ମାମଲା ରଫାଦଫା ପାଇଁ ମାଡାମ୍ ଏଏସଆଇ ନେଇଥିଲେ ମାଲ୍: ଧରି ପକାଇଲା ଭିଜିଲାନ୍ସ

 

ଓଡ଼ିଆ ଗସିପ୍ ବ୍ୟୁରୋ: ଭିଜିଲାନ୍ସ ଜାଲରେ ପୋଲିସ ଏଏସଆଇ। ସହିଦନଗର ଥାନା ଏଏସଆଇ ମମତା ବସ୍ତିଆ। ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ।

ଅଧିକ ପଢ଼ନ୍ତୁ: ସରକାରୀ ଡାକ୍ତରଙ୍କୁ ଘାରିଛି ଅର୍ଥ ଲୋଭ: କଲେ ଭୁଲ୍‌ ଅସ୍ତ୍ରୋପଚାର, ଏବେ ଗଣିବେ ୮୦ ଲକ୍ଷ !

ସହିଦନଗର ଥାନାରେ ଭିଜିଲାନ୍ସ ଟିମର ଛାନଭିନ। ଗୋଟିଏ କେସରୁ ନାଁ କାଟିବା ପାଇଁ ନେଉଥିଲେ ଲାଞ୍ଚ। ସମସ୍ତ ଲାଞ୍ଚ ଟଙ୍କା ଜବତ ହୋଇଛି। ମମତା ବସ୍ତିଆଙ୍କ ଦୁଇଟି ଘରେ ଚଢାଉ ଚାଲିଛି। ମମତା ବସ୍ତିଆଙ୍କ ନାମରେ ପୂର୍ବରୁ ଲାଞ୍ଚ ନେଉଥିବା ଅଭିଯୋଗ ରହିଥିଲା।

ଅଧିକ ପଢ଼ନ୍ତୁ: ଟମାଟୋ ରାନ୍ଧିଥିବାରୁ ସ୍ବାମୀଙ୍କୁ ଛାଡ଼ି ଚାଲିଗଲେ ସ୍ତ୍ରୀ; ଥାନାରେ ଅଭିଯୋଗ କଲେ ସ୍ବାମୀ

ଆଜି ସେ ଭିଜିଲାନ୍ସ ହାବୁଡ଼ରେ ପଡିଛନ୍ତି। ଭିଜିଲାନ୍ସ ଏନେଇ ଖୋଳତାଡ଼ କରୁଛି। ତେବେ କମିଶନରେଟ୍ ପୋଲିସର ଜଣେ ପରେ ଜଣେ ପୋଲିସ ଅଧିକାରୀ ଧରା ପଡୁଛନ୍ତି। କିଛି ଦିନ ପୂର୍ବରୁ ଖଣ୍ଡଗିରି ଥାନାର ଜଣେ ସବଇନସପେକ୍ଟର ଲାଞ୍ଚ ନେଇ ଧରା ପଡିଥିଲେ।

ଅଧିକ ପଢ଼ନ୍ତୁ: ସଂଯୁକ୍ତା ମହଲା ସହ ଲିଭ୍ ଇନରେ ଥିଲେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ: ବ୍ରେକ୍ ଅପ୍ ପରେ ଦୁହେଁ ଭାଙ୍ଗି ପଡ଼ିଛନ୍ତି