ଏହି ସ୍ଥାନରେ ୧୦ ଫୁଟ ତଳକୁ ଦବିଲା ବ୍ରିଜ୍, ବାଲେଶ୍ଵର-ଭୁବନେଶ୍ବର ଯାତାୟତ ଠପ୍

ରସୁଲପୁର ବ୍ଲକ ହେଡକ୍ବାଟର ସମ୍ମୁଖ ରାଜପଥରେ ଅଘଟଣ

 

ଓଡ଼ିଆ ଗସିପ୍ ବ୍ୟୁରୋ: ୧୬ନଂ ଜାତୀୟ ରାଜପଥରେ ଅଭାବନୀୟ ଘଟଣା । ରସୁଲପୁର ବ୍ଲକ ହେଡକ୍ବାଟର ସମ୍ମୁଖ ରାଜପଥର ପୁରୁଣା ବ୍ରିଜ୍ ପ୍ରାୟ ୧୦ ଫୁଟ ତଳକୁ ଦବିଯାଇଛି । ଯାହାଫଳରେ ବାଲେଶ୍ୱରରୁ ଭୁବନେଶ୍ୱର ମଧ୍ୟରେ ଯାତାୟତ ଠପ୍‌ ରହିଛି । ରାସ୍ତାରେ ଉଭୟ ପାର୍ଶ୍ୱରେ ଅନେକ ଗାଡି ମଟର ଅଟକି ରହିଛି ।

ଅଧିକ ପଢ଼ନ୍ତୁ: ଯୁକ୍ତ ୨ ପାଠ ପଢ଼଼ି କରୁଥିଲେ ରୋଗୀଙ୍କ ଚିକିତ୍ସା, ଏହି ବଡ କଲେଜରୁ ଡିଗ୍ରୀ ହାସଲ କରିଥିବା କହି ଫସିଲେ ନକଲି ଡାକ୍ତର

ଆଜି ସକାଳୁ ସକାଳୁ ବ୍ରିଜ୍‌ ଭୁଶୁଡ଼ି ପଡ଼ିଥିବା ସୂଚନା ମିଳିଛି। ବ୍ରିଜ୍‌ ଭୁଶୁଡ଼ିବା ସମୟରେ ସୌଭାଗ୍ୟବଶତଃ କୌଣସି ଯାନବାହନ ଚଳାଚଳ କରୁନଥିବାରୁ ବଡ଼ ଅଘଟଣା ଟଳିଯାଇଛି । ବ୍ରିଜ ଭୁଶୁଡିବା ଯୋଗୁଁ ସେହି ରୋଡରେ ଗାଡ଼ି ଚଳାଚଳକୁ ବନ୍ଦ କରି ଦିଆଯାଇଛି। ଅନ୍ୟ ଏକ ରାସ୍ତା ଦେଇ ଗାଡ଼ିମଟର ଯାତାୟତ କରୁଛନ୍ତି।

ଅଧିକ ପଢ଼ନ୍ତୁ: ଖାଆନ୍ତୁ ‘କୋଳଥ ଡାଲି’, ମିଳିବ ଅନେକ ଫାଇଦା

ତେବେ ବ୍ରିଜ୍‌ଟି କ’ଣ ପାଇଁ ଦାବିଲା, ତାହା ଏବେ ବି ଅସ୍ପଷ୍ଟ ରହିଛି । ତେବେ ଲଗାନା ବର୍ଷା ଲାଗି ରହିବା ଯୋଗୁ ପୋଲ ଭୁଶୁଡ଼ି ପଡ଼ିଥିବା ସନ୍ଦେହ କରାଯାଉଛି। ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ତଦାରଖ କରୁଛି ।

ଅଧିକ ପଢ଼ନ୍ତୁ: ଭୁବନେଶ୍ୱର ପାଇଁ ଭିଡ଼ାଭିଡ଼ି ହେଉଛନ୍ତି କି ଅପରାଜିତା- ଶ୍ରୀମୟୀ? ଟ୍ୱିଟରରେ ଚାଲିଛି ୱାର