ପାରିବାରିକ ସମସ୍ୟା ଦେଖା ଦେବା ସହ ଅଧିକ ଖର୍ଚ୍ଚାନ୍ତରେ ପଡ଼ିପାରନ୍ତି ଏହି ରାଶି ଲୋକ! ପଢନ୍ତୁ ଆଜିର ରାଶିଫଳ 
 

Horoscope for Thursday 18th April 2024
 
 
ପଢନ୍ତୁ ଆଜିର ରାଶିଫଳ 

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲରେ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ ଆସନ୍ତୁ ଜାଣିବା...

ମେଷ: ଚକ୍ଷୁ ପାଇଁ କଷ୍ଟ ପାଇପାରନ୍ତି। ଆର୍ଥିକସ୍ଥିତିରେ ସୁଧାର ଆସିବ। ମହିଳାମାନେ ଆଳସ୍ୟତା ଅନୁଭବ କରିବେ। ନୂତନ ନିବେଶରୁ କ୍ଷତିଗ୍ରସ୍ତ ହୋଇପାରନ୍ତି। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ।

ବୃଷ: ବିଭିନ୍ନ କାର୍ଯ୍ୟରେ ସଫଳତା ପାଇବେ। କର୍ମକ୍ଷେତ୍ରରେ ଦକ୍ଷତା ପ୍ରମାଣିତ ହେବ । ଆୟ ବୃଦ୍ଧି ହେତୁ ଉତ୍ସାହିତ ହେବେ। ପରିବାରର ସହାୟତା ପାଇବେ। ଦିନଟି ହସଖୁସିରେ ବିତିବ।

ମିଥୁନ: କୌଣସି ଜରୁରୀ କାର୍ଯ୍ୟରେ ବ୍ୟସ୍ତ ରହିବେ। ଆଶା କରିଥିବା ଦିଗରୁ ଧନ ମିଳିବ। ସନ୍ତାନଙ୍କ ଉଚ୍ଚ ଶିକ୍ଷା ପାଇଁ ଅଭିଭାବକ ଯୋଜନା ପ୍ରସ୍ତୁତ କରିେବ। ପ୍ରେମ ବ୍ୟାପାରରେ ସଫଳତା ମିଳିପାରେ।

ଆଧିକ ପଢନ୍ତୁ : ଦମ୍ପତିଙ୍କ ଭିତରେ ଏତିକି ବୟସ ପାର୍ଥକ୍ୟ ରହିବା ଉଚିତ୍..ନଚେତ ବୈବାହିକ ଜୀବନରେ ଦେଖାଦେବ ଅଶାନ୍ତି!

କର୍କଟ: ପାରିବାରିକ ସମସ୍ୟା ଦେଖାଦେଇପାରେ। ଆର୍ଥିକ ଉନ୍ନତି ହେବ। ଲଗାତାର ଚେଷ୍ଟା କରି ସଫଳତା ପାଇବେ। କାର୍ଯ୍ୟଭାର ବୃଦ୍ଧି ପାଇବ। ରାଜନୀତିରେ ସକ୍ରିୟ ହୋଇପାରନ୍ତି।

ସିଂହ: ଦ୍ବନ୍ଦ୍ବରେ ପଡ଼ି ପାରନ୍ତି। ବ୍ୟବସାୟରେ ସଫଳତା ପାଇବେ। ଦୂରଯାତ୍ରା ପାଇଁ ସୁଯୋଗ ପାଇପାରନ୍ତି। ମାନସିକ ସ୍ତରରେ ଚାପଗ୍ରସ୍ତ ରହିବେ। ଅତ୍ୟଧିକ ପରିଶ୍ରମ କରି ଥକ୍କା ଅନୁଭବ କରିବେ।

କନ୍ୟା: ବିଦ୍ୟାର୍ଥୀମାନେ କ୍ୟାରିୟର ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିେବ। ଉଚ୍ଚଅଧିକାରୀଙ୍କ ସହଯୋଗରେ ଅନେକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ପୂରଣ ହେବ। ପ୍ରେମ ଓ ଦାମ୍ପତ୍ୟ ଜୀବନ ମଧୁର ରହିବ।

