ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେବା ସହ ଏହି ରାଶିର ଲୋକଙ୍କ ପାଇଁ ଦିନଟି ଭଲରେ କଟିବ! ପଢନ୍ତୁ ଆଜିର ରାଶିଫଳ 
 

Horoscope for Thursday 25th April 2024
 
 
Horoscope for Thursday 25th April 2024
ପଢନ୍ତୁ ଆଜିର ରାଶିଫଳ 
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲରେ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ ଆସନ୍ତୁ ଜାଣିବା...

ମେଷ: ଦିନଟି ଶୁଭଫଳ ପ୍ରଦାନ କରିବ। ଗରିବ ଲୋକଙ୍କୁ ସାହାଯ୍ୟ କରିବେ। ନୂଆ ପ୍ରୋଜେକ୍ଟ ଆରମ୍ଭ କରିବା ପାଇଁ ଅନୁକୂଳ ସମୟ। ବରିଷ୍ଠ ଅଧିକାରୀ କାର୍ଯ୍ୟ ପାଇଁ ପ୍ରଶଂସା କରିବେ।

ବୃଷ: ଭାଇ ଭଉଣୀଙ୍କଠାରୁ ଉପହାର ମିଳିବ। ଧାରକରଜରୁ ଦୂରେଇ ରହିବେ। ଅଟକିଥିବା କାର୍ଯ୍ୟ ପୂରା ହେବ। ଲେଖକ ଲେଖିକାଙ୍କୁ ସଫଳତା ମିଳିବ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ।

ମିଥୁନ: ଶୁଭ ଖବର ପ୍ରାପ୍ତ ହେବ। ପରିବାର ସଦସ୍ୟଙ୍କ ସହ ହସଖୁସିରେ ସମୟ ଅତିବାହିତ କରିବେ। ନୂଆ ଯୋଜନା ସହ କାର୍ଯ୍ୟ କରିବେ। ଆର୍ଥିକ ସ୍ଥିତି ମଜଭୁତ ହେବ। ସଂଗୀତ କ୍ଷେତ୍ର ପ୍ରତି ରୁଚି ବଢ଼ିବ।

ଅଧିକ ପଢନ୍ତୁ : ଅଚାନକ୍ “ହୃଦଘାତ” ଆସିଲେ କରିବେ କଣ ? ଜାଣିଲେ ଆପଣ ମଧ୍ୟ ବଞ୍ଚାଇପାରିବେ ଜଣଙ୍କ ଜୀବନ

କର୍କଟ: ବନ୍ଧୁଙ୍କୁ ଆର୍ଥିକ ସାହାଯ୍ୟ କରିବେ। କ୍ୟାରିୟର ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ। ମନ ପ୍ରସନ୍ନ ରହିବ। ଜୀବନସାଥୀଙ୍କ ସହ ବୁଲିବାକୁ ଯିବେ। ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବେ।

ସିଂହ: ଦିନଟି ମିଶ୍ରଫଳ ପ୍ରଦାନ କରିବ। ନୂଆ ପରିକଳ୍ପନା ସହ ବ୍ୟବସାୟ ଆରମ୍ଭ କରିବେ। ଛାତ୍ରଛାତ୍ରୀଙ୍କୁ କଠିନ ପରିଶ୍ରମର ଉଚିତ ଫଳ ମିଳିବ। ଅଫିସ୍‌ କାର୍ଯ୍ୟରେ ସଫଳତା ଲାଭ କରିବେ।

କନ୍ୟା: ବନ୍ଧୁ ମିଳନରେ ଯୋଗ ଦେବେ। ଆର୍ଥିକ ସ୍ଥିତିରେ ସୁଧାର ହେବ। ଅଫିସ୍‌ କାର୍ଯ୍ୟରେ ସହକର୍ମୀଙ୍କ ସାହାଯ୍ୟ ମିଳିବ। ପ୍ରେମିକ-ପ୍ରେମିକାଙ୍କ ପାଇଁ ଦିନଟି ଭଲ। ଯୋଗ, ବ୍ୟାୟାମ ପ୍ରତି ଆଗ୍ରହ ବଢ଼ିବ।

