ଝିଅକୁ ଦେଖା କରି ଫସିଲେ ଯୁବକ, ଦେଖା କରିବାକୁ ଆସିଥିବା ବେଳେ ଘରେ ଲାଗି ଗଲା ନିଆଁ, ଆଉ ତା ପରେ...
 

Rescue of minor in half-burnt
 
ଝିଅକୁ ଦେଖା କରି ଫସିଲେ ଯୁବକ
 

ଓଡ଼ିଆ ଗସିପ୍ ବ୍ୟୁରୋ:ଘରେ ନିଆଁ ଲାଗିବାରୁ ପୋଡି ହୋଇ ନାବାଳିକା ଗୁରୁତର ହୋଇଛନ୍ତି। ଶରୀରର ୮୦ ପ୍ରତିଶତ ପୋଡି ଯାଇଥିବା ବେଳେ ଚିକିତ୍ସା ନିମନ୍ତେ ବାରିପଦା ସ୍ଥିତ ପିଆରଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଅଧିକ ପଢନ୍ତୁ : ୨୦୨୪ ରେ ଏହି ୫ ରାଶିର ଲୋକଙ୍କ ବଦଳିବ ଭାଗ୍ୟ, ବର୍ଷ ସାରା ଖାଲି ଟଙ୍କା ହିଁ ଟଙ୍କା!

ସୂଚନା ଅନୁଯାୟୀ, ଖୁଣ୍ଟା ଥାନା ଅଞ୍ଚଳର ଜୈନିକା ନାବାଳିକାକୁ ଯୁବକ ଜଣକ ପ୍ରେମ ଜାଲରେ ଫସାଇଥିଲେ। ତେବେ ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ୩ଟା ସମୟରେ ଲୁଚିକି ଘରେ ଝିଅକୁ ଦେଖା କରିବାକୁ ଆସିଥିଲା। ଉକ୍ତ ସମୟରେ ଘରେ ନିଆଁ ଲାଗି ଯିବାରୁ ନାବାଳିକା ଜଣକ ପୋଡି ହୋଇ ଜୋରରେ ପାଟି କରିଥିଲା। ଉକ୍ତ ସମୟରେ ପରିବାର ଓ ସ୍ଥାନୀୟ ଲୋକେ ମାନେ ନାବାଳିକାକୁ ଉଦ୍ଧାର କରିଥିଲେ।

ଅଧିକ ପଢନ୍ତୁ :ବୁଧଙ୍କ ବକ୍ରୀ ଚଳନ: ବର୍ଷର ଶେଷ ମାସରେ ଚମକିବ ଏହି ୪ ରାଶିଙ୍କ ଭାଗ୍ୟ, ଜାଣନ୍ତୁ କେମିତି କଟିବ ଡିସେମ୍ବର ମାସ 

ଯୁବକ ଜଣଙ୍କ ବର୍ତ୍ତି ଯାଇଥିବା ବେଳେ ନାବାଳିକା ନିଆଁରେ ପୋଡି ହେବାରୁ ପ୍ରାୟତଃ ୮୦ ପ୍ରତିଶତ ଶରୀର ପୋଡି ଯାଇଥିବାର ସୂଚନା ରହିଛି। ତେବେ ପ୍ରେମିକ ଯୁବକ ଜଣକ ପ୍ରମାଣ ନଷ୍ଟ କରିବା ପାଇଁ ନାବାଳିକାକୁ ହତ୍ୟା ଉଦ୍ୟମ କରିଥିବାର ପରିବାର ଲୋକେ ଅଭିଯୋଗ କରିଛନ୍ତି। 

ଅଧିକ ପଢନ୍ତୁ :ଆର୍ଥିକ ସମସ୍ୟା, ସ୍ୱାସ୍ଥ୍ୟରେ ଅବନତି ସହ ପାରିବାରିକ ଅଶାନ୍ତି ଲାଗି ରହିବ, ପଢନ୍ତ ଆଜିର ରାଶିଫଳ 

ପରିବାର ଲୋକେ ଯୁବକକୁ ଧରି ସ୍ଥାନୀୟ ଖୁଣ୍ଟା ଥାନା ପୁଲିସର ଜିମା ଦେଇଥିବାର ସୂଚନା ରହିଛି। ନିଆଁରେ ପୋଡି ହୋଇ ନାବାଳିକାର ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ଚିକିତ୍ସା ଜାରି ରହିଛି।

ଅଧିକ ପଢନ୍ତୁ :୨୦୨୪ ଆରମ୍ଭରେ ରାଶି ପରିବର୍ତ୍ତନ କରିବେ ମଙ୍ଗଳ, ୩ ରାଶିଙ୍କ ଫିଟିବ ଭାଗ୍ୟ, ହେବ ଆକସ୍ମିକ ଧନ ଲାଭ