ଘର ନିର୍ମାଣ କରିବା ପୂର୍ବର ବାସ୍ତୁ ପୂଜା କରିବା ଜରୁରୀ ନା ନାହିଁ ଏବେ ହିଁ ଜାଣି ରଖନ୍ତୁ... 
 

knows why the worship of the Vastu is necessary before beginning constructing any house
 
 
knows why the worship of the Vastu is necessary before beginning constructing any house
ଘର ନିର୍ମାଣ ପୂର୍ବର ବାସ୍ତୁ ପୂଜା କରିବା ଜରୁରୀ ନା ନାହିଁ ଜାଣି ରଖନ୍ତୁ... 
 

ଓଡ଼ିଆ ଗସିପ୍ ବ୍ୟୁରୋ: ଧାର୍ମିକ ଦୃଷ୍ଟିକୋଣରୁ ପ୍ରତ୍ୟେକ ବସ୍ତୁ ଯାହା ଆମ ପାଇଁ ଉପାଦେୟ ତାକୁ ଦେବତା ରୂପରେ ପୂଜା ଅର୍ଚ୍ଚନା କରିବାର ବିଧାନ ଅଛି। ସେଥିପାଇଁ ଆମ ଧର୍ମରେ ପ୍ରତ୍ୟେକ ଜଡ ଏବଂ ଚେତନା ଥିବା ବସ୍ତୁକୁ ପୂଜା କରାଯାଏ। ସେଥିପାଇଁ ଆମେ ବିଭିନ୍ନ ଗଛ, ଲତା, ଗ୍ରହ, ନକ୍ଷତ୍ରକୁ ପୂଜା କରିଥାଉ।

ଅଧିକ ପଢ଼ନ୍ତୁ: ରେସ୍ତୋରାଁ ଉପରେ ଆକସ୍ମିକ ଚଢ଼ାଉ, ଆପତ୍ତିଜନକ ଅବସ୍ଥାରେ ୨୦ଜଣ ଯୁବକ ଓ ଯୁବତୀଙ୍କୁ ଧରିଲା ପୁଲିସ 

ଏହା କେବଳ ହିନ୍ଦୁ ଧର୍ମ ନୁହେଁ ଅନ୍ୟ ଧର୍ମର ଲୋକମାନେ ମଧ୍ୟ ସେହିପରି ନିଜ ଦେବଦେବୀଙ୍କୁ ପୂଜା କରନ୍ତି। ଠିକ ସେହିପରି ଯେତେବେଳେ ଆମେ ଆମ ପାଇଁ ଘର ନିର୍ମାଣ କରୁଛେ ସେତେବେଳେ ସେହି ଭୂମିକୁ ମଧ୍ୟ ପୂଜା ପାଇଁ ବିଧାନ ରହିଛି। କାରଣ ସେହି ଭବନର ଶୁଭ, ଅଶୁଭ ଫଳ ସେହି ଭୂମି ଉପରେ ନିର୍ଭର କରେ ଏବଂ ସେହି ଘରେ ବସବାସ କରୁଥିବା ଗୃହସ୍ଥମାନେ ମଧ୍ୟ ସେହିପରି ଶୁଭ ଅଶୁଭ ଫଳ ପ୍ରାପ୍ତି କରିଥାନ୍ତି। ଏଣୁ ଭୂମି ପୂଜା କରି ବାସ୍ତୁ ପୁରୁଷଙ୍କୁ ସନ୍ତୁଷ୍ଟ କରି ଭବନ ନିର୍ମାଣ କଲେ, ଭବନ ଗୃହ ସ୍ୱାମୀ ଏବଂ ଗୃହବାସୀମାନେ ସମସ୍ତେ ଶୁଭ ଫଳ ପାଇଥାନ୍ତି।

ଆମର ପ୍ରତ୍ୟେକଟି କାର୍ଯ୍ୟକୁ ଧାର୍ମିକ ଦୃଷ୍ଟି କୋଣ ସହିତ ବିଚାର କରାଯାଇଛି। ତେଣୁ ଆମେ ଯଦି ଏହି ଭୂମି ଉପରେ ଥିବା ବାସ୍ତୁ ପୁରୁଷଙ୍କର ପୂଜା ଓ ଉତ୍ପତି ବିଷୟରେ ଜାଣିବା, ତାହେଲେ ଭୂମି ପୂଜାର ପ୍ରାଧାନ୍ୟତା ବିଷୟରେ ଆମ ମନରେ ବିଶ୍ୱାସ ଜାଗ୍ରତ ହେବ। ବିନା ବିଶ୍ୱାସରେ କରୁଥିବା ପୂଜା ଅର୍ଚ୍ଚନାର ଫଳ ପ୍ରାପ୍ତି ହୁଏ ନାହିଁ।

ଅଧିକ ପଢ଼ନ୍ତୁ: ଘରେ ଛାଡିବା ବାହାନାରେ ଶାଳିକୁ ମଦ ପିଆଇ ୪ସାଙ୍ଗ ସହ ମିଶି ଭିଣେଇ କଲା ଦୁଷ୍କର୍ମ, ରାତିସାରା ଚେତାଶୂନ୍ୟ...

