ଘରର ଏହି ସ୍ଥାନରେ ରଖନ୍ତୁ ମୟୂର ପର: ରହିବନି ଧନର ଅଭାବ

 

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜିର ଆଧୁନିକ ଦୁନିଆରେ କିଛି ଲୋକେ ଅଧିକ ଗରିବ ହୋଇଥାନ୍ତି, ତ ଆଉକିଛି ଲୋକଙ୍କ ପାଖରେ ଟଙ୍କାର ଅଭାବ ରହି ନଥାଏ। କୁହାଯାଏ କି ଦେବୀ ଲକ୍ଷ୍ମୀ ବହୁତ ଚଞ୍ଚଳ ଅଟନ୍ତି, ସେ ଗୋଟେ ସ୍ଥାନରେ ବେଶୀ ସମୟ ରହି ନଥାନ୍ତି।

ଅଧିକ ପଢ଼ନ୍ତୁ: ଏହି ୩ ରାଶିର ବ୍ୟକ୍ତି ବିଶେଷଙ୍କୁ ଆଜି ନିଯୁକ୍ତି କ୍ଷେତ୍ରରେ ରହିଛି ସୁଯୋଗ; ରାଜନେତାଙ୍କ ପାଇଁ ଦିନଟି ଭଲ

ଯଦି ଆପଣଙ୍କ କାର୍ଯ୍ୟରେ ନିରନ୍ତର ବାଧା ଉତ୍ପନ୍ନ ହେଉଛି ଏବଂ ଆପଣଙ୍କୁ ଆର୍ଥିକ ଅଭାବର ସାମ୍ନା କରିବାକୁ ପଡୁଛି, ତାହେଲେ ଆପଣ ଶାସ୍ତ୍ରରେ ଦିଆଯାଇଥିବା କିଛି ଖାସ ଉପାୟ ଗୁଡ଼ିକ କରନ୍ତୁ, ଦେଖିବେ ନିଶ୍ଚିତ ଭାବରେ ଲାଭ ପ୍ରାପ୍ତ କରିବେ।

ମନୁଷ୍ୟ ଜୀବନରେ ଆସୁଥିବା ସମସ୍ୟାର କାରଣ ଗୁକ ମଧ୍ୟରୁ ପ୍ରମୁଖ ହେଉଛି ଘରର ବାସ୍ତୁ ଦୋଷ। ଘରର ପ୍ରତ୍ୟେକ ଜିନିଷପତ୍ର ବାସ୍ତୁ ଅନୁସାରେ ସଠିକ ସ୍ଥାନରେ ରହିବା ନିହାତି ଜରୁରୀ ଅଟେ। ବାସ୍ତୁ ଠିକ୍ ରହିଲେ ଘରେ ସୁଖଶାନ୍ତି ବିଦ୍ୟମାନ ହେବ। କିନ୍ତୁ ବାସ୍ତୁ ଦୋଷ ଉପନ୍ନ ହେବା ଦ୍ବାରା ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। ତେବେ ଘରେ ମୟୂର ପର କିଣି ରଖନ୍ତୁ। କୁହାଯାଏ କି ମୟୂର ପର ଭଗବାନ ଶ୍ରୀକୃଷ୍ଣଙ୍କୁ ଅତ୍ୟନ୍ତ ପ୍ରିୟ ଥିଲା।

ଅଧିକ ପଢ଼ନ୍ତୁ: ସଂଯୁକ୍ତା ମହଲା ସହ ଲିଭ୍ ଇନରେ ଥିଲେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ: ବ୍ରେକ୍ ଅପ୍ ପରେ ଦୁହେଁ ଭାଙ୍ଗି ପଡ଼ିଛନ୍ତି

ଘରେ ମୟୂର ପର ରଖିଲେ ଘରେ ସକାରାତ୍ମକ ପ୍ରଭାବ ବୃଦ୍ଧି ହୋଇଥାଏ। ଏହାକୁ ଆପଣ ନିଜ ଅଫିସ ରୁମରେ ରଖି ପାରିବେ। ଏଭଳି କରିବା ଦ୍ଵାରା ଆପଣଙ୍କ ବ୍ୟାପାରରେ ମଧ୍ୟ ବିସ୍ତାର ହେବ। ଘରକୁ ମୟୂର ପର ଆଣିବା ପୂର୍ବରୁ ଏହା ଧ୍ୟାନ ରଖନ୍ତୁ କି, ପ୍ରଥମେ ଏହାକୁ ଭଗବାନ ଶ୍ରୀକୃଷ୍ଣଙ୍କ ପାଖରେ ରଖି ପୂଜାର୍ଚ୍ଚନା କରନ୍ତୁ ତାପରେ ଯେଉଁ ସ୍ଥାନର ଇଛା ରଖନ୍ତୁ। ଏହାଦ୍ବାରା ଘରେ ଧନସମ୍ପତ୍ତି ବୃଦ୍ଧି ହେବା ସହିତ ସୁଖଶାନ୍ତି ବିଦ୍ୟମାନ ହେବ।