କଂଗ୍ରେସରେ ମାତିଛନ୍ତି କୁଚକ୍ରୀ ଗୋଷ୍ଠୀ: ନିଲମ୍ବିତ ନେତା ଚିରଞ୍ଜୀବ

ନିଲମ୍ବନ ପରେ ମୁହଁ ଖୋଲିଲେ

 

ଓଡ଼ିଆ ଗସିପ୍ ବ୍ୟୁରୋ:  ନିଲମ୍ବନ ପରେ ପ୍ରଦେଶ କଂଗ୍ରେସ କମିଟି ଉପରେ ଜୋରଦାର ବର୍ଷିଛନ୍ତି ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳ। ଗତ ୧୫ ତାରିଖରେ ତାଙ୍କୁ ଏଆଇସିସି କଂଗ୍ରେସରୁ ସସପେଣ୍ଡ କରିଥିଲା। ତାଙ୍କ ସହ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ମଧ୍ୟ ଦଳ ସସପେଣ୍ଡ କରିଥିଲା।

ଅଧିକ ପଢ଼ନ୍ତୁ: ଯୁକ୍ତ ୨ ପାଠ ପଢ଼଼ି କରୁଥିଲେ ରୋଗୀଙ୍କ ଚିକିତ୍ସା, ଏହି ବଡ କଲେଜରୁ ଡିଗ୍ରୀ ହାସଲ କରିଥିବା କହି ଫସିଲେ ନକଲି ଡାକ୍ତର

ଦଳ ବିରୋଧୀ କାର୍ଯ୍ୟ ପାଇଁ ଏହି ଦୁଇ ବରିଷ୍ଠ ନେତାଙ୍କୁ ସସପେଣ୍ଡ କରାଯାଇଥିଲା। ତେବେ ଗତକାଲି ସାମ୍ବାଦିକ ସମ୍ମିଳନୀ ଅସନ୍ତୋଷ ଝାଡ଼ିଛନ୍ତି ଚିରଞ୍ଜୀବ। ଚିରଞ୍ଜୀବ କହିଛନ୍ତି ନିଲମ୍ବନ ସମୟରେ ମୁଁ ଓଡ଼ିଶାରେ ନଥିଲି। ଦୁଇ ଦିନ ତଳେ AICC ନୋଟିସ ପାଇଲି। ମୁଁ ଏକ କଂଗ୍ରେସ ପରିବାରର ସଦସ୍ୟ। ମୋ ଜେଜେବାପା, ବାପା, ଭାଇ ସମସ୍ତେ କଂଗ୍ରେସ ଲୋକ। ବେଇମାନ ପରିବାରର ରକ୍ତ ମୋ ଦେହରେ ନାହିଁ।

ଅଧିକ ପଢ଼ନ୍ତୁ: ଖାଆନ୍ତୁ ‘କୋଳଥ ଡାଲି’, ମିଳିବ ଅନେକ ଫାଇଦା

ମୋ ଜେଜେ ବାପା ପିଲାବେଳେ କଂଗ୍ରେସ ସମ୍ପର୍କରେ ଶିକ୍ଷା ଦେଉଥିଲେ। ପିତା ବସନ୍ତ ବିଶ୍ୱାଳ କଂଗ୍ରେସକୁ ସଂଗଠନ କରିବା ପାଇଁ ଯାହା ଉଦ୍ୟମ କରିଛନ୍ତି ସମସ୍ତଙ୍କୁ ଜଣା। ମୋ ରକ୍ତରେ ବେଈମାନ ନାହିଁ, ପଛରୁ ଛୁରା ଭୁସିବା କାମ କେବେ କରିନାହିଁ। ଜାନକୀ ଓ ବସନ୍ତ ଯୋଡି ସୁବର୍ଣ୍ଣ ଯୁଗ ଆଲୋଚନା ହୋଇଥିଲା। ସେ ସମୟ ଏବଂ ଏବର ସମୟ କୁ ନେଇ କିଛି ଟିପ୍ସଣି ଦେଇଥିଲି। କଂଗ୍ରେସକୁ ସୃଦୁଢ କରିବା ପାଇଁ ମନ୍ତବ୍ୟ ଦେଇଥିଲି। ୯ ରୁ ୯୦ ସ୍ଲୋଗାନ ପୂରଣ କରିବାକୁ ହେଲେ ତଳ ସ୍ତରକୁ କଂଗ୍ରେସ କୁ ଯିବାକୁ ପଡିବ। ଏହି ଉପଦେଶ ଯଦି ଦଳ ବିରୋଧୀ ମୋର କିଛି କହିବାର ନାହିଁ।

