ଶ୍ରୀରାମଙ୍କ ପରି ପୁତ୍ର ଆଉ କେହି କାହିଁକି ହୋଇପାରିବେନି ? ପ୍ରଥମେ ମାତାଙ୍କୁ ପ୍ରଣାମ କରିବା ନା ପିତାଙ୍କୁ ପ୍ରଣାମ କରିବା ?

 

ଓଡ଼ିଆ ଗସିପ୍ ବ୍ୟୁରୋ: ମାତା କୈକେୟୀ ଦଶରଥଙ୍କ ଠାରୁ ଯେତେବେଳେ ଶ୍ରୀ ରାମଙ୍କ ବନକୁ ଯିବାର ବର ମାଗିଛନ୍ତି ଓ ରାଜା ତାହା ଶୁଣି ରାଜା ବର ନଦେଇ ଦୁଃଖ ରେ ଅଛନ୍ତି , ସେତେବେଳେ ଶ୍ରୀରାମ ରାଜା ଦଶରଥ ଓ କୈକେଇ ଙ୍କୁ ଦର୍ଶନ କରିବାକୁ ଯାଇଛନ୍ତି ଓ କୈକେଇ ନିଜର ବର କୁ ହାସଲ କରିବା ପାଇଁ ଶ୍ରୀରାମଙ୍କୁ ବନବାସ ପ୍ରେରିତ କରିବା ପାଇଁ ରାଜାଙ୍କ ବଚନ ଶୁଣାଇଛନ୍ତି –

ଅଧିକ ପଢ଼ନ୍ତୁ: ଦେଖନ୍ତୁ ଭିଡ଼ିଓ : ମାଡ଼ୁଛି ଆଖିଧରା ରୋଗ: ଜୁଲାଇ ମାସରେ ସାବଧାନ ରୁହନ୍ତୁ

ଅହୋ ଧିଊଁ ନାର୍ହସେ ଦେବି ବକ୍ତୁଂ ମାମୀଦୃଶଂ ବଚଃ 
ଅହଂ ହି ବଚନାଦ୍ ରାଜ୍ଞଃ ପତେୟମପି ପାବକେ 
ଭକ୍ଷୟେୟଂ ବିଷଂ ତୀକ୍ଷଣ୍ଂ ପତେୟମପି ଚାର୍ଣବେ 
ନିୟୁକ୍ତୋ ଗୁରୁଣା ପିତ୍ରା ନୃପେଣ ଚ ହିତେନ ଚ 
ତଦ୍ ବୃହି ବଚନଂ ଦେବି ରାଜ୍ଞୋ ୟଦ୍ଭିକାଂକ୍ଷିତମ୍ 
କରିଷ୍ୟେ ପ୍ରତିଜାନେ ଚ ରାମୋ ଦ୍ଵିନାର୍ଭିଭାଷତେ 

ଅଧିକ ପଢ଼ନ୍ତୁ: ପୁଣି ସୀମା ପାର୍ କଲା ନିଶା ମହାରଣା ଗାଳି: ପଛରୁ ଆସି ହତିଆର ମାରିବାକୁ ଦେଲେ ନିମନ୍ତ୍ରଣ, କହିଲେ ଏହି ସବୁ କଥା

ଶ୍ରୀ ରାମ ମାତା କୈକେୟୀଙ୍କୁ କହୁଛନ୍ତି –“ ଅହୋ ! ଧିକ୍କାର ମୋତେ ! ଦେବି ! ତୁମକୁ ମୋ ପ୍ରତି ଏପରି ବାକ୍ୟ ମୁହଁରେ ନକହିବା ଉଚିତ | ମୁଁ ମହାରାଜଙ୍କ କହିବା ଦ୍ଵାରା ନିଆଁ ରେ ଭି କୁଦିଯିବି , ତୀବ୍ର ବିଷ ଭି ଭକ୍ଷଣ କରିଦେବି ଓ ସମୁଦ୍ର ରେ ଭି କୁଦିଯିବି ! ମହାରାଜ ମୋର ଗୁରୁ , ପିତା ଓ ହିତୈଷୀ ଅଟନ୍ତି , ମୁଁ ତାଙ୍କ ଆଜ୍ଞା ପାଇ କଣ ନକରିପାରିବି ? ଏଥିପାଇଁ ଦେବି ! ରାଜାଙ୍କ ଯାହା ଇଛା ଅଛି , ସେହି କଥା ମୋତେ କୁହନ୍ତୁ ! ମୁଁ ପ୍ରତିଜ୍ଞା କରୁଛି , ତାକୁ ପୂର୍ଣ୍ଣ କରିବି | ରାମ କେବେ ଦୁଇ ପ୍ରକାର କଥା କୁହେନାହିଁ |”

ସତରେ ଆଜିକା ସମୟରେ କିଏ ଏହିଭଳି ପ୍ରତିଜ୍ଞା କରି ତାକୁ ପାଳନ କରିପାରିବ ? ତେଣୁ ଶ୍ରୀରାମଙ୍କ ପରି ହେବା ବହୁତ କଠିନ । ଶ୍ରୀ ରାମ ରାଜା ଦଶରଥ ଓ ମାତା କୈକେୟୀ ଙ୍କ ନିକଟରେ ପହଁଞ୍ଚି ବିନୀତ ଭାବରେ ପ୍ରଥମେ ନିଜ ପିତାଙ୍କ ଚରଣରେ ପ୍ରଣାମ କଲେ ; ତାପରେ ବଡ ସାବଧାନତାର ସହ ସେ କୈକେୟୀଙ୍କ ଚରଣରେ ମସ୍ତକ ନୂଆଁଈଲେ । ଏଠି କୁହାଯାଇପାରେ ବାପାଙ୍କ ଠାରୁ ମାଆ ବଡ , କିନ୍ତୁ ଶ୍ରୀ ରାମ ମର୍ୟାଦା ପୁରୁଷୋତ୍ତମ , ତେଣୁ ସେ ଯାହା ଆଚରଣ କଲେ ତା ଉପରେ ଆମେ ସନ୍ଦେହ ନକରିବା ଉଚିତ....