ଯୋଡ଼ା ଶ୍ରାବଣରେ କେମିତି କରିବେ ମହାଦେବଙ୍କ ଆରଧାନା ? ଜାଣନ୍ତୁ କଣ ରହିଛି ବିଧି

ନିୟମ ମାନି ଭୋଳା ବାବାଙ୍କୁ ବେଲପତ୍ର ଅର୍ପଣ କଲେ ଭକ୍ତର ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ

 

ଓଡ଼ିଆ ଗସିପ୍ ବ୍ୟୁରୋ: ଦେବଦେବ ମହାଦେବଙ୍କର ପ୍ରିୟ ଜିନିଷ ହେଉଛି ତ୍ରିଶାଖା ବେଲପତ୍ର। ଏହା ବିନା ଭଗବାନ ଶିବଙ୍କ ଉପାସନା ଅସମ୍ପୂର୍ଣ୍ଣ ବୋଲି ଧରାଯାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ ଶିବଙ୍କ ଠାରେ ବେଲପତ୍ର ଚଢେଇବା ଦ୍ୱାରା ଭଗବାନ ଶିବ ପ୍ରସନ୍ନ ହୋଇଥାନ୍ତି ଓ ମନୋସ୍କାମନା ପୂର୍ଣ୍ଣ କରିଥାନ୍ତି। 

ଅଧିକ ପଢ଼ନ୍ତୁ: ଜାଣନ୍ତୁ ଆଜିର ରାଶିଫଳ:ଆକସ୍ମିକ ଭାବରେ ବକେୟା ଅର୍ଥ ହସ୍ତଗତ ହେବ

ଶିବପୁରାଣରେ ବେଲପତ୍ରର ମହତ୍ତ୍ୱ ବିଷୟରେ ବିଶେଷ ଭାବରେ ବର୍ଣ୍ଣନା କରାଯାଇଛି। ହେଲେ ଜାଣିଛନ୍ତି ଦେବ ଦେବ ମହାଦେବଙ୍କୁ ବେଲପତ୍ର ଅର୍ପଣ କଲାବେଳେ କିଛି ନିୟମ ରହିଛି। ଏହି ନିୟମ ମାନି ଭୋଳା ବାବାଙ୍କୁ ବେଲପତ୍ର ଅର୍ପଣ କଲେ ଭକ୍ତର ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ। ଆସନ୍ତୁ ଜାଣିବା ସେ ନିୟମ ବିଷୟରେ।

ଅଧିକ ପଢ଼ନ୍ତୁ: ବାହାନଗା ଟ୍ରେନ ଟ୍ରାଜେଡି: ୩ ରେଳ କର୍ମଚାରୀ ଗିରଫ କଲା ସିବିଆଇ

୧- ମହାଦେବଙ୍କୁ ଅର୍ପଣ କରୁଥିବା ବେଲପତ୍ରରେ ଯେପରି କୌଣସି ଛିଦ୍ର ନଥିବ। ଏହାସହ ବେଲପତ୍ରର କୌଣସି ଶାଖାର ପତ୍ର ଛିଡ଼ି ନ ଥିବ।

୨- ଯଦି ଆପଣ ମହାଦେବଙ୍କୁ ବେଲ ପତ୍ର ଅର୍ପଣ କରୁଛନ୍ତି, ତାହାହେଲେ ୫ଟି, ୧୧, ୨୧,୫୧ ନ ହେଲେ ୧୦୧ ଟି ଅର୍ପଣ କରନ୍ତୁ। ମହାଦେବ ଆପଣଙ୍କ ପୂଜାରେ ସନ୍ତୁଷ୍ଟ ହେବେ।

୩- ଭୁଲରେ ସୋମବବାର ଦିନ ବେଲପତ୍ର  ଛିଡ଼ାନ୍ତୁ ନାହିଁ। ତା’ ପୂର୍ବ ଦିନ ବେଲପତ୍ର ତୋଳି ରଖନ୍ତୁ। ସୋମବାର ଦିନ ତୋଳି ରଖିଥିବା ବେଲପତ୍ରକୁ  ମହାଦେବଙ୍କ ନିକଟରେ ଅର୍ପଣ କରନ୍ତୁ।

ଅଧିକ ପଢ଼ନ୍ତୁ: ଶ୍ରୀମନ୍ଦିର ରହସ୍ୟ ପାର୍ଟ -୧: ରତ୍ନଭଣ୍ଡାରରୁ ଶୁଭୁଛି ଗର୍ଜନ, ଜଗିଛନ୍ତି ଲୋକନାଥ, ଖୋଲିବ କିଏ ?