ଆର୍ଥିକ ଚିନ୍ତା ଲାଗି ରହିବା ସହ ଏହି ରାଶି ଲୋକଙ୍କ ପ୍ରତ୍ୟେକ କାର୍ଯ୍ୟରେ ବାଧା ସୃଷ୍ଟି ହେବା! ପଢନ୍ତୁ ରାଶିଫଳ 
 

Horoscope for Thursday 8 February 2024
 
 
ପଢନ୍ତୁ ରାଶିଫଳ 
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜି ଅର୍ଥାତ ଫେବୃଆରୀ ୮ ହେଉଛି ଗୁରୁବାର। ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ ଆସନ୍ତୁ ଜାଣିବା ...

ମେଷ:  ଆଜିର ଦିନଟି ଆପଣଙ୍କୁ ଶୁଭ ଫଳ ପ୍ରଦାନ କରିବ। ନିଜର ଉତ୍ତମ ବ୍ୟବହାର ଦ୍ୱାରା ସମସ୍ତଙ୍କୁ ଆପଣାର କରିବେ। ଯାହା ଦ୍ବାରା ଖୁସିରେ ଆପଣଙ୍କ ଦିନଟି କଟିବ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ସ୍ବାସ୍ଥ୍ୟକୁ ନେଇ ଆପଣ ଚିନ୍ତିତ ରହିବେ। 

ଅଧିକ ପଢନ୍ତୁ :ବାଥରୁମରେ ଅଧିକ ହାର୍ଟ ଆଟାକ୍ ହେବାର ପ୍ରକୃତ କାରଣ କଣ? ଜାଣିଲେ ହେବେ ଆଶ୍ଚର୍ଯ୍ୟ 

ବୃଷ: ଆଜି ମନ ମୁତାବକ କାର୍ଯ୍ୟ କରିବାକୁ ସୁଯୋଗ ପାଇବେ। କର୍ମକ୍ଷେତ୍ରରେ ମାନସମ୍ମାନ ବଢିବ। ପାରିବାରିକ ଜୀବନ ସୁଖମୟ ହେବ।  ପ୍ରତ୍ୟେକ କ୍ଷେତ୍ରରେ ଆପଣ ଶୁଭଫଳ ପାଇବେ। 

ମିଥୁନ: କର୍ମକ୍ଷେତ୍ରରେ ଅଶାନ୍ତି ଓ ବାଦବିବାଦ ଦେଖାଦେବ। ଗୁପ୍ତଶତ୍ରୁଙ୍କ କାର୍ଯ୍ୟକଳାପ ଆପଣଙ୍କ ମନରେ ଭୟ ସୃଷ୍ଟି କରିବ। ଶରୀରର କୌଣସି ଅଙ୍ଗରେ ଆଘାତ ଲାଗିପାରେ। ଗାଡି ଚଳାଇବା ସମୟରେ ଆପଣ ସତର୍କ ରୁହନ୍ତୁ।

କର୍କଟ:   ସାମାନ୍ୟ ଘଟଣାକୁ ନେଇ ପରିବାରରେ ତିକ୍ତତା ଦେଖାଦେଇପାରେ। ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍‌ ମିଳିବ। ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି। ତେଣୁ ଦୂର ଯାତ୍ରାରୁ ଆପଣ ନିବୃତ୍ତ ରହିବା ଭଲ। 

ଅଧିକ ପଢନ୍ତୁ :କିଡ଼ନୀ ସୁସ୍ଥ ରଖିବା ପାଇଁ ଖାଆନ୍ତୁ ଏହି ୫ଟି ଫଳ, ଗମ୍ଭୀର ରୋଗରୁ ବଞ୍ଚିଯିବେ...

ସିଂହ:  ପ୍ରତ୍ୟେକ କାର୍ଯ୍ୟରେ ଆପଣ ସଫଳତା ପାଇବେ। ପ୍ରାଇଭେଟ୍ ଚାକିରି କରିଥିବା ବ୍ୟକ୍ତିମାନେ ଉଚ୍ଚ ଅଧିକାରୀଙ୍କ କ୍ରୋଧର ଶିକାର ହେବେ।  କର୍ମକ୍ଷେତ୍ରରେ ମାନସମ୍ମାନ ପ୍ରାପ୍ତି ହେବ।

