯଦି ଖରାପ ତେବେ ନିର୍ବାଚନ ଇସ୍ତାହାରରେ କୁହ, ଏହାକୁ ବନ୍ଦ କରିବ। ଏହାପରେ ବିଜେପି ନେତା କଥା ବଦଳାଇଲେ। ଏବେ ସେମାନେ କହୁଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ସମର୍ଥନ କରୁଥିଲେ, ସମସ୍ତ ସୁବିଧା କରାଇଥିଲେ। 

ଅଧିକ ପଢନ୍ତୁ : କିଡନୀକୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି କି ? ତେବେ ପ୍ରତିଦିନ ଖାଆନ୍ତୁ ଏହିସବୁ ଖାଦ୍ୟ

ପ୍ରକଳ୍ପକୁ ନେଇ ସେମାନଙ୍କ ମନରେ ଥିବା ଘୃଣାଭାବ ଏତେ ଅଧିକ ଯେ, ଏଥିରେ କେତେ ଟଙ୍କା ଖର୍ଚ୍ଚ ହୋଇଛି, ତାକୁ ନେଇ ଅପପ୍ରଚାର ଆରମ୍ଭ କରିଦେଇଛନ୍ତି। କାରଣ ଏମାନଙ୍କର ମନୋଭାବ ହେଲା – ଓଡିଶାରେ ନା କାମ କରିବୁ, ନା କାମ କରେଇଦେବୁ। ଯଦି କିଛି ଭଲ କାମ ହେଲା, ତା ବିରୋଧରେ ଅପପ୍ରଚାର କରିବୁ।

ଶ୍ରୀ ଭୃଗୁ ବକ୍ସିପାତ୍ର କହିଛନ୍ତି, ବିଜେପିର ନେତାଏଁ କହୁଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ସାଢେ ୪ ହଜାର କୋଟି ଖର୍ଚ୍ଚ ହୋଇଛି। ଅସଲ କଥା ହେଲା, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ୩୨୫ କୋଟି ଟଙ୍କା ହିଁ ଖର୍ଚ୍ଚ ହୋଇଛି। ଅବଢା ଯୋଜନାରେ ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରର ସାମଗ୍ରିକ ବିକାଶ ପାଇଁ ଏକାଧିକ ଉନ୍ନୟନ ପ୍ରକଳ୍ପ ବାବଦକୁ ବ୍ୟୟବରାଦ ରହିଛି ୪୨୦୦ କୋଟି ଟଙ୍କା। 

ଯାହାର କାର୍ଯ୍ୟ ଏବେ ମଧ୍ୟ ଜାରି ରହିଛି। ଏହାକୁ ସୁପର ମିଛୁଆଙ୍କ ଟିମ୍‌ ସଦସ୍ୟ ଭଲଭାବେ ବୁଝି ମଧ୍ୟ, ଜାଣିଶୁଣି ବିଭ୍ରାନ୍ତି କରୁଛନ୍ତି।ସେହିଭଳି ଟୁରିଷ୍ଟ ନେତା ଯେଉଁମାନଙ୍କର ଓଡିଶା ବାବଦରେ ସାମାନ୍ୟତମ ଧାରଣା ନାହିଁ, ସେମାନଙ୍କୁ ଓଡିଶା ବିଜେପି ନେତା ଯାହା ଲେଖିକି ଦେଲେ, ତାକୁ ଗାଇ ଯାଉଛନ୍ତି। ଓଡିଶାବାସୀଙ୍କୁ ଲଜ୍ଜିତ କରିବାକୁ ବି ପଛାଉନାହାନ୍ତି। 

ଅଧିକ ପଢନ୍ତୁ : ବୁଧଙ୍କ ଗୋଚର, ଏହି ୨ଟି ରାଶି ପାଇଁ ଖରାପ ସମୟ! ଜାଣନ୍ତୁ ସେହି ରାଶି ବିଷୟରେ 

ଯେମିତି ଶୀତ ଦିନେ ସାଇବେରିଆନ ପକ୍ଷୀ ଚିଲିକାକୁ ଆସନ୍ତି. ସେହିଭଳି ଟୁରିଷ୍ଟ ନେତା ନିର୍ବାଚନ ବେଳେ ଓଡିଶା ଆସନ୍ତି। ଆଉ ୧୫ ଦିନ ପରେ ଏମାନଙ୍କର ଦେଖା ମିଳିବନି, ପୁଣି ଯାଇ ୨୦୨୯ରେ ଏମାନେ ଆସିବେ। ଆଉ ସମାନ ଢଙ୍ଗରେ ଘୋଷା ଶୁଆ ଭଳି ଗାଇବେ। ବୋଲି ଶ୍ରୀ ଭୃଗୁ ବକ୍ସିପାତ୍ର କହିଛନ୍ତି।

ରତ୍ନଭଣ୍ଡାର ଖୋଲିବା ନେଇ ମଧ୍ୟ ମିଛ କହି ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି। ସତ କଥା ହେଲା, ଆସନ୍ତା ଜୁଲାଇରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲୁଛି। ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ କମିଟି ଗଠିତ ହୋଇଛି। ଏହି କମିଟି ତାର ପ୍ରାରମ୍ଭିକ ବୈଠକ ଗତ ମେ ମାସରେ କରିଛନ୍ତି। ବିଜେପି ନେତାଙ୍କ ହାତରେ ୨୦୨୪ ନିର୍ବାଚନ ପାଇଁ ଯେତେବେଳେ କୈାଣସି ପ୍ରସଙ୍ଗ ନାହିଁ, ସେଥିପାଇଁ ନୂଆ ନୂଆ ଡ୍ରାମା କରିଚାଲିଛନ୍ତି। 

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛୁ, ସୁପର ମିଛୁଆ, ତାଙ୍କ ଫେକ୍‌ ନ୍ୟୁଜ ଫ୍ୟାକ୍ଟ୍ରୀର ସଦସ୍ୟ ଯେଉଁମାନେ ମିଛ କହି ମହାପାପ କରୁଛନ୍ତି ଓ କାଳିଆ ଠାକୁରଙ୍କୁ ନେଇ ରାଜନୀତି କରୁଛନ୍ତି ସେମାନେ ମହାପ୍ରଭୁଙ୍କ ସାମ୍ନାକୁ ଯାଇ କ୍ଷମା ପ୍ରାର୍ଥନା କରନ୍ତୁ। ମହାପ୍ରଭୁ ଆପଣଙ୍କୁ କ୍ଷମା କରିଦେବେ ବୋଲି ଶ୍ରୀ ଭୃଗୁ ବକ୍ସିପାତ୍ର କହିଛନ୍ତି।

ଅଧିକ ପଢନ୍ତୁ : ବ୍ରେନ୍‌ ଟ୍ୟୁମର କଣ ଓ କାହିଁକି ହୁଏ ? ଜାଣନ୍ତୁ କାରଣ ଓ ହେବା ପୂର୍ବରୁ ଶରୀରରେ ଲକ୍ଷଣ