ଆଜିର ରାଶିଫଳ: ଏହି ରାଶି ଥିବା ବ୍ୟକ୍ତି ବିରୋଧୀମାନଙ୍କ କୂଟଚକ୍ରାନ୍ତରେ ପଡ଼ିଯାଇପାରନ୍ତି

 

ଓଡ଼ିଆ ଗସିପ ବ୍ୟୁରୋ: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ :

ମେଷ: ବିରୋଧୀମାନଙ୍କ କୂଟଚକ୍ରାନ୍ତରେ ପଡ଼ିଯାଇପାରନ୍ତି । ସାବଧାନ ରହି କାର୍ଯ୍ୟ କରନ୍ତୁ । କୌଣସି ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟର ଦାୟିତ୍ବ ଉଠାଇବାକୁ ପଡ଼ିପାରେ । ସନ୍ତାନଙ୍କ ପ୍ରତି ଅଧିକ ସମ୍ବେଦନଶୀଳ ରହିବେ ।

ବୃଷ: ଅତ୍ୟଧିକ ପରିଶ୍ରମ କରି ଅସୁସ୍ଥତା ଅନୁଭବ କରିବେ । ମହିଳାମାନେ ସ୍ବାଧୀନ ଭାବେ ନିଷ୍ପତ୍ତି ଗ୍ରହଣ କରିବେ । ଵ୍ୟବସାୟିକ କ୍ଷେତ୍ରରେ ଉନ୍ନତି ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ ।

ମିଥୁନ: ମହିଳାମାନଙ୍କ ପାଇଁ ଦିନଟି ଉତ୍ତମ ରହିବ । ଛାତ୍ରଛାତ୍ରୀମାନେ ସଫଳତା ପାଇବେ । ସାମାଜିକ କାର୍ଯ୍ୟରେ ଯୋଗଦେଇ ପ୍ରଶଂସାର ପାତ୍ର ହେବେ । ଅନ୍ୟ କଥାରେ ପଡ଼ି କୌଣସି କାର୍ଯ୍ୟ କରିବାରୁ ଦୂରେଇ ରୁହନ୍ତୁ ।

କର୍କଟ: ପରିବାରବର୍ଗଙ୍କ ସହ ଦିନଟି ଭଲ ରହିବ । ବୁଦ୍ଧିର ବିକାଶ ଘଟିବ। କ୍ରୋଧରେ କୌଣସି କାର୍ଯ୍ୟ କରିବାରୁ ଦୂରେଇ ରୁହନ୍ତୁ । ବରିଷ୍ଠ ବର୍ଗଙ୍କ ଉପେକ୍ଷାର ସମ୍ମୁଖୀନ ହେବାକୁ ପଡ଼ିପାରେ ।

ଆହୁରି ପଢନ୍ତୁ : ଆପଣଙ୍କ ପାଇଁ କେମିତି ରହିବ ଚଳିତ ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ

ସିଂହ: ସ୍ବାସ୍ଥ୍ୟରେ ଅବନତି ଦେଖାଦେବ । କର୍ମସ୍ଥଳୀରେ ଗୁରୁ ଦାୟିତ୍ବର ଅଧିକାରୀ ହୋଇପାରନ୍ତି । ପରିବାରରେ ସୁଖ,ଶାନ୍ତି ଓ ସମୃଦ୍ଧି ବୃଦ୍ଧି ପାଇବ । ଅନ୍ୟ ଉପରେ ବିଶ୍ବାସ କରି ପଶ୍ଚ୍ୟାତାପ କରିପାରନ୍ତି ।

କନ୍ୟା: ଦିନଟିରେ ଉତ୍ସାହିତ ରହିବେ । ବେରୋଜଗାରଙ୍କ ପାଇଁ ନିଯୁକ୍ତି ସୁଯୋଗ ରହିଛି । କ୍ୟାରିୟର ପାଇଁ ଦିନଟି ଉତ୍ତମ ରହିବ । ବିଭିନ୍ନ ଦିଗରୁ ସହଯୋଗ ପାଇବେ ।

ତୁଳା: ପରିବାରର ଦାୟିତ୍ବ ବୃଦ୍ଧି ପାଇବ । ନିଜ ସ୍ବଭାବରେ ବରିଷ୍ଠ ବ୍ୟକ୍ତିଙ୍କ ପ୍ରିୟଭାଜନ ହୋଇପାରନ୍ତି । ସକାରାତ୍ମକ ଚିନ୍ତା ରଖି କାର୍ଯ୍ୟ କରିବେ । ପୂର୍ବ କଥାକୁ ଚିନ୍ତା କରି ମାନସିକ ଅବସାଦ ପାଇପାରନ୍ତି ।

ବିଛା: ଜରୁରୀ କାର୍ଯ୍ୟରେ ସାଙ୍ଗସାଥୀଙ୍କ ସହଯୋଗ ଲୋଡ଼ିବେ । ଆର୍ଥିକକ୍ଷେତ୍ରରେ ସ୍ଥିରତା ରହିବ । ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି ପାଇବ । ଗଣମାଧ୍ୟମ ସହ ଜଡ଼ିତ ବ୍ୟକ୍ତିଙ୍କ ପାଇଁ ଦିନଟି ଉତ୍ତମ ରହିବ ।

ଧନୁ: ଦ୍ବନ୍ଦ୍ବରେ ପଡ଼ି ଭୁଲ୍‌ ନିଷ୍ପତ୍ତି ନେଇପାରନ୍ତି । କୌଣସି ଅପ୍ରୀତକର ପରିସ୍ଥିତର ସମ୍ମୁଖୀନ ହୋଇପାରନ୍ତି । ସମୟପୂର୍ବରୁ କାର୍ଯ୍ୟ ସମ୍ପୂର୍ଣ୍ଣ କରିବେ । ଛାତ୍ରଛାତ୍ରୀମାନଙ୍କୁ ବିଦେଶ ଯାତ୍ରାର ସୁଯୋଗ ମିଳିପାରେ ।

ଆହୁରି ପଢନ୍ତୁ : ଘରେ ମୃତ ବ୍ୟକ୍ତିଙ୍କ ଫଟୋ ଭୁଲ୍ ସ୍ଥାନରେ ରଖିଛନ୍ତି କି? ହୋଇପାରେ ଏସବୁ ବଡ ଅସୁବିଧା

ମକର: ବିରୋଧୀମାନଙ୍କ ଚକ୍ରାନ୍ତରେ ପଡ଼ିପାରନ୍ତି । ବିଭିନ୍ନ ପ୍ରକାର ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିପାରେ । କ୍ରୋଧ ଉପରେ ନିୟନ୍ତ୍ରଣ ରକ୍ଷା କରନ୍ତୁ । ବନ୍ଧୁବାନ୍ଧଙ୍କର ସହଯୋଗ ପାଇବେ ।

କୁମ୍ଭ: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ । ବୁଦ୍ଧି ବିବେକ ପ୍ରୟୋଗ କଲେ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିବେ । ପରିବାରରେ ସୁଖ ଶାନ୍ତି ବୃଦ୍ଧି ପାଇବ । ବ୍ୟୟ ତୁଳନାରେ ଆୟ ବଢ଼ିବ ।

ମୀନ: ଯେଉଁ କାର୍ଯ୍ୟ କରିବାକୁ ଚାହିଁବେ, ତାହା ସହଜରେ ପୂରଣ ହୋଇଯିବ । ଗୁରୁଜନଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଦେଖାଦେବ । କୌଣସି କାର୍ଯ୍ୟକୁ ନେଇ ଅତ୍ୟଧିକ ଚିନ୍ତାରେ ହଜି ରହିବେ ।