କନ୍ୟା:  ଆଜି ପରିବାରରେ ସୁଖଶାନ୍ତି ବଜାୟ ରହିବ। ଅର୍ଥଲାଭ ଅଧିକ ହେବ। ସ୍ୱାସ୍ଥ୍ୟ ସମସ୍ୟାରେ ସାମାନ୍ୟ ସୁଧାର ଆସିବ। କିଛି ଛୋଟ କଥାକୁ ନେଇ ମନରେ ଟିକେ ଦ୍ୱନ୍ଦ୍ୱ ଉପୁଜିବ। ସାଙ୍ଗ ମାନଙ୍କ ସହ ଦୂର ଯାତ୍ରା କରିପାରନ୍ତି।  

ତୁଳା: ଏହି ରାଶିର ଲୋକେ ଆଜି ଟିକେ ସାବଧାନ୍ ସହକାରେ ଚଳିବାକୁ ପଡି଼ବ।  ସନ୍ତାନ ସନ୍ତତିଙ୍କ କାର୍ଯ୍ୟକଳାପକୁ ନେଇ ବାପାମା’ ଚିନ୍ତାଗ୍ରସ୍ତ ହେବେ। ଆର୍ଥିକ ଚିନ୍ତା ଲାଗି ରହିବ। ଧାର କରଜ କରିପାରନ୍ତି।  ପ୍ରତ୍ୟେକ କାର୍ଯ୍ୟରେ ବାଧା ସୃଷ୍ଟି ହେବାର ସମ୍ଭାବନା ରହିଛି। 

ବିଛା: ବ୍ୟବସାୟ କରୁଥିବା ବ୍ୟକ୍ତିମାନେ ଆଶା ମୁତାବକ ଲାଭ ପାଇବେ। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଲାଭ କରିବେ। ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ। ଶତ୍ରୁମାନେ ପରାଜୟ ସ୍ୱୀକାର କରିବେ।

ଅଧିକ ପଢନ୍ତୁ :୪ଟି ବଡ଼ ଗ୍ରହର ଗତି ପରିବର୍ତ୍ତନ, ଏହି ରାଶିର ଲୋକଙ୍କ ଉପରେ ପଡିବ ଗଭୀର ପ୍ରଭାବ!

ଧନୁ: ବହୁଦିନରୁ ଚିନ୍ତା କରିଥିବା କାର୍ଯ୍ୟଟିକୁ ସଂପନ୍ନ କରିବେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବେ। ବକେୟା ଅର୍ଥ ପ୍ରାପ୍ତି ହେବ। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। 

ମକର:  ଆଜି ପ୍ରତ୍ୟେକ କାର୍ଯ୍ୟରେ ଆପଣ ବାଧାବିଘ୍ନର ସମ୍ମୁଖୀନ ହେବେ। ସନ୍ତାନଙ୍କ ବିଶୃଙ୍ଖଳିତ ଆଚରଣ କଷ୍ଟ ଦେଇପାରେ। ପାରିବାରିକ ସମସ୍ୟାକୁ ନେଇ ମାନସିକ ଅଶାନ୍ତି ଦେଖାଦେବ। ଅଫିସରେ ମଧ୍ୟ ସହକର୍ମୀଙ୍କ ସହ ବିବାଦ ଦେଖାଦେଇପାରେ। 

କୁମ୍ଭ: କର୍ମକ୍ଷେତ୍ରରେ ମାନସମ୍ମାନ ମିଳିବ। ସୁସ୍ୱାଦୁ ଭୋଜନ, ବସ୍ତ୍ର ଓ ଆଭୂଷଣ ଆଦି ପାଇବା ଯୋଗ ରହିଛି। ବନ୍ଧୁଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି। 

ମୀନ: ସାମାନ୍ୟ କଥାକୁ କେନ୍ଦ୍ର କରି ବିବାଦୀୟ ପରିସ୍ଥିତି ଉପୁଜିପାରେ । ଖର୍ଚ୍ଚାନ୍ତ ହେବେ । ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ । ମାନସିକ ଅବସାଦ ଦେଖାଦେବ । ଚିନ୍ତାଗ୍ରସ୍ତ ରହିବେ । କାର୍ଯ୍ୟରେ ବାଧା ଓ ଅବରୋଧ ଦେଖାଦେବ । ସହକର୍ମୀଙ୍କ ସହ ମତଭେଦ ଦେଖାଦେବ ।

ଅଧିକ ପଢନ୍ତୁ :ସ୍ବାସ୍ଥ୍ୟଜନିତ ସମସ୍ୟା ଉପୁଜିବା ସହ ଅତ୍ୟଧିକ ଖର୍ଚ୍ଚ ଚିନ୍ତାର କାରଣ ହେବ! ପଢନ୍ତୁ ଏ ସପ୍ତାହର ରାଶିଫଳ