ସାପ ଚୋଟରେ ମା ଓ ୨ ବର୍ଷର ଝିଅ ମୃତ, ୩ ଶିଶୁ ମାତୃ ଶୂନ୍ୟ, ଶୋଇଥିବା ବେଳେ କାମୁଡ଼ିଲା ବିଷଧର ସାପ 

Woman and daughter both die due to snake bite in Keonjhar
 
mother and daughter died of snake bites while sleeping at home
ସାପ ଚୋଟରେ ମା ଓ ୨ ବର୍ଷର ଝିଅ ମୃତ
 

ଓଡ଼ିଆ ଗସିପ୍ ବ୍ୟୁରୋ: କେନ୍ଦୁଝର ଜିଲ୍ଲାରେ ଥମୁନି ସର୍ପାଘାତ ଜନିତ ମୃତ୍ୟୁ। ଆଜି ବିଷାକ୍ତ ସାପ ଚୋଟରେ ଦୁଇ ଜୀବନ ଚାଲିଯାଇଛି। ସାପ କାମୁଡ଼ାରେ ମାଆ ଓ ଝିଅଙ୍କ ମୃତ୍ୟୁ ଘଟିଛି । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥାନା ମରସୁଆଁ ରୁଗୁଡ଼ିସାହିରେ ଏଭଳି ଦୁଃଖଦ ଘଟଣା ଘଟିଯାଇଛି। 

ଅଧିକ ପଢ଼ନ୍ତୁ: ମୃତ୍ୟୁ ପୂର୍ବରୁ ମିଳିଥାଏ ଏହି ଲକ୍ଷଣ; ୪୦ ସେକେଣ୍ଡ ପୂର୍ବରୁ ଘଟିଥାଏ ଏହି ଭୟାନକ ଓ କଷ୍ଟଦାୟକ ଘଟଣା!

ସାପ କାମୁଡ଼ାରେ ମାଆ ଓ ୨ବର୍ଷର ଶିଶୁକନ୍ୟାର ମୃତ୍ୟୁ ଘଟିଛି। ମାଆ ସୁଖମୁନି ମୁଣ୍ଡା ଓ ୨ ବର୍ଷର ଶିଶୁକନ୍ୟା ଗତକାଲି ରାତି ଶୋଇଥିବା ବେଳେ ଏକ ବିଷଧର ସାପ କାମୁଡ଼ି ଥିଲା। ଭୋର ସକାଳ ସମୟରେ ମା ଓ ଶିଶୁ ଅସୁସ୍ଥ ହୋଇପଡ଼ିଥିବାବେଳେ କିଛି ସମୟ ମଧ୍ୟରେ ଶିଶୁ କନ୍ୟାର ମୃତ୍ୟୁ ହୋଇଯାଇଥିଲା ଏବଂ ଗୁରୁତର ଅବସ୍ଥାରେ ସୁଖମନିଙ୍କୁ ବାଂଶପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଙ୍କୁ ଅଣାଯାଇଥିଲା। ଆଜି ସକାଳେ ଡାକ୍ତରଖାନାରେ ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର।

ଅଧିକ ପଢ଼ନ୍ତୁ: ମଙ୍ଗଳ ଗ୍ରହର ଗୋଚର ଫଳରେ ଏହି ତାରିଖରୁ ୩ ରାଶିଙ୍କ ଜୀବନରେ ଭରିଯିବ ସୁଖ-ଶାନ୍ତି ସହ ଧନ-ସମ୍ପତ୍ତି 

ତାଙ୍କ ପରିବାରରେ ରହିଥିବା ବର୍ଷକର ଶିଶୁ କନ୍ୟା ସମେତ ୩ ଶିଶୁ ମାତୃ ଶୂନ୍ୟ ହୋଇ ଯାଇଥିବାବେଳେ ସ୍ବାମୀ ସୁରେନ ମୁଣ୍ଡା ଭାଙ୍ଗିପଡିଛନ୍ତି। ଏହି ଘଟଣାକୁ ନେଇ ମୁରୁସୁଆଁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଘଟଣାସ୍ଥଳରେ ନୟାକୋଟ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ଅଧିକ ପଢ଼ନ୍ତୁ: ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