ମୋଦିଙ୍କୁ କାଉଣ୍ଟର କରି ଜାଣନ୍ତୁ କଣ କହିଲେ ନବୀନ ପଟ୍ଟନାୟକ, ଦେଖନ୍ତୁ ଭିଡିଓ...
 

CM Naveen Patnaik Makes Strong Rebuttal To Pm Modi knwo what he said
 
ମୋଦୀଙ୍କୁ ନବୀନଙ୍କ କାଉଣ୍ଟର

ଓଡ଼ିଆ ଗସିପ୍ ବ୍ୟୁରୋ: ଓଡ଼ିଶାରେ ମୋଦିଙ୍କ ମାରାଥନ ପ୍ରଚାର ବେଳେ ନବୀନ ଓ ରାଜ୍ୟ ସରକାରଙ୍କୁ ପ୍ରଶ୍ନ ପଚାରିବା ସହ ଖୁବ୍ ସମାଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ । ଆଉ ଏବେ ଏହାର କାଉଣ୍ଟର କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଭିଡିଓ ବାର୍ତ୍ତା ମାଧ୍ୟମରେ ନବୀନ ବିଭିନ୍ନ ପ୍ରସଙ୍ଗକୁ ନେଇ ମୋଦିଙ୍କୁ ଯବାବ ଦେବା ସହ ପ୍ରଶ୍ନ ମଧ୍ୟ କରିଛନ୍ତି । ଆସନ୍ତୁ ଜାଣିବା ସେ କ’ଣ କହିଛନ୍ତି?

ଓଡ଼ିଶରେ ବିଜେପି ସରକାର ଗଠନ ନେଇ ମୋଦୀ ଦେଇଥିବା ତାରିଖକୁ କଟାକ୍ଷ କରି ନବୀନ କହିଛନ୍ତି ଜୁନ୍‌ ୧୦ ନୁହେଁ ଆଗାମୀ ୧୦ ବର୍ଷରେ ବି ଓଡ଼ିଶାରେ ଆସିବନି ବିଜେପି ସରକାର। ଓଡ଼ିଶାର ଲୋକ ଜାଣନ୍ତି କିଏ କଣ କରୁଛି, ଏଣୁ ବିଜେପି ଖାଲି ଅଜଥା କଥା କହିବାରେ ଲାଗିଛି।

ଅଧିକ ପଢନ୍ତୁ : ନଖରୁ ଜାଣନ୍ତୁ ଆପଣଙ୍କ ଲିଭର୍ ଠିକ୍‌ ଅଛି କି ନାହିଁ ? ନଖର ରଙ୍ଗ ଏସବୁ ଗମ୍ଭୀର ରୋଗର ଦିଏ ସଙ୍କେତ...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି ‘ ମୋର କଣ ମନେ ଅଛି କି ନାହିଁ ଓଡ଼ିଶାବାସୀ ୨୪ ବର୍ଷ ହେଲା ଜାଣିଛନ୍ତି’ ହେଲେ ପ୍ରଧାନମନ୍ତ୍ରୀ ଓଡ଼ିଶାକୁ କେତେ ମନେ ରଖିଛନ୍ତି ତାହା କୁହନ୍ତୁ। ଓଡ଼ିଆ ଭାଷା ଶାସ୍ତ୍ରୀୟ ଭାଷା ମାନ୍ୟତା ପାଇବା ସତ୍ତ୍ବେ ପ୍ରଧାନମନ୍ତ୍ରୀ ଓଡ଼ିଆ ଭାଷାକୁ ଭୁଲିଗଲେ। ଶାସ୍ତ୍ରୀୟ ଭାଷା ମାନ୍ୟତା ପାଇବା ପରେ ଓଡ଼ିଶାକୁ ଟଙ୍କା ଟିଏ ଦେଲେ ନାହିଁ। 

ସଂସ୍କୃତକୁ ହଜାରେ କୋଟି ଦେଲେ ହେଲେ ଓଡ଼ିଶାକୁ କଣ ହେଲେ। ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ୨ ଥର ପ୍ରସ୍ତାବ ଦେଇଥିଲି କିନ୍ତୁ ମୋ ପ୍ରସ୍ତାବ ଆପଣ ୨ ଥର ପ୍ରତ୍ୟାଖ୍ୟାନ କଲେ। ଏହା କଣ ଆପଣଙ୍କର ଓଡ଼ିଶାକୁ ଭଲ ପାଇବା ବୋଲି ନବୀନ କହିଛନ୍ତି।

