୪୨ ଜଣ ଓଏଏସ ଅଧିକାରୀଙ୍କୁ ବିଡିଓ ଭାବେ ବଦଳି, ଜାଣନ୍ତୁ କେଉଁ ଅଧିକାରୀ କେଉଁଠି ପାଇଲେ ନିଯୁକ୍ତି 
 

Reshuffle at OAS level 42 officers in various districts OF Odisha have been transferred
 
୪୨ ଜଣ ଓଏଏସ ଅଧିକାରୀଙ୍କୁ ବିଡିଓ ଭାବେ ବଦଳି
 

ଓଡ଼ିଆ ଗସିପ୍ ବ୍ୟୁରୋ: ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧିନରେ ଓଏଏସ ଅଧିକାରୀ ସ୍ତରରେ ଗତକାଲି ବ୍ୟାପକ ବଦଳି କରାଯାଇଛି । ମୋଟ ୪୨ ଜଣ ଓଏଏସ ଅଧିକାରୀଙ୍କୁ ବିଭିନ୍ନ ଜିଲ୍ଲାକୁ ବିଡିଓ ଭାବେ ବଦଳି କରାଯାଇଥିବା ବେଳେ ୯ ଜଣ ଅଧିକାରୀଙ୍କୁ ପଞ୍ଚାୟତିରାଜ ବିଭାଗରୁ ଅନ୍ୟତ୍ର ବଦଳି କରାଯାଇଛି । ଏନେଇ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଅଧିକ ପଢ଼ନ୍ତୁ: ଘରେ ଛାଡିବା ବାହାନାରେ ଶାଳିକୁ ମଦ ପିଆଇ ୪ସାଙ୍ଗ ସହ ମିଶି ଭିଣେଇ କଲା ଦୁଷ୍କର୍ମ, ରାତିସାରା ଚେତାଶୂନ୍ୟ...

ବିଜ୍ଞପ୍ତି ଅନୁଯାୟୀ ବ୍ୟାସନଗର ତହସିଲଦାର ଥିବା ଅଶୋକ କୁମାର ମାଝୀଙ୍କୁ କୋରେଇ ବିଡିଓ ଭାବେ ନୂଆ ଦାୟିତ୍ୱ ମିଳିଛି । ସେହିପରି ମୋରଡା ବିଡିଓ ଜୟକୃଷ୍ଣ ପାତ୍ରଙ୍କୁ ଝାରବନ୍ଧ ବିଡିଓ ଭାବେ, କେସିଙ୍ଗା ବିଡିଓ ପ୍ରଫୁଲ୍ଲ କୁମାର ଓଡୁଙ୍କୁ ପାଇକମାଳ ବିଡିଓ, ଲକ୍ଷ୍ମୀପୁର ବିଡିଓ ପ୍ରୀତିରଞ୍ଜନ ରଥଙ୍କୁ ଉମରକୋଟ ବିଡିଓ ଭାବେ ବଦଳି କରାଯାଇଛି । ତାଲିକାରେ ମୋଟ ୪୨ ଜଣଙ୍କ ନାମ ରହିଛି ।

ଅଧିକ ପଢ଼ନ୍ତୁ: ଚାକିରୀରୁ ଅବସର ପୂର୍ବରୁ ଭି ଆର ଏସ ନେଲେ DGP B K Ravi ହେଲେ କାହିଁକି ? ଜାଣନ୍ତୁ ଅସଲ କାରଣ...

ଅନ୍ୟପକ୍ଷରେ ବଙ୍ଗମୁଣ୍ଡା ବିଡିଓ ବାବେ କାର୍ଯ୍ୟରତ ରିପୁନାଥ ସୁନାଙ୍କୁ ସମ୍ବଲପୁର ମହାନଗର ନିଗମର ଡେପୁଟି କମିଶନର ଭାବେ ନୂଆ ଦାୟିତ୍ୱ ମିଳିଛି । ସେହିପରି ସୋହେଲା ବିଡିଓ ବିଶ୍ୱ ରଞ୍ଜନ କରଙ୍କୁ ଆନନ୍ଦପୁର ତହସିଲଦାର, ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାୟରେ ଡେପୁଟି ଜିଲ୍ଲାପାଳ ଭାବେ କାର୍ଯ୍ୟରତ ବିଶ୍ୱ ରଞ୍ଜନ କରଙ୍କୁ ଛତ୍ରପୁର ତହସିଲଦାର, ଦିଗପହଣ୍ଡି ତହସିଲଦାର ସିପକ ପାତ୍ରଙ୍କୁ ବିଡିଏ ଲ୍ୟାଣ୍ଡ ଅଫିସର ଭାବେ ବଦଳି କରାଯାଇଛି । 

ଅଧିକ ପଢ଼ନ୍ତୁ: ଲିଭର ସୁସ୍ଥ ରହିଲେ ମିଳିବ ଅନେକ ରୋଗରୁ ରକ୍ଷା, ଜାଣନ୍ତୁ ଲିଭରକୁ ସଫା କରିବାର ୭ଟି ଉପାୟ

ସେହିପରି ବିଜେପୁର ଏନଏସିରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ରାଜେଶ ଏକ୍କାଙ୍କୁ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଡେପୁଟି କଲେକ୍ଟେର ଭାବେ ବଦଳି କରାଯାଇଛି।

ଅଧିକ ପଢ଼ନ୍ତୁ: ବ୍ରେନକୁ ଭିତରୁ ଦୁର୍ବଳ କରୁଛି ଏହି ୫ଟି ଖରାପ ଅଭ୍ୟାସ, ଆଜି ହି ଛାଡ଼ନ୍ତୁ, ନଚେତ୍ ହେବ ଏହି ଗମ୍ଭୀର ରୋଗ