ନୂଆବର୍ଷରୁ ଲିଙ୍ଗରାଜ ମନ୍ଦିରରେ ନୂଆ ନିୟମ, ଜାଣନ୍ତୁ କଣ ?
 

Lingaraj Temple New rules from new year 2024
 
Lingaraj Temple New rules from new year 2024
ନୂଆବର୍ଷରୁ ଲିଙ୍ଗରାଜ ମନ୍ଦିରରେ ନୂଆ ନିୟମ
 

ଓଡ଼ିଆ ଗସିପ୍ ବ୍ୟୁରୋ: ଭୁବନେଶ୍ୱର ଶ୍ରୀଲିଙ୍ଗରାଜ ମନ୍ଦିରରେ ଆଜି ଅର୍ଥାତ୍‌ ଇଂରାଜୀ ନବବର୍ଷ ୨୦୨୪ଠାରୁ ନୂଆ ନିୟମ ଲାଗୁ ହେବାକୁ ଯାଉଛି। ମନ୍ଦିର ଭିତର ପରିବେଶକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ପାଇଁ ପ୍ଲାଷ୍ଟିକ୍‌, ପିଲିଥିନ୍‌, ଗୁଟ୍‌ଖା, ପାନ, ସିଗାରେଟ୍‌ ଭଳି ତମାଖୁ ଜାତୀୟ ପଦାର୍ଥ ନେବା ଉପରେ କଟକଣା ଲାଗୁ କରିବ ମନ୍ଦିର ପ୍ରଶାସନ। 

ଅଧିକ ପଢନ୍ତୁ :୫୦ ବର୍ଷ ପରେ ଏକାସାଙ୍ଗରେ ପଡି଼ଛି ୩ଟି ରାଜଯୋଗ, ନୂଆ ବର୍ଷରୁ ମାଲେମାଲ୍ ହେବେ ଏହି ୪ ରାଶି

ଏହାସହ ଅବଢ଼ା ପ୍ରସ୍ତୁତିରେ ମଧ୍ୟ ସଂସ୍କାର ଆସିବ। ପୂର୍ବରୁ ବିଭିନ୍ନ କମ୍ପାନୀର ଘିଅରେ ଅବଢ଼ା ପ୍ରସ୍ତୁତ ହେଉଥିବାବେଳେ ଏବେ କେବଳ ଓମ୍‌ଫେଡ଼୍‌ ଘିଅରେ ହିଁ ମହାପ୍ରଭୁଙ୍କ ଭୋଗ ରନ୍ଧା ହେବ।ଏକାମ୍ରକ୍ଷେତ୍ରର ଅଧିଷ୍ଠିତ ଦେବତା ଶ୍ରୀଲିଙ୍ଗରାଜଙ୍କ ମନ୍ଦିରକୁ ପ୍ରତିଦିନ ରାଜ୍ୟ ଭିତର ତଥା ଦେଶର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଭକ୍ତଙ୍କ ସୁଅ ଛୁଟୁଛି। 

ଅଧିକ ପଢନ୍ତୁ :ମାସକୁ କେତେଥର ସେକ୍ସ କରିବା ଉଚିତ୍? ବିବାହିତ ଦମ୍ପତିନିଶ୍ଚୟ ଜାଣନ୍ତୁ...

ଏହାରି ଭିତରେ କିଛି ହାତଗଣତି ଭକ୍ତ ମନ୍ଦିର ଭିତରେ ତମାଖୁ ଜାତୀୟ ପଦାର୍ଥ ବ୍ୟବହାର କରି ଛେପ ପକାଇ ମନ୍ଦିର ପରିବେଶକୁ ନଷ୍ଟ କରୁଛନ୍ତି। ସେହିଭଳି ମାଦକ ଦ୍ରବ୍ୟର ସେବନ କରି ମଧ୍ୟ ମନ୍ଦିର ପ୍ରବେଶ କରୁଛନ୍ତି। ଏହାସହ ମନ୍ଦିର ଭିତରକୁ ପଲିଥିନ୍‌ ଜରିରେ ଠାକୁରଙ୍କୁ ଲାଗି କରିବା ପାଇଁ କ୍ଷୀର ନେଇ ଯାଉଛନ୍ତି। ଏସବୁ ଦୃଶ୍ୟ ଆଧ୍ୟାତ୍ମିକତା ପରିବେଶକୁ ନଷ୍ଟ କରିବା ସହ ସଂସ୍କୃତିପ୍ରେମୀଙ୍କ ମନରେ ଗଭୀର ରେଖାପାତ କରିଛି। ତେଣୁ ଏସବୁ ବାରଣ କରିବା ପାଇଁ କଠୋର ହୋଇଛି ମନ୍ଦିର ପ୍ରଶାସନ।