ମୋର ବକ୍ତବ୍ୟ ପାଇଁ କଂଗ୍ରେସ ଝାରସୁଗୁଡାରେ ୪ ହଜାର ଭୋଟ ପାଇଲା ବୋଲି କଂଗ୍ରେସର କିଛି ନେତା କହିଲେ। ତେବେ ଧାମନଗର ଓ ପଦ୍ମପୁରରେ କାହିଁକି ଭୋଟ ହାର କମିଲା ସେଥିପାଇଁ ଦାୟୀ କିଏ। ୨୦୧୪ ରେ କଂଗ୍ରେସ 16% ଭୋଟ ପାଇଥିଲା ଏବଂ ସବୁ ଉପ ନିର୍ବାଚନରେ ଭୋଟ ହାର କମିଲା। କେବଳ ମୋ ଜିଲ୍ଲାର ତିର୍ତ୍ତୋଳ ନିର୍ବାଚମଣ୍ଡଳୀରେ ଉପନିର୍ବାଚନରେ ଭଲ ପ୍ରଦର୍ଶନ କରିଥିଲା କଂଗ୍ରେସ। ଜଗତସିଂହପୁର ଏନଏସି ରେ କଂଗ୍ରେସ ଜିତିଥିଲା। କଂଗ୍ରେସ ରେ ଯଦି ସୁଚିନ୍ତିତ ମତାମତ ଶୁଣିବାରେ ଧର୍ଯ୍ୟ ନାହିଁ ତେବେ ଦଳ ଆଗକୁ ବଢ଼ିବା ସମ୍ଭବନ ନୁହେଁ।

ଅଧିକ ପଢ଼ନ୍ତୁ: ଭୁବନେଶ୍ୱର ପାଇଁ ଭିଡ଼ାଭିଡ଼ି ହେଉଛନ୍ତି କି ଅପରାଜିତା- ଶ୍ରୀମୟୀ? ଟ୍ୱିଟରରେ ଚାଲିଛି ୱାର

ଜାନକୀ ବସନ୍ତ ଯୋଡିଙ୍କ କାର୍ଯ୍ୟକ୍ରମ କୁ ଇର୍ଷା କରୁଛନ୍ତି କିଛି ଲୋକ। ମୁଁ କଂଗ୍ରେସ ର ଶୃଙ୍ଖଳିତ କର୍ମୀ। ଦଳରୁ ନିଲମ୍ବନ କରିବା ମତେ ଗଭୀର ଆଧାର ଦେଇଛି। ମୋତେ ଓ ମୋ ପରିବାରକୁ କଂଗ୍ରେସଠାରୁ ଦୂରରେ ରଖି ଯଦି ଦଳ ନିର୍ବାଚନରେ ଭଲ ପ୍ରଦର୍ଶନ କରିବ ବୋଲି ଭାବୁଛି ତେବେ ଭଲ କଥା। ମୁଁ ସ୍ୱାଭିମାନୀ ବ୍ୟକ୍ତି ଅଟେ କାର୍ଯ୍ୟାନୁଷ୍ଠାନକୁ ଡରୁନି। ଜଗତସିଂହପୁରର କଂଗ୍ରେସ ଲୋକ ସବୁବେଳେ ମୋ ସହିତ ଅଛନ୍ତି। ଏଥିସହିତ ଚିରଞ୍ଜୀବ ଗେହଲଟ ଓ ପାଇଲଟ ଉଦାହରଣ ଦେଇଛନ୍ତି।

ସେ କହିଛନ୍ତି ଗେହଲଟ ଏବଂ ପାଇଲଟ ବିବାଦଠୁ କଣ ମୋ ବିବାଦ ବଡ଼। ରାଜସ୍ଥାନ ବିବାଦକୁ ଉଚ୍ଚ ସ୍ତରରେ ଆଲୋଚନା କରାଯାଇ ସମାଧାନ କରାଗଲା ହେଲେ ମୋତେ ଟାର୍ଗେଟ କରାଯାଇ ଦଳରୁ ବାହାର କରିବାକୁ ଷଡ଼ଯନ୍ତ୍ର କରାଯାଉଛି। ଆଗାମୀ ନିର୍ବାଚନରେ ମୁଁ ନିର୍ବାଚନ ନିଶ୍ଚୟ ଲଢ଼ିବି। କଂଗ୍ରେସ ହେଉ ବା ସ୍ୱାଧୀନ ନିର୍ବାଚନ ଲଢ଼ିବା ଥୟ। ଶୁଭେଚ୍ଛୁ, କର୍ମୀଙ୍କ ମତାମତ ନେଇ ପରବର୍ତ୍ତୀ କାର୍ଯ୍ୟପନ୍ଥା ନେବି ବୋଲି କହିଛନ୍ତି ଚିରଞ୍ଜୀବ।