ବିଷ ପିଇ ସଫା ହୋଇଗଲା ପୁରା ପରିବାର, ବାପାଙ୍କ ମୃତ୍ୟୁ ପରେ ପୁଅ-ଝିଅ ଓ ପରେ ଆଖି ବୁଜିଲେ ମାଆ
ଓଡ଼ିଆ ଗସିପ୍ ବ୍ୟୁରୋ: ବାପାଙ୍କ ମୃତ୍ୟୁ ପରେ ପରିବାରକୁ ଖାଇଲା ଚିନ୍ତା, ଆଗ ପଛ ନ ବିଚାରି ବିଷ ପିଇ ଆତ୍ମହତ୍ୟା କରିବେ ବୋଲି ନିଷ୍ପତି ନେଲେ ଘରର ତିନି ଜଣ ସଦସ୍ୟ ମାଆ, ପୁଅ ଏବଂ ଝିଅ, ଏଭଳି ଅଭାବନୀୟ ଘଟଣା ଘଟିଛି ବରଗଡ଼ ଜିଲ୍ଲା ସୋହେଲା ମାଷ୍ଟରପଡାରେ। ଗୋଟିଏ ପରିବାରର ୩ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କରିଥିଲେ।
ଅଧିକ ପଢ଼ନ୍ତୁ: ଏହି ରାଶି ବ୍ୟକ୍ତିଙ୍କ ପାଇଁ ଆଗାମୀ ୧୧୮ ଦିନ ରହିବ ବରଦାନ ଭଳି, ବୃହସ୍ପତି କରିଦେବେ ମାଲାମାଲ୍
ଗତକାଲି ଭାଇ-ଭଉଣୀଙ୍କ ମୃତ୍ୟୁ ହୋଇଯାଇଥିବାବେଳେ ଆଜି ଘରର ବର୍ତମାନ ମୁଖ୍ୟ ଥିବା ମହିଳାଙ୍କର ମୃତ୍ୟୁ ହୋଇଯାଇଛି। ସୋହେଲା ମାଷ୍ଟରପଡ଼ାର ଅର୍ଜୁନ ସାହୁ ସୋହେଲାରେ ଏକ କଂସାବାସନ ଦୋକାନ ଦେଇ ନିଜ ପରିବାର ପୋଷଣ କରୁଥିଲେ। ପତ୍ନୀ କୁମୁଦିନୀ (୫୦), ପୁଅ ବଂଶୀଧର (୨୫) ଓ ଝିଅ ସୁବର୍ଣ୍ଣା (୨୩)ଙ୍କୁ ନେଇ ତାଙ୍କ ଛୋଟିଆ ସଂସାର।
ଅଧିକ ପଢ଼ନ୍ତୁ: ଏମାନଙ୍କ ପାଇଁ ଆଜି ଦିନଟି ଖରାପ; ଜାଣନ୍ତୁ ଆପଣଙ୍କ ରାଶିଫଳ, କେମିତି କଟିବ ଆଜିର ଦିନ
ଅର୍ଜୁନ ତାଙ୍କ ଏକମାତ୍ର ଝିଅ ସୁବର୍ଣ୍ଣାଙ୍କୁ ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ ବାହା ଦେଇଥିଲେ। କୌଣସି କାରଣରୁ ଝିଅ ସୁବର୍ଣ୍ଣା ଶ୍ୱଶୁର ଘର ଛାଡ଼ି ଆସି ସୋହେଲାରେ ତାଙ୍କ ବାପାଙ୍କ ଘରେ ନିଜ ୨ବର୍ଷର ଛୋଟ ଝିଅ ସହିତ ରହି ଆସୁଥିଲେ। ଗତ ୬ ତାରିଖ ଦିନ ଘରର ମୁଖିଆ ଅର୍ଜୁନଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ମୃତ୍ୟୁ ପରେ ଭବିଷ୍ୟତ କଥା ଚିନ୍ତା କରି ପରିବାର ଲୋକେ ମାନସିକ ଚାପରେ ଥିଲେ।
ଅଧିକ ପଢ଼ନ୍ତୁ: ମୃତ୍ୟୁ ପୂର୍ବରୁ ମିଳିଥାଏ ଏହି ଲକ୍ଷଣ; ୪୦ ସେକେଣ୍ଡ ପୂର୍ବରୁ ଘଟିଥାଏ ଏହି ଭୟାନକ ଓ କଷ୍ଟଦାୟକ ଘଟଣା!
ସୂଚନା ଅନୁସାରେ, ମାଷ୍ଟର୍ ପଡାର ସ୍ୱର୍ଗତ ଅର୍ଜୁନ ସାହୁଙ୍କ ସ୍ତ୍ରୀ କୁମୋଦିନୀ ସାହୁ, ପୁଅ ବଂଶୀଧର ସାହୁ ଓ ଝିଅ ସୁବର୍ଣ୍ଣ ମହାଜନ ଘର କବାଟ ବନ୍ଦ କରି ବିଷ ପିଇ ଘରେ ଶୋଇ ପଡ଼ିଥିଲେ । ଆଜି ଦିନ ୧୧ଟାରେ ସେମାନେ ଏପରି ନିଷ୍ପତ୍ତି ନେଇଥିଲେ, ପରେ ଦୁର୍ଭାଗ୍ୟ ବଶତଃ କୌଣସି ସୂତ୍ରରୁ ପାଖ ପଡୋଶୀ ଏହି ଖବର ଜାଣି ବାକୁ ପାଇଥିଲେ ଏବଂ ତୁରନ୍ତ ଖବର ପାଇବା ପରେ ପୋଲିସକୁ ସୂଚନା ଦେଇଥିଲେ ।
ଅଧିକ ପଢ଼ନ୍ତୁ: ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ
ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ସମସ୍ତଙ୍କୁ ଉଦ୍ଧାର କରି ସୋହେଲା ହସ୍ପିଟାଲରେ ଭର୍ତ୍ତି କରିଥିଲା । ତିନି ଜଣଙ୍କ ମଧ୍ୟରୁ ପୁଅ ବଂଶୀଧର ସାହୁଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ପରେ ଭାଇ ଓ ଭଉଣୀ ଙ୍କ ମୃତ୍ୟୁ ହୋଇଥିବା ବେଳେ ମା’ଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଥିଲା ହେଲେ ଆଜି ମାଙ୍କ ଜୀବନ ଚାଲିଯାଇଛି ।
ଅଧିକ ପଢ଼ନ୍ତୁ: ଆର୍ଥିକ ସଙ୍କଟରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି, ତାହାହେଲେ ଶୁକ୍ରବାର ରାତିରେ କରନ୍ତୁ ଏହି ଗୁପ୍ତ ଉପାୟ