ବଡ଼ମ୍ବା କାନାରା ବ୍ୟାଙ୍କ ମ୍ୟାନେଜର୍‌ ରହସ୍ୟଜନକ ନିଖୋଜର ହେଲା ଅନ୍ତ, ଗିରିସୋଲାରୁ ଉଦ୍ଧାର  
 

Missing Canara Bank branch manager rescued from Girishola
 
 
ବଡ଼ମ୍ବା କାନାରା ବ୍ୟାଙ୍କ ମ୍ୟାନେଜର୍‌ ଗିରିସୋଲାରୁ ଉଦ୍ଧାର  
 

ଓଡ଼ିଆ ଗସିପ୍ ବ୍ୟୁରୋ: କୁଆଡେ ଗେଲ କଟକ ବଡ଼ମ୍ବା କାନାରା ବ୍ୟାଙ୍କ ଶାଖା ମ୍ୟାନେଜର ତପନ କୁମାର ସାହୁ । ରହସ୍ୟଜନକ ନିଖୋଜ ଘଟଣାର ଏବେ ଅନ୍ତ ହୋଇଛି । ତପନ କୁମାର ସାହୁଙ୍କ ନିଖୋଜ ଘଟଣାକୁ ନେଇ ଏବେ ନୂଆ ତଥ୍ୟ ସାମ୍ନାକୁ ଆସିଛି। 

କଟକ ଜିଲ୍ଲା ବଡ଼ମ୍ବା ସ୍ଥିତ ଏକ ଘରୋଇ ବ୍ୟାଙ୍କ୍‌ର ମ୍ୟାନେଜର୍‌ ତପନ କୁମାର ସାହୁ ଦୁଇଦିନ ଧରି ନିଖୋଜ ରହିଥିଲେ। ଆଜି ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ପୁଲିସ ତାଙ୍କୁ ଗିରିସୋଲା ନିକଟରୁ ଉଦ୍ଧାର କରିଛି। ।

ଅଧିକ ପଢ଼ନ୍ତୁ: ଡାଇବେଟିସ ହେବା ପୂର୍ବରୁ ଶରୀରରେ ଦେଖା ଦିଏ ଏସବୁ ଲକ୍ଷଣ, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ

ସେପଟେ କାନାରା ବ୍ୟାଙ୍କ ଶାଖା ମ୍ୟାନେଜର ତପନ କୁମାର ସାହୁଙ୍କ ନିଖୋଜକୁ ନେଇ ତାଙ୍କ ସ୍ତ୍ରୀ ଗତକାଲି ତାଙ୍କ ସ୍ୱାମୀଙ୍କୁ କେହି ଅପହରଣ କରାଯାଇଥିବା ନେଇ ବୈଦେଶ୍ୱର ଥାନାରେ ଅଭିଯୋଗ କରିଥିଲେ।

ଅଧିକ ପଢ଼ନ୍ତୁ: କାହିଁକି ହୁଏ ବ୍ଳଡ୍‌ କ୍ୟାନସର, ଏହା କେତେ ପ୍ରକାର ? ଜାଣନ୍ତୁ ଏହି ରୋଗର ଲକ୍ଷଣ କଣ...

ବର୍ତ୍ତମାନ ସେ ଗୋଳନ୍ଥରା ଥାନା ହେପାଜତରେ ରହିଥିବା ପୁଲିସ ସୂତ୍ରରୁ ପ୍ରକାଶ। ସୂଚନା ଅନୁସାରେ ତପନ ବ୍ରହ୍ମପୁରରେ ଥିବା ତାଙ୍କ ଶ୍ବଶୁରଘରକୁ ଆସିଥିଲେ। ଗତ ସୋମବାର ଦିନ ସେ ବ୍ରହ୍ମପୁରରୁ ବଡ଼ମ୍ବା ଅଭିମୁଖେ ବାଇକ୍‌ରେ ବାହାରିଥିଲେ। 

ଅଧିକ ପଢ଼ନ୍ତୁ: ଲିଭର ସୁସ୍ଥ ରହିଲେ ମିଳିବ ଅନେକ ରୋଗରୁ ରକ୍ଷା, ଜାଣନ୍ତୁ ଲିଭରକୁ ସଫା କରିବାର ୭ଟି ଉପାୟ

ବାଙ୍କୀରେ ପହଞ୍ଚି ସେ ତାଙ୍କର ବ୍ୟାଙ୍କ କର୍ମଚାରୀଙ୍କୁ ଫୋନ୍‌ କରି ବ୍ୟାଙ୍କରେ ବିଳମ୍ବରେ ପହଞ୍ଚିବେ ବୋଲି କହିଥିଲେ। କିନ୍ତୁ ରାସ୍ତାରେ ସେ ନିଖୋଜ ହୋଇଯାଇଥିଲେ। ତାଙ୍କର ମୋବାଇଲ୍‌ ସ୍ବିଚ୍‌ ଅଫ୍‌ ରହିଥିବା ବେଳେ ତାଙ୍କର ପତ୍ତା ମିଳି ନଥିଲା। ଏଣୁ ପରିବାରବର୍ଗ କଟକ ବୈଦେଶ୍ବର ଥାନାରେ ଏତଲା ଦେଇଥିଲେ।

ଅଧିକ ପଢ଼ନ୍ତୁ: ସେକ୍ସ ଟାଇମିଂକୁ ନେଇ କନଫ୍ୟୁଜ୍ କି? ପାର୍ଟନରଙ୍କ ଶୀଘ୍ର ପତନ ପାଇଁ ଚିନ୍ତିତ ? ଜାଣନ୍ତୁ କଣ କରିବେ

ପୁଲିସ ତାଙ୍କର ମୋବାଇଲ୍‌ ନମ୍ବର ଟ୍ରାକ୍‌ କରି ତଦନ୍ତ ଆରମ୍ଭ କରିଥିଲା। ଆଜି ତପନ ୧୬ ନମ୍ବର ଜାତୀୟ ରାଜପଥ ଦେଇ ଗିରିସୋଲା ଅଭିମୁଖେ ଯାଉଥିବା ବେଳେ ଗୋଳନ୍ଥରା ପୁଲିସ ତାଙ୍କୁ ଉଦ୍ଧାର କରିଛି। ତେବେ ସେ କାହିଁକି ଓ କେଉଁଆଡ଼େ ଯାଉଥିଲେ ତାହା ସ୍ପଷ୍ଟ ହୋଇ ନାହିଁ। ଅଧିକ ତଦନ୍ତ କରିବା ପାଇଁ ବୈଦେଶ୍ବର ପୁଲିସ ଗୋଳନ୍ଥରା ଥାନାକୁ ଆସୁଥିବା ଜଣାପଡ଼ିଛି।

ଅଧିକ ପଢ଼ନ୍ତୁ: ଜୁଇରୁ ଅଧା‌ପୋଡା ମୃତଦେହ ଉଠାଇ ଆଣିଲା ମା’, ହାତ ଓ ଗୋଡ଼ ବାନ୍ଧି ଶାଶୁଘରଲୋକ କରିଥିଲେ ହତ୍ୟା