ସ୍ୱପ୍ନରେ ମୃତ୍ୟୁ ଦେଖିବା ଦ୍ୱାରା କଣ ହୁଏ? ଜ୍ୟୋତିଷଶାସ୍ତ୍ର ଅନୁସାରେ ଭବିଷ୍ୟତରେ ହେବାକୁ ଥିବା କିଛି ଘଟଣା ବା ଅଘଟଣା ବିଷୟରେ ସ୍ବପ୍ନରୁ ଏହି ସବୁ ସଙ୍କେତ ମିଳିଥାଏ...

 

ଓଡ଼ିଆ ଗସିପ ବ୍ୟୁରୋ : ସ୍ୱପ୍ନ ସମସ୍ତେ ଦେଖନ୍ତୁ। କେହି କେହି ସ୍ୱପ୍ନକୁ ମନେ ରଖିଥାଆନ୍ତି ତ, ଆଉ କେତେକ ନିଦରୁ ଉଠିବା ମାତ୍ରେ ଦେଖିଥିବା ସ୍ୱପ୍ନକୁ ଭୁଲିଯାଆନ୍ତି । ଏକ ଲକ୍ଷ ଥର ଚେଷ୍ଟା କରିବା ପରେ ମଧ୍ୟ ସ୍ୱପ୍ନ ମନେ ପଡ଼େ ନାହିଁ ।

ସ୍ବପ୍ନ ଦେଖିବା ଏକ ସାଧାରଣ କଥା । କିନ୍ତୁ, ଜ୍ୟୋତିଷଶାସ୍ତ୍ର ଅନୁସାରେ ଭବିଷ୍ୟତରେ ହେବାକୁ ଥିବା କିଛି ଘଟଣା ବା ଅଘଟଣା ବିଷୟରେ ସ୍ବପ୍ନରୁ ମଧ୍ୟ ସଙ୍କେତ ମିଳିଥାଏ ।

ସ୍ବପ୍ନ ଶାସ୍ତ୍ର ଅନୁଯାୟୀ, ସ୍ୱପ୍ନରେ ଦେଖାଯାଉଥିବା ଜିନିଷଗୁଡ଼ିକର ନିଶ୍ଚିତ କିଛି ନା କିଛି ଅର୍ଥ ରହିଥାଏ । ସେହିପରି ଅନେକ ଲୋକ ମୃତ୍ୟୁ ସ୍ବପ୍ନ ମଧ୍ୟ ଦେଖନ୍ତି । ତେବେ ଆଜି ମୃତ୍ୟୁ ସହିତ ଜଡିତ ସ୍ୱପ୍ନର ଅର୍ଥ କ’ଣ ଆସନ୍ତୁ ଜାଣିବା ?

ଆହୁରି ପଢ଼ନ୍ତୁ : ବାହା ହେଲେ ଓଡ଼ିଆ ଜଗତର ଚୁଲ୍‌ବୁଲି ଅଭିନେତ୍ରୀ ଲିପ୍‌‌ସା ମିଶ୍ର, ଜାଣନ୍ତୁ କିଏ ସେହି ଉଦ୍ୟୋଗପତି ପୁଅ...

ସ୍ୱପ୍ନରେ କାହାର ମୃତ୍ୟୁ ଦେଖିବାର ଅର୍ଥ :

୧- ସ୍ବପ୍ନରେ ନିଜର କିମ୍ବା ନିଜ ଲୋକଙ୍କର ମୃତ୍ୟୁ ହେଉଥିବା ଦେଖନ୍ତି, ତେବେ ତାହା ଶୁଭ ହୋଇଥାଏ । ବିଶ୍ବାସ ରହିଛି ଯାହାର ମୃତ୍ୟୁ ହେଉଥିବା ଦେଖନ୍ତି ତାହାର ଆୟୁ ବଢ଼ିଥାଏ ।

୨- ସ୍ବପ୍ନରେ ଯଦି କାହାର ହତ୍ୟା ହେଉଥିବା ଦେଖନ୍ତି ତେବେ ଆପଣଙ୍କ ସହ ବିଶ୍ବାସଘାତ ହେବାର ଆଶଙ୍କା ରହିଛି ।

୩ - କୌଣସି ମୃତ ବ୍ୟକ୍ତିଙ୍କୁ ସ୍ବପ୍ନରେ ଦେଖିଲେ ବହୁ ଦିନର ଆଶା ଶୀଘ୍ର ପୂରଣ ହେବ ବୋଲି କୁହାଯାଏ ।

ଆହୁରି ପଢ଼ନ୍ତୁ : ୨୬ ବର୍ଷ ବ୍ୟକ୍ତିଙ୍କ ବ୍ୟାଗରୁ ମିଳିଲା ୮୦୦ ବର୍ଷର ଗର୍ଲଫ୍ରେଣ୍ଡ, କହିଲା ସେ ମୋର...

୪ - ପରିଚିତ ବା ବନ୍ଧୁବାନ୍ଧବଙ୍କ ମୃତ୍ୟୁ ସ୍ବପ୍ନରେ ଦେଖିବା ଅର୍ଥ ତାଙ୍କ ଉପରକୁ ଆସୁଥିବା ସଙ୍କଟ ଟଳିଯାଏ ।

୫ - ସ୍ବପ୍ନରେ ନିଜ ମୃତ୍ୟୁ ଦେଖିଲେ ଦୀର୍ଘ ଦିନର ସମସ୍ୟାର ସମାଧାନ ହେବ ବୋଲି କୁହାଯାଏ ।

୬ - ସ୍ବପ୍ନରେ କୋକେଇ ଦେଖିବା ବହୁତ ଶୁଭ ହୋଇଥାଏ ।