ତୁଳା: ସାହିତ୍ୟ ତଥା ଅନ୍ୟାନ୍ୟ ସୃଜନଶୀଳ କଳା ପ୍ରତି ଆଗ୍ରହ ବୃଦ୍ଧି ପାଇବ। ଭାଇଭଉଣୀଙ୍କ ସହଯୋଗ ପାଇବେ। ମହିଳାମାନେ ଉଚିତ ନିଷ୍ପତ୍ତି ଗ୍ରହଣ କରିପାରନ୍ତି।

ଆଧିକ ପଢନ୍ତୁ : ଆପଣଙ୍କୁ ହୋଇଛି କି ଡାଇସେଟିସ୍ ? ଏସବୁ ଲକ୍ଷଣରୁ ଜାଣି ହୋଇଯାଆନ୍ତୁ ସତର୍କ! ନଚେତ୍...ଭୋଗିବେ

ବିଛା: ଦୀର୍ଘ ସମୟ ଧରି ଅଟକି ରହିଥିବା କାର୍ଯ୍ୟ ପୂର୍ଣ୍ଣ ହେବ। କାର୍ଯ୍ୟରେ ସଫଳତା ମିଳିବ। ନୂତନ ବ୍ୟବସାୟ ପାଇଁ ଉପଯୁକ୍ତ ସମୟ। ମହିଳାମାନେ ପୂଜାର୍ଚ୍ଚନାରେ ସମୟ ବିତାଇବେ।

ଧନୁ: ପାରିବାରିକ ସମ୍ପର୍କରେ ମଜଭୁତ ହେବ। ଆର୍ଥିକ ଲାଭ ପାରନ୍ତି। ଜୀବନସାଥୀଙ୍କ ପରାମର୍ଶକ୍ରମେ କାର୍ଯ୍ୟ କରିବେ। ନୂଆ ଲକ୍ଷ୍ୟକୁ ପୂରଣ କରିବା ପାଇଁ ଦିନଟି ଉତ୍ତମ ରହିବ।

ମକର: ପରିବାର ପାଇଁ ଅଧିକ ସମୟ ବିତାଇବେ। ଅପ୍ରିୟ ସତ କହି ସମସ୍ୟାରେ ପଡ଼ିପାରନ୍ତି। କଳା ପ୍ରତି ରୁଚି ବଢ଼ିବ। ଯେକୌଣସି ପରିସ୍ଥିତିରେ ଧୈର୍ଯ୍ୟ ହରାନ୍ତୁନି। ବ୍ୟବସାୟରେ କ୍ଷତି ସହିପାରନ୍ତି।

କୁମ୍ଭ: ଅଧିକ ଖର୍ଚ୍ଚାନ୍ତରେ ପଡ଼ିପାରନ୍ତି। କର୍ମସ୍ଥଳୀରେ କିଛି ନୂତନ କାର୍ଯ୍ୟ କରି ପ୍ରଶଂସାର ପାତ୍ର ହେବେ। ସୁଯୋଗର ସଠିକ୍‌ ଉପଯୋଗ କରିବେ। ମହିଳାମାନେ ସ୍ବାଧୀନମନା ହେବେ।

ମୀନ: ଅନ୍ୟକୁ ଧାର ଦେଇ ହଇରାଣରେ ପଡ଼ିପାରନ୍ତି। ଧାର୍ମିକ କାର୍ଯ୍ୟରେ ସାମିଲ ରହିେବ। କୋର୍ଟକଚେରୀ ମାମଲାରେ ବିଜୟ ଲାଭ କରିେବ। ଆୟ ଓ ବ୍ୟୟ ସମାନ ରହିବ।

ଆଧିକ ପଢନ୍ତୁ : ୟୁରିକ୍ ଏସିଡ୍‌କୁ ଦୂର କରିବ ଏହି ୩ଟି ଜିନିଷ, ଯନ୍ତ୍ରଣାରୁ ମିଳିବ ମୁକ୍ତି!