ଏହି ବାସ୍ତୁପୁରୁଷଙ୍କର ଉତ୍ପତ୍ତି ମତ୍ସ୍ୟପୁରାଣରେ ଅତି ସଠିକ ଭାବେ କୁହାଯାଇଛି। ଥରେ ଭଗବାନ ଶିବ ଏବଂ ଅନ୍ଧକାସୁର ମଧ୍ୟରେ ଭୟଙ୍କର ଯୁଦ୍ଧ ହୋଇଥିଲା। ସେହି ଯୁଦ୍ଧ ସମୟରେ ମହାଦେବ ଶିବଙ୍କ ଶରୀରରୁ ନିର୍ଗତ ଝାଳରୁ ଏକ ବିଶାଳ ପୁରୁଷ ସୃଷ୍ଟିହୋଇ ସମଗ୍ର ଧରାପୃଷ୍ଠକୁ ଏବଂ ସ୍ୱର୍ଗ ଲୋକକୁ ଆଚ୍ଛାଦିତ କରିବାକୁ ଲାଗିଲା। ଫଳରେ ବ୍ରହ୍ମାଙ୍କ ନିର୍ଦ୍ଦେଶ ରୂପେ ଦେବତାମାନେ ସେହି ପୁରୁଷଙ୍କୁ ଅଧୋମୁଖ କରି ପୃଥିବୀ ପୃଷ୍ଠରେ ମାଡି ବସିଲେ ଏବଂ ଦେବତାମାନେ ବାସ୍ତୁ ପୁରୁଷର ସେହି ସ୍ଥାନର ଶକ୍ତି ରୂପରେ ଆରାଧ୍ୟ ହେଲେ।

ସେହି ପୁରୁଷ ଦେବତାମାନଙ୍କ ଏହିପରି ଦଣ୍ଡରୁ ରକ୍ଷା ପାଇଁ ପ୍ରାର୍ଥନା କଲା। ବ୍ରହ୍ମାଙ୍କ ନିର୍ଦ୍ଦେଶରେ ସୃଷ୍ଟିର ରକ୍ଷା ଏହିପରି କରାଯାଇଛି ବୋଲି ବ୍ରହ୍ମା କହିଲେ ଏବଂ ସେହି ପୁରୁଷକୁ ବାସ୍ତୁପୁରୁଷ ବା ବାସ୍ତୁ ଦେବତା ଭାବରେ ବରଦାନ ଦେଇ କହିଲେ, ଯେକୌଣସି ବ୍ୟକ୍ତି ଯଦି ଭବନ ନିର୍ମାଣରେ ବାସ୍ତୁଦେବତାଙ୍କୁ ପୂଜା ନ କରି ନିର୍ମାଣ କରେ ତେବେ ସେ ଗୃହକର୍ତ୍ତାଙ୍କର ଅମଙ୍ଗଳ ହେବ।

ଅଧିକ ପଢ଼ନ୍ତୁ: ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ସତର୍କ ରୁହନ୍ତୁ ଏହି ରାଶିର ଲୋକ; ନଚେତ୍ ପଡ଼ିବ ଶନି-ରାହୁଙ୍କ କୋପ

ଏଣୁ ଆମେ ସମସ୍ତେ ସେହି ଧାର୍ମିକ ଦୃଷ୍ଟିକୋଣକୁ ବିଶ୍ୱାସ କରି ଭୂମି ଉପରେ ବାସ୍ତୁ ପୂଜା କରିବା କଥା। ଆମ ଧର୍ମ ଏବଂ ବାସ୍ତୁ ଉପରେ ବିଶ୍ୱାସ ରଖୁଥିବା ପ୍ରତ୍ୟେକ ବ୍ୟକ୍ତି ଗୃହ ନିର୍ମାଣ ଆରମ୍ଭ ପୂର୍ବରୁ, ଗୃହ ନିର୍ମାଣ ସରିଲା ପରେ ଗୃହ ପ୍ରବେଶ ସମୟରେ, ଜଳ ଉତ୍ସ ନିର୍ମାଣ ସମୟରେ, ଗୃହର ମୁଖ୍ୟ ଦ୍ୱାର ସ୍ଥାପନ ସମୟରେ, ପୁରୁଣା ଗୃହକୁ ନବୀକରଣ କରିବା ଆରମ୍ଭ ପୂର୍ବରୁ ଏବଂ ସମାପ୍ତ ପରେ, ଗୃହ ମଧ୍ୟରେ କୌଣସି ମରାମତି କାର୍ଯ୍ୟ କରିସାରିଲା ପରେ ବାସ୍ତୁପୁରୁଷକୁ ପୂଜା କରିବାର ବିଧାନ ରହିଛି।

ତା’ ସହିତ ପ୍ରତ୍ୟେକ ଘରେ ପ୍ରତି ଛ’ଅ ମାସକୁ ଥରେ ମଧ୍ୟ ବାସ୍ତୁ ପୂଜା କଲେ ଅନେକ ବାସ୍ତୁଦୋଷର ନିରାକରଣ ହୋଇଥାଏ। ଏଣୁ ଆମେ ଜାଣିଲେ ଯେ ବାସ୍ତୁ ପୁରୁଷ ବା ଦେବତାଙ୍କ ପୂଜା ବିନା ଅନେକ ଅସୁବିଧା ହୋଇଥାଏ। ଏଣୁ ଆମେ ସମସ୍ତେ ବାସ୍ତୁ ପୂଜାକୁ ଗୁରୁତ୍ୱ ଭାବରେ ନେଇ ଉଚିତ ବିଧି ବିଧାନରେ ବାସ୍ତୁପୂଜା କଲେ ଅନେକ ଶୁଭଫଳ ମିଳିବାର ସମ୍ଭାବନା ରହିଛି।

ଅଧିକ ପଢ଼ନ୍ତୁ: ସ୍ବାମୀଙ୍କ ମୃତ୍ୟୁର ଦୁଃଖରେ କାନ୍ଦୁଥିବା ବେଳେ ସ୍ତ୍ରୀଙ୍କ ଚାଲିଗଲା ଜୀବନ, ଦୁହେଁ ଗୋଟିଏ ଜୁଇରେ ଏକାଠି ଜଳିଲେ 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ଓଡ଼ିଆ ଗସିପ୍ ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)