ତୁଳା: ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେବ। କଠିନ କାମକୁ ସଫଳତାପୂର୍ବକ ଶେଷ କରିବେ। ଚାକିରିରେ ପଦୋନ୍ନତି ସମ୍ଭାବନା ଅଛି। ସନ୍ତାନ ସୁଖ ପ୍ରାପ୍ତ ହେବ। ବନ୍ଧୁଙ୍କ ସାହାଯ୍ୟ ଲୋଡ଼ିବେ।

ଅଧିକ ପଢନ୍ତୁ : ମନରେ ଦୁଶ୍ଚିନ୍ତା ଓ ଅସ୍ଥିରତା ଦେଖା ଦେବା ସହ ଅର୍ଥାଭାବ ଯୋଗୁଁ ଧାର କରି କାର୍ଯ୍ୟ ତୁଲାଇବେ! ପଢନ୍ତୁ ଏ ସପ୍ତାହର ରାଶିଫଳ…

ବିଛା: ଯାନବାହନ କିଣିବା ଯୋଗ ଅଛି। ସମାଜରେ ପ୍ରତିଷ୍ଠା ବଢ଼ିବ। ପୈତୃକ ସମ୍ପତ୍ତିକୁ ନେଇ ଘରେ ଅଶାନ୍ତି ସୃଷ୍ଟି ହେବ। ଅଫିସ୍‌ରେ ବରିଷ୍ଠ ଅଧିକାରୀଙ୍କ ସାମ୍ନାରେ ନିଜ ପକ୍ଷ ରଖିବେ।

ଧନୁ: କର୍ମଚଞ୍ଚଳ ରହିବେ। ପରିଶ୍ରମ ଅନୁଯାୟୀ ଫଳ ମିଳିବ ନାହିଁ। ବ୍ୟବହାରରେ ସଂଯମତା ରକ୍ଷା କରିବେ। ମେଡିକାଲ କ୍ଷେତ୍ରରେ ସଫଳତା ମିଳିବ। ବୈବାହିକ ଜୀବନ ସୁଖମୟ ହେବ।

ମକର: ଧାରକରଜରୁ ଦୂରେଇ ରହିବେ। ଅଫିସ୍‌ରେ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ କରିବେ। ଘରକୁ ଅତିଥିଙ୍କ ଆଗମନ ହେବ। ଦୀର୍ଘଦିନର କାମ ପୂରା କରିବେ। ପ୍ରେମିକ-ପ୍ରେମିକାଙ୍କ ପାଇଁ ଦିନଟି ଭଲ।

କୁମ୍ଭ: ଦିନଟି ହସଖୁସିରେ ଅତିବାହିତ କରିବେ। ଜୀବନସାଥୀଙ୍କ ସହ ଦୂରସ୍ଥାନକୁ ଯାତ୍ରା କରିବେ। ଯାନବାହନ ଚଳାଚଳ ସମୟରେ ସାବଧାନତା ଅବଲମ୍ବନ କରିବେ। ସମସ୍ୟାରେ ପଡ଼ିବା ସମ୍ଭାବନା ଅଧିକ।

ମୀନ: ବ୍ୟବସାୟରେ ଉନ୍ନତି ହେବ। ଅଫିସ୍‌ କାର୍ଯ୍ୟରେ ବ୍ୟସ୍ତ ରହିବେ। ଧୈର୍ଯ୍ୟର ସହ ପ୍ରତ୍ୟେକ କାର୍ଯ୍ୟ କରିବେ। କୋର୍ଟକଚେରୀ ମାମଲାରେ ବିଜୟ ଲାଭ କରିବେ।

ଅଧିକ ପଢନ୍ତୁ : ଚାକିରିରେ ପ୍ରମୋସନ ସହ ଆକସ୍ମିକ ଧନଲାଭର ରହିଛି ଯୋଗ! ବୃହସ୍ପତି ଚଳନ ଯୋଗୁଁ ବଦଳିବ ୩ ରାଶିଙ୍କ ଭାଗ୍ୟ