ପ୍ରେମିକା ଏହି ଉପହାର ନ ନେବାରୁ ବିଷ ପିଇଦେଲେ ପ୍ରେମିକ, ଭିଡିଓ ରେକର୍ଡିଂ କରି ପଠାଇଲା ହ୍ବାଟ୍‌ସ-ଆପ୍‌କୁ 
 

Youth kills self for his lover in Balasore of Odisha
 
 
ପ୍ରେମିକା ପାଇଁ ବିଷ ପିଇ ଜୀବନ ହାରିଲେ ଯୁବକ 

ଓଡ଼ିଆ ଗସିପ୍ ବ୍ୟୁରୋ: ପ୍ରେମ ପାଇଁ ଗୋଟିଏ ନିରୀହ ଜୀବନ ଚାଲିଯାଇଛି। ଉପହାର ଗ୍ରହଣ ନକରିବା ଏବଂ କଥାବାର୍ତ୍ତା ନହେବା ଫଳରେ ଜଣେ ଯୁବକ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ତେବେ ବିଚଳିତ କଲାଭଳି କଥା ହେଲା; ଯୁବକ ଜଣକ ମୋବାଇଲ୍‌ରେ ବିଷ ପିଇବାର ଭିଡିଓ ରେକର୍ଡିଂ କରି ତାଙ୍କ ପ୍ରେମିକାଙ୍କ ହ୍ବାଟ୍‌ସ-ଆପ୍‌କୁ ପଠାଇଛନ୍ତି। 

ସୂଚନାମୁତାବକ, ଯୁବକ ସାତଦିନ ପୂର୍ବରୁ ବିଷ ପିଇ ଅସୁସ୍ଥ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । କିନ୍ତୁ ୭ଦିନ ପରେ ଗତକାଲି ତାଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ; ବାଲେଶ୍ବର ଜିଲ୍ଲା ଖଇରା ଥାନା ନହଙ୍ଗ ଗ୍ରାମ ମହାଳିକ ସାହିର ଗୟାଧର ମହାଳିକଙ୍କ ଏକମାତ୍ର ପୁଅ କମଳାକାନ୍ତ ବେଙ୍ଗାଲୁରୁର ଏକ କମ୍ପାନିରେ କାମ କରନ୍ତି। କିଛିଦିନ ତଳେ ସେ ଗାଁ’କୁ ଆସିଥିଲେ। 

ଅଧିକ ପଢ଼ନ୍ତୁ: ଲିଭର ସୁସ୍ଥ ରହିଲେ ମିଳିବ ଅନେକ ରୋଗରୁ ରକ୍ଷା, ଜାଣନ୍ତୁ ଲିଭରକୁ ସଫା କରିବାର ୭ଟି ଉପାୟ

ଗତ ୨୬ ତାରିଖ ଦିନ ସକାଳେ ୩ ବର୍ଷ ଧରି ପ୍ରେମ କରୁଥିବା ସ୍ଥାନୀୟ ଜଣେ ଯବତୀଙ୍କୁ କମଳାକାନ୍ତ ଏକ ମୋବାଇଲ୍‌ ଉପହାର ଦେବାକୁ ଯାଇଥିଲେ। ହେଲେ ଯୁବତୀ ଜଣକ କୌଣସି କାରଣ ପାଇଁ ତାକୁ ଗ୍ରହଣ କରି ନଥିଲେ। ଏମିତି କି ପରେ ସେ କଥାବାର୍ତ୍ତା ମଧ୍ୟ ବନ୍ଦ କରିଦେଇଥିଲେ। ଫଳରେ କମଳାକାନ୍ତ ମାନସିକ ଭାରସାମ୍ୟ ହରାଇବସିଥିଲେ। ଏହିସବୁ ସେବ ସହି ନପାରି ଚିନ୍ତା ଶକ୍ତି ହରାଇ, ସେପ୍ଟେମ୍ବର ୨୭ରେ ଏକ ଚରମ ନିଷ୍ପତ୍ତି ନେଇ ଆତ୍ମହତ୍ୟା କରିବା ପାଇଁ ବିଷ ପିଇ ଥିଲେ ।

ଅଧିକ ପଢ଼ନ୍ତୁ: ବ୍ରେନକୁ ଭିତରୁ ଦୁର୍ବଳ କରୁଛି ଏହି ୫ଟି ଖରାପ ଅଭ୍ୟାସ, ଆଜି ହି ଛାଡ଼ନ୍ତୁ, ନଚେତ୍ ହେବ ଏହି ଗମ୍ଭୀର ରୋଗ

କମଳାକାନ୍ତ ବିଷ ପିଇବା ସମୟରେ ମୋବାଇଲରେ ଏକ ଭିଡିଓ କରି ପ୍ରେମିକାଙ୍କ ହ୍ୱାଟ୍ସଆପକୁ ପଠାଇଥିଲେ । ଯୁବକ ଜଣଙ୍କ ବିଷ ପିଇବାର ଜାଣି ପରିବାର ଲୋକ ସାଙ୍ଗେ ସାଙ୍ଗେ ଖଇରାର ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଅବସ୍ଥା ଗୁରୁତର ଥିବାରୁ ସେଠାରୁ କଟକର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଦୁର୍ଭାଗ୍ୟବଶତଃ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ସେ ଆଖି ବୁଜିଥିଲେ । ତେବେ ପୁଅର ମୃତ୍ୟୁ ପାଇଁ ପରିବାର ଲୋକେ ଯୁବତୀଙ୍କୁ ଦାୟୀ କରିଛନ୍ତି ।

ଅଧିକ ପଢ଼ନ୍ତୁ: ରେସ୍ତୋରାଁ ଉପରେ ଆକସ୍ମିକ ଚଢ଼ାଉ, ଆପତ୍ତିଜନକ ଅବସ୍ଥାରେ ୨୦ଜଣ ଯୁବକ ଓ ଯୁବତୀଙ୍କୁ ଧରିଲା ପୁଲିସ