ନବୀନ ଆହୁରି ମଧ୍ୟ କହିଛନ୍ତି ଓଡ଼ିଶାରେ ବହୁତ ବରପୁତ୍ର ଅଛନ୍ତି, କେହି ଜଣେ ଆପଣଙ୍କୁ ଭାରତରତ୍ନ ପାଇଁ ଠିକ୍ ଲାଗିଲେନି। ଭାରତରତ୍ନ ଦେଲା ବେଳେ ବିଜୁ ପଟ୍ଟନାୟକଙ୍କୁ ବି ଭୁଲିଗଲେ? ବିଜୁ ବାବାୁ କେବଳ ଓଡ଼ିଶା ନୁହଁନ୍ତି ଦେଶ ଓ ବିଦେଶରେ ମଧ୍ୟ ଭାରତର ଏକ ପରିଚିତ ଚେହେରା ଥିଲେ। ହେଲେ ଆପଣ ଭାରତରତ୍ନ ବାଣ୍ଟିଲା ବେଳେ ଓଡ଼ିଶାର ଏହି ବରପୁତ୍ରଙ୍କୁ ଭୁଲି ଗଲେ। 

ଅଧିକ ପଢନ୍ତୁ : ଏହି ୬ ଟି ଖାଦ୍ୟ ବଢ଼ାଉଛି ଡାଇବେଟିସ୍ ହୋଇଯାଆନ୍ତୁ ସାବଧାନ! ନଚେତ୍... 

ଚାଷୀଙ୍କ ପାଇଁ MSP ଦୁଇଗୁଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ,ତାକୁ ମଧ୍ୟ ଭୁଲିଗଲେ। କୋଷ୍ଟାଲ୍ ହାଇୱେ କରିବାର ଥିଲା, ତାହା ବି ଭୁଲିଗଲେ। କେବଳ ପ୍ରତିଶ୍ରୁତି ଦେଲେ ହେଲେ ତାହା ପୂରଣ ହେଲା ନାହିଁ। କୋଇଲା ରୟାଲଟି ବୃଦ୍ଧି ୧୦ ବର୍ଷ ହେଲା ଭୁଲି ଯାଇଛନ୍ତି। କେବଳ ନିର୍ବାଚନ ସମୟରେ ଓଡ଼ିଶାକୁ ମନେ ପକାଇଲେ କିଛି ଲାଭ ହେବନି’ -୨୦୧୪ ଓ ୨୦୧୯ରେ ନିଜେ ଦେଇଥିବା ପ୍ରତିଶ୍ରୁତି ମନେ ରଖିଛନ୍ତି କି  ବୋଲି ନବୀନ କହିଛନ୍ତି।

ଏଥି ସହିତ ଓଡ଼ିଶାବାସୀ ପ୍ରଧାନମନ୍ତ୍ରୀ କହିଥିବା ଦରଦାମ କମିବା, ବର୍ଷକୁ ୨ କୋଟି ଚାକିରି, ଏଲପିଜି, ପେଟ୍ରୋଲ-ଡିଜେଲ ଦର କମାଇବା, ମୋବାଇଲ କନେକ୍ଟିଭିଟ୍‌ ଦେବା, ଜିଏସଟି ଛାଡ଼ କରିବା ପ୍ରତିଶୃତି ମନେ ରଖିଛନ୍ତି । ଜୁନ ୧୦ରେ ତ ନୁହେଁ ଆଉ ୧୦ ବର୍ଷରେ ବି ବିଜେପି ଓଡ଼ିଶାବାସୀଙ୍କ ହୃଦୟ ଜିତି ପାରିବ ନାହିଁ।ମହାପ୍ରଭୁଙ୍କ ଆଶୀର୍ବାଦ ଏବଂ ଓଡ଼ିଶାବାସୀଙ୍କ ଭଲ ପାଇବା ଯୋଗୁ ବିଜୁ ଜନତା ଦଳ ଷଷ୍ଠ ଥର ଲାଗି ଓଡ଼ିଶାରେ ସରକାର ଗଠନ କରିବ ବୋଲି ନବୀନ କହିଛନ୍ତି।

ଅଧିକ ପଢନ୍ତୁ : ରାହୁଙ୍କ ନକ୍ଷେତ୍ର ପରିବର୍ତ୍ତନ ଯୋଗୁଁ ସତର୍କ ରୁହନ୍ତୁ ଏହି ୬ ରାଶି, ନଚେତ୍ ହେବ ବଡ କ୍ଷତି!