ଘରେ ଶୋଇଥିବା ବେଳେ କାମୁଡ଼ିଲା ବିଷାକ୍ତ ସାପ, ଅକାଳରେ ଚାଲିଗଲା ଦୁଇ ଜଣଙ୍କ ଜୀବନ
 

2 people died in poisonous snake bite in khallikote
 
 
2 people died in poisonous snake bite in khallikote
କାମୁଡ଼ିଲା ବିଷାକ୍ତ ସାପ, ଚାଲିଗଲା ଦୁଇ ଜଣଙ୍କ ଜୀବନ
 

ଓଡ଼ିଆ ଗସିପ୍ ବ୍ୟୁରୋ:ଖଲ୍ଲିକୋଟ ଥାନା ଅଞ୍ଚଳରେ ଆଜି ଗୋଟିଏ ଦିନରେ ବିଷାକ୍ତ ସାପ କାମୁଡ଼ାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । 

ମିଳିଥିବା ସୂଚନା ଅନୁଯାୟୀ, ଖଲ୍ଲିକୋଟ ଥାନା ଅନ୍ତର୍ଗତ ଡିମିରିଆ ପଞ୍ଚାୟତ ସାନଘାଟି ବାହୁତିପଲ୍ଲୀ ଗ୍ରାମର ମହେଶ୍ୱର ଜେନା(୩୮) ଗତକାଲି ରାତିରେ ଘରେ ଶୋଇଥିବା ସମୟରେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡି ଦେଇଥିଲା । 

ଅଧିକ ପଢ଼ନ୍ତୁ: ଚାଣକ୍ୟ ନୀତି ଅନୁଯାୟୀ ଭୁଲ୍‌ରେ ବି ସ୍ତ୍ରୀଙ୍କୁ କୁହନ୍ତୁନି ଏହି ୪ ଟି କଥା, ଶାନ୍ତିରେ ବଞ୍ଚିବା ବି ହୋଇଯିବ କାଠିକର ପାଠ

ତେବେ ଆଜି ଅର୍ଥାତ୍ ଶୁକ୍ରବାର ଭୋର ସମୟରେ ମହେଶ୍ୱର ଅଚେତ୍ ଅବସ୍ଥାରେ ପଡ଼ିଥିବା ଦେଖି ତୁରନ୍ତ ପରିବାର ଲୋକେ ତାଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । 

ଅଧିକ ପଢ଼ନ୍ତୁ: କାହା ପାଇଁ ଭଲ ତ କାହା ପାଇଁ ଖରାପ; କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ

ଏ ସଂପର୍କରେ ମୃତ ମହେଶ୍ୱରଙ୍କ ବଡ଼ଭାଇ ସୁକାନ୍ତ ଜେନା ଖଲ୍ଲିକୋଟ ଥାନା ପୋଲିସକୁ ଜଣାଇବା ପରେ ଥାନା ଏସ ଆଇ ହିମାଂଶୁ ଶେଖର ପାତ୍ର ମେଡ଼ିକାଲରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଏ ନେଇ ଖଲ୍ଲିକୋଟ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ।

ସେହିପରି ବାଣିଆ ପଞ୍ଚାୟତ ମେଦିପୁର ଗ୍ରାମର ରୁକୁଣା ପ୍ରଧାନ(୭୦) ନାମକ ଜଣେ ବୃଦ୍ଧା ଆଜି ମଧ୍ୟାହ୍ନରେ ଘରେ ଶୋଇଥିବା ବେଳେ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ପରିବାର ଲୋକେ ଖଲ୍ଲିକୋଟ ମେଡ଼ିକାଲକୁ ଚିକିତ୍ସା ପାଇଁ ନେଇ ଆସିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଅଧିକ ପଢ଼ନ୍ତୁ: ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