ସେହିଭଳି ବଜାରରେ ବହୁତଗୁଡ଼ିଏ କମ୍ପାନୀର ଅପମିଶ୍ରିତ ଘିଅ ଉପଲବ୍ଧ ହେଉଛି। ଯେଉଁଥିରେ ଭୋଗ ପ୍ରସ୍ତୁତ କରିବା ଗ୍ରହଣୀୟ ନୁହେଁ। ତେଣୁ ଏ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ମନ୍ଦିରରେ କେବଳ ସରକାରଙ୍କ ସ୍ୱୀକୃତିପ୍ରାପ୍ତ ଓମ୍‌ଫେଡ ଘିଅର ବ୍ୟବହାର କରାଯିବା ନେଇ ସେବାୟତ ଓ ମନ୍ଦିର ପ୍ରଶାସନର ସମ୍ମତିକ୍ରମେ ନିଷ୍ପତ୍ତି ହୋଇଛି।

ଅଧିକ ପଢନ୍ତୁ :ସ୍ବାସ୍ଥ୍ୟ ପାଇଁ ବେଶ ଉପକାରୀ, ଦିନକୁ ଖାଆନ୍ତୁ ବାସ ଦୁଇ ପାଖୁଡ଼ା, ଦୂର ହେବ ପୁରୁଷଙ୍କ ଯୌନ ସମସ୍ୟା !

ଏ ସମ୍ପର୍କରେ ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ ରୁଦ୍ର ନାରାୟଣ ମହାନ୍ତି କହିଛନ୍ତି, ମନ୍ଦିର ଭିତରେ ପାନ, ଗୁଟ୍‌ଖା ଓ ବିଭିନ୍ନ ନିଶା ସେବନ କରି ଯାଉଥିବା ଲୋକଙ୍କ ମନ୍ଦିରକୁ ବାରଣ କରାଯିବ। ସେହିଭଳି ମନ୍ଦିର ଭିତର ପରିବେଶରେ ସଦାସର୍ବଦା ସ୍ୱଚ୍ଛତା ବଜାୟ ରଖିବା ପାଇଁ ପଲିଥିନ୍‌ ଉପରେ କଟକଣା ଲାଗୁ କରାଯାଇଛି। 

ଏହାସହ ଭକ୍ତମାନେ ମନ୍ଦିର ଭିତରକୁ ପଲିଥିନ୍‌ରେ କ୍ଷୀର ନେଇ ଯିବା ପରିବର୍ତ୍ତେ ମାଟି ପାତ୍ର କିମ୍ବା ଅନ୍ୟ କୌଣସି ପାତ୍ରରେ ନେଇ ଯିବା ପାଇଁ ସେ ନିବେଦନ କରିଛନ୍ତି। ଏହାଦ୍ୱାରା ମନ୍ଦିର ପରିବେଶ ସଫା ରହିବା ସହ ଆମେ ମଧ୍ୟ ରୋଗମୁକ୍ତ ହୋଇପାରିବା ବୋଲି ସେ କହିଛନ୍ତି।

ଅଧିକ ପଢନ୍ତୁ :୩୦ ବର୍ଷ ପରେ କୁମ୍ଭ ରାଶିରେ ଶନିଙ୍କ ଚଳନ, ୨୦୨୪ରେ ଏହି ୩ ରାଶି ପାଇବେ ପ୍ରବଳ ଟଙ୍କା !