ଶ୍ରାବଣ ମାସରେ ସାପ ଭୟ: ସର୍ପାଘାତରୁ ବର୍ତ୍ତିବାକୁ ସ୍ୱାସ୍ଥ୍ୟ ବିଭାଗର ଗାଇଡ୍ ଲାଇନ୍ସ

ରାଜ୍ୟର ସବୁ ମେଡିକାଲରେ ମିଳିବ ସାପ କାମୁଡ଼ା ଔଷଧ 

 

ଓଡ଼ିଆ ଗସିପ୍ ବ୍ୟୁରୋ: ରାଜ୍ୟରେ ବଢ଼ି ଚାଲିଛି ସର୍ପାଘାତ ମୃତ୍ୟୁ । ଚିନ୍ତାରେ ସରକାର । ଗାଇଡ୍ ଲାଇନ୍ ଜାରି କରି ଲୋକଙ୍କୁ ସଚେନତ କରାଉଛି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ । ଖାସ୍ କରି କେନ୍ଦୁଝରର ଏକ ଘରୋଇ କୋଚିଂ ସେଣ୍ଟରରେ ୩ ଛାତ୍ରଛାତ୍ରୀଙ୍କ ଜୀବନ ଯିବା ପରେ ଚେତିଛି ପ୍ରଶାସନ ।

ଅଧିକ ପଢ଼ନ୍ତୁ : ଦେଖନ୍ତୁ ଭିଡ଼ିଓ : ସ୍ୱାମୀଙ୍କୁ ଛାଡି ଆସିଥିଲି, କେବଳ ମୋ ଦେହ ପାଇଁ ମତେ ଡାକିଥିଲେ ପ୍ରେମିକ ବିଶ୍ୱଜିତ

ଗାଇଡ୍‌ଲାଇନ୍‌ରେ ସବୁ ସିଡିଏମ୍ଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, ସ୍କୁଲକୁ ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ ଟିମ୍ ପଠାଇ ସର୍ପାଘାତ ସଂପର୍କରେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ସଚେତନ କରାଅ । ହଷ୍ଟେଲଗୁଡ଼ିକୁ ବେଙ୍ଗ ଓ ମୂଷାମୁକ୍ତ ରଖ ।

ସାପ କାମୁଡ଼ିଲେ ପ୍ରାଥମିକ ଚିକିତ୍ସା କିପରି ହେବ, ସେନେଇ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ନିଦ୍ଦର୍ଦଶାବଳୀରେ କୁହାଯାଇଛି । ଏ ସମ୍ପର୍କରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି,କିଛି ଦିନ ହେଲା ରାଜ୍ୟରେ ସାପକାମୁଡ଼ା ରୋଗୀ ସଂଖ୍ୟା ବଢ଼ିଛି । ସାପ କାମୁଡ଼ା ପରେ ୬୦ ମିନିଟ୍ ହେଉଛି ଗୋଲ୍ଡେନ ଆୱାର । ଏହି ସମୟକୁ ଗୁଣି ଗାରେଡିରେ ସମୟ ନଷ୍ଟ ନକରି ରୋଗୀଙ୍କୁ ତୁରନ୍ତ ଡାକ୍ତରଖାନାକୁ ନେଲେ, ରୋଗୀର ଜୀବନ ବଞ୍ଚାଯାଇପାରିବ । ଅନ୍ୟପକ୍ଷରେ ପ୍ରତିଦିନ କେତେ ସାପ କାମୁଡ଼ା ରୋଗୀ ହସପିଟାଲକୁ ଆସୁଛନ୍ତି ସେ ସଂପର୍କରେ ତଥ୍ୟ ଦେବାକୁ ସିଡିଏମଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଅଧିକ ପଢ଼ନ୍ତୁ : କିଏ ଦେଲା ପ୍ରଶାନ୍ତ ଜଗଦ୍ଦେବଙ୍କୁ ପେଟ୍ରୋଲ ପମ୍ପ, ଦେଖନ୍ତୁ ବିଜେପି ସହ ଡିଲ ବେଳର ସାଙ୍ଘାତିକ ଭିଡିଓ...

 ରାଜ୍ୟରେ ବଢୁଥିବା ସର୍ପାଘାତ ମୃତ୍ୟୁ ରୋକିବାକୁ ଜନସ୍ୱାସ୍ଥ୍ୟ ବିଭାଗ ଜାରି କରିଛି ଗାଇଡଲାଇନ। ଗାଇଡଲାଇନ ପାଳନ କରିବାକୁ ସବୁ ସିଡିଏମ୍ଓଙ୍କୁ ଜନସ୍ୱାସ୍ଥ୍ୟ ବିଭାଗ ଚିଠି କରି ନିର୍ଦ୍ଦେଶ ଦେଇଛି। ରାଜ୍ୟର ସବୁ ମେଡିକାଲ (ଡିଏଚ୍‌ଏଚ୍,ଏସ୍‌ଡିଏଚ୍‌, ସିଏସ୍‌ସି, ପିଏଚ୍‌ସି)ରେ ଔଷଧ ଓ ଟେଷ୍ଟିଂ ମାଗଣାରେ ଉପଲବ୍ଧ ହେବ । ସବୁ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଣ୍ଟିଭେନମ୍ ମହଜୁଦ ରଖିବାକୁ ନିର୍ଦ୍ଦେଶରେ କୁହାଯାଇଛି।

ମେଡିକାଲକୁ ଆସୁଥିବା ସର୍ପାଘାତ ରୋଗୀଙ୍କ ତଥ୍ୟ ପ୍ରତିଦିନ ବିଭାଗକୁ ପଠାଇବେ। ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ ଟିମ୍ ପ୍ରତି ସ୍କୁଲକୁ ଯାଇ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇବେ। ହଷ୍ଟେଲରେ ମୂଷା, ବେଙ୍ଗ ନ ପଶିବେ ସେଥିପ୍ରତି ଧ୍ୟାନ ଦେବାକୁ ବୁଝାଇବେ। ଏବାବଦରେ ସମସ୍ତ ଫିଲ୍ଡ କର୍ମଚାରୀଙ୍କୁ ସଚେତନ କରି ସାପକାମୁଡ଼ା ରୋଗୀଙ୍କୁ ଡାକ୍ତରଖାନା ଆଣିବା ଓ ଚିକିତ୍ସା କରିବା ନିମନ୍ତେ କହିବେ।

ଅନ୍ୟପଟେ ଅନେକ ସ୍ଥାନରେ ସାପକାମୁଡ଼ା ମୃତ୍ୟୁ ଗୁଣି ଗାରେଡ଼ି ପାଇଁ ଅଧିକ ରହୁଛି। ସଚେତନତା ଅଭାବରୁ ଲୋକେ ଡାକ୍ତରଖାନା ବଦଳରେ ଗୁଣିଆଙ୍କ ପାଖକୁ ନିଜ ପିଲାମାନଙ୍କୁ ନେଇଯାଉଛନ୍ତି। ଯାହାପାଇଁ ପିଲାଙ୍କ ଜୀବନ ଚାଲିଯାଉଛି। ଯାହାକୁ ନେଇ ଲୋକମାନଙ୍କୁ ସଚେତନ କରାଯିବ। ସାଧାରଣ ସଭା ଓ ବୈଠକ ସ୍ଥଳରେ ଲୋକଙ୍କୁ ବିଷାକ୍ତ ସାପ ଓ ସାପକାମୁଡ଼ା ଚିକିତ୍ସା ନେଇ ସେଚତନ କରାଯିବ। ସ୍ଥାନୀୟ ସ୍ନେକ୍‌ ହେଲ୍‌ପ ଲାଇନ୍‌ ସହ ଯୋଗ ସୂତ୍ର ରଖି ବିଷାକ୍ତ ସାପକୁ ଚିହ୍ନଟ କରିବା ସହ ଆବଶ୍ୟକ ସଚେତନତା କରିବାକୁ ସରକାର ଯୋଜନା କରିଛନ୍ତି। କେଉଁ ସାପ ବିଷଧର ଓ କିଏ ବିଷଧର ନୁହେଁ ଲୋକଙ୍କୁ ସେଚତନ କରାଇବାର ବ୍ୟବସ୍ଥା କରିଯାଉଛି।

ଅଧିକ ପଢ଼ନ୍ତୁ : ଏବେ ମନଭରି ଯୌନସୁଖ ଦେବ AI ରୋବଟ୍‌, ଆଉ ଦରକାର ହେବେନି ପାର୍ଟନର

ବିନା ତାଲିମ ପ୍ରାପ୍ତ କର୍ମଚାରୀଙ୍କ ଦ୍ୱାରା ଯେପରି କୌଣସି ଠାରେ ସାପକାମୁଡ଼ା ରୋଗୀଙ୍କ ଚିକିତ୍ସା ନହୁଏ ସେଥିପାଇଁ ଧ୍ୟାନ ରଖାଯିବ। କାହାକୁ ସାପୁ କାମୁଡ଼ିଥିଲେ ଉକ୍ତ ଲୋକ ମେଡିକାଲ ପହଞ୍ଚିବା ପରେ ଉପସ୍ଥିତ ଡାକ୍ତର ଓ କର୍ମଚାରୀ ଆବଶ୍ୟକ ଚିକିତ୍ସା କରିବେ। ରୋଗୀର ସ୍ୱାସ୍ଥ୍ୟକୁ ନଜରରେ ରଖି ଆବଶ୍ୟକ ସ୍ଥଳେ ଉପରିସ୍ଥ ହସ୍ପିଟାଲକୁ ରେଫର କରିବେ ବୋଲି ଜନସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶରେ କୁହାଯାଇଛି।

ସୂଚନା ଥାଉ କି ୨୦୨୧-୨୨ରେ ୮୪୪ ଲୋକଙ୍କର ସାପକାମୁଡ଼ାରେ ମୃତ୍ୟୁ ହୋଇଛି। ବିଗତ ବର୍ଷମାନଙ୍କରେ ମଧ୍ୟ ଏହି ୮୦୦ ଉପରେ ରହୁଛି। ତେଣୁ ଏହି ମୃତ୍ୟୁ ସଂଖ୍ୟାକୁ ହ୍ରାସ କରିବା ବର୍ତ୍ତମାନ ରାଜ୍ୟ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ସାଜିଛି। ରାଜ୍ୟରେ ପ୍ରାୟ ୮୦ ପ୍ରଜାତିର ସାପ ଅଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୮-୧୦ ପ୍ରକାର ବିଷଧର ବା ଜୀବନହାନୀକାରୀ। ଏହି ସାପଙ୍କ ମଧ୍ୟରେ ନାଗ, ତମ୍ପ, ଚିତି, ଅହିରାଜ, ରଣା, ଚନ୍ଦନ ବୋଡ଼ା, ଡାଳୁଆ ବୋଡ଼ା ଓ ଧୁଳିଆ ବୋଡ଼ା ଭଳି ପ୍ରଜାତିର ସାପ ଅତି ମାରତ୍ମକ।