୪୨ ହଜାର ୨୮୧ ଲୋକଙ୍କୁ ମିଳିବ ନିଯୁକ୍ତି, ୮୫ହଜାର କୋଟି ଟଙ୍କାର ଶିଳ୍ପ ପ୍ରକଳ୍ପକୁ HLCର ଅନୁମୋଦନ
 

Odisha Govt Approves 12 Key Industrial Projects Worth Rs 84918 Cr
 
 
୧୨୧ଟି ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ଅନୁମୋଦନ 
 

ଓଡ଼ିଆ ଗସିପ୍ ବ୍ୟୁରୋ: ରାଜ୍ୟରେ ୧୨ଟି ଶିଳ୍ପ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ହାଇ ଲେବୁଲ୍‌ କ୍ଲିୟରାନ୍ସ ଅଥରିଟି(HLC) ଅନୁମୋଦନ ପ୍ରଦାନ କରିଛି। ଏହି ୧୨୧ଟି ପ୍ରକଳ୍ପଗୁଡ଼ିକ ପ୍ରତିଷ୍ଠା ହେବା ପାଇଁ ୮୪,୯୧୮.୭୫ କୋଟିର ପୁଞ୍ଜି ବିନିଯୋଗ ହେବ। ଏତି ସହିତ ବିଭିନ୍ନ କ୍ଷେତ୍ରରେ ୪୨,୨୮୧ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଏହି ୧୨ଟି ବୃହତ ଶିଳ୍ପ ପ୍ରକଳ୍ପ ଗୁଡିକ ରାଜ୍ୟର କଟକ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡା, ମାଲକାନଗିରି, ରାୟାଗଡା, ସମ୍ବଲପୁର ଏବଂ ସୁନ୍ଦରଗଡ ଜିଲ୍ଲାରେ ପ୍ରତିଷ୍ଠା କରାଯିବ।

ଅଧିକ ପଢନ୍ତୁ : ଏହି ରାଶି ଲୋକଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଚିନ୍ତାରେ ପଡ଼ିବା ସହ ଅଧିକା ଖର୍ଚ୍ଚାନ୍ତ ହେବେ! ପଢନ୍ତୁ ରାଶିଫଳ 

ରାଜ୍ୟ ସରକାରଙ୍କ ହାଇ ଲେବୁଲ୍‌ କ୍ଲିୟରାନ୍ସ ଅଥରିଟିର ଅନୁମୋଦନ ପାଇଥିବା ଏହି ବୃହତ ପ୍ରକଳ୍ପ ଗୁଡିକ ମଧ୍ୟରେ ଗ୍ରୀନ୍ ହାଇଡ୍ରୋଜେନ୍ ଏବଂ ଗ୍ରୀନ୍ ଆମୋନିଆ, ଇସ୍ପାତ, ଶକ୍ତି ଏବଂ ନବୀକରଣ ଶକ୍ତି, ରାସାୟନିକ ଏବଂ ପେଟ୍ରୋ ରାସାୟନିକ ଡାଉନଷ୍ଟ୍ରିମ୍‌ ସେକ୍ଟର ପରି ଶିଳ୍ପ ରହିଛି।

ଅଧିକ ପଢନ୍ତୁ : ନଭେମ୍ବର ୨୭ ରେ ବୁଧ ଗୋଚର ଫଳରେ ବଦଳିଯିବ ଏହି ୨ଟି ରାଶି ଲୋକଙ୍କ ଭାଗ୍ୟ !

କେନ୍ଦ୍ରାପଡ଼ାରେ ଗ୍ରୀନ୍‌ ଆମୋନିଆ ଉତ୍ପାଦନ ୟୁନିଟ ପ୍ରତିଷ୍ଠା ହେବ। ‘Welspun New Energy Ltd’ କେନ୍ଦ୍ରାପଡାରେ ୧୩,୮୦୦ କୋଟି ନିବେଶ କରିବ। ଏଥିର ୧୦୦୦ଲୋକଙ୍କୁ ନିଯୁକ୍ତି ମିଳିବ। ସେହିପରି ଗୋପାଳପୁରରେ ବି ଗ୍ରୀନ୍‌ ଆମୋନିଆ ଉତ୍ପାଦନ ୟୁନିଟ ‘Sembcorp Green Hydrogen India Private Limited’ ପ୍ରତିଷ୍ଠା କରିବ। 

ଅଧିକ ପଢନ୍ତୁ :ଡିସେମ୍ବରରେ ଏହି ୪ଟି ବଡ଼ ଗ୍ରହର ଚଳନ, ଫଳରେ ଏହି ରାଶି ଲୋକଙ୍କ ଜୀବନରେ ହେବ ବଡ଼ ପରିବର୍ତ୍ତନ

ଏଥିରେ ୧୩ହଜାର କୋଟି ନିବେଶ କରାଯାଉଥିବା ବେଳେ ୧୨୫୦ ଲୋକଙ୍କୁ ନିଯୁକ୍ତି ମିଳିବ। ଢେଙ୍କାନାଳରେ ଟାଟା ଷ୍ଟିଲ ୧୦,୩୫୧ କୋଟି ନିବେଶ କରିବ। ଯାଜପୁର କଳିଙ୍ଗନଗରରେ BMW କରିବ ୧୦୯୪ କୋଟି, ସୁନ୍ଦରଗଡ଼ରେ NTPC ସୁପର ଥର୍ମାଲ ପାଓ୍ବାର ପ୍ଲାଣ୍ଟ ପ୍ରତିଷ୍ଠା କରିବ। ସୁପର ଥର୍ମାଲ ପାଓ୍ବାର ପ୍ଲାଣ୍ଟ ପାଇଁ ୯,୨୦୮ କୋଟି ନିବେଶ ହେବ ।

ଅଧିକ ପଢନ୍ତୁ :ଜଙ୍ଗଲରେ ଉଲଗ୍ନ ଅବସ୍ଥାରେ ବିଧବା ମହିଳାଙ୍କୁ ପଥରରେ ଛେଚି ବୀଭତ୍ସ ହତ୍